ଖାଆନ୍ତୁ ଓ ଖୁଆନ୍ତୁ ଜାମୁ କୁଲ୍‌ଫି


ବର୍ଷାଦିନେ କୁଲ୍‌ଫି ଖାଇବାର ମଜା କିଛି ନିଆରା। ଯଦିଓ ବର୍ଷାଦିନେ ଘରୁ ବାହାରିବାରେ କିଛିଟା ସମସ୍ୟା ହୋଇଥାଏ, କିନ୍ତୁ ଆପଣ ନିଜ ବାଲ୍‌କୋନି କିମ୍ବା ଛାତରେ ବସି କୁଲ୍‌ଫି ସହିତ ବର୍ଷାର ମଜା ନେଇପାରିବେ। ଚାଲନ୍ତୁ ଜାଣିବା କିଭଳି ଭାବେ ଘରେ ବସି ସ୍ବାଦିଷ୍ଟ ଜାମୁ କୁଲ୍‌ଫିର ମଜା ନେଇପାରିବେ।

କ’ଣ ଦରକାର
୧ ଲିଟର କ୍ଷୀର, ୧୦୦ଗ୍ରାମ୍‌ ଚିନି, ଆବଶ୍ୟକ ଅନୁସାରେ କେସର, ୪୦ ଗ୍ରାମ୍‌ କଣ୍ଡେନ୍ସଡ୍‌ କ୍ଷୀର, ୫୦ ଗ୍ରାମ୍‌ ଜାମୁ କୋଳି, ୧୦ ଗ୍ରାମ୍‌ ଗୁଜରାତି।

ପ୍ରସ୍ତୁତି ପ୍ରଣାଳୀ
ମଧ୍ୟମ ଆଞ୍ଚରେ ଡିପ୍‌ ବଟମ୍‌ ପ୍ୟାନ୍‌ରେ କଣ୍ଡେନ୍ସଡ୍‌ ମିଲ୍କ ସହିତ କ୍ଷୀର ଗରମ କରନ୍ତୁ। କ୍ଷୀର ଅଧା ହେବା ଯାଏ ଏହାକୁ ଫୁଟାନ୍ତୁ। ଏବେ ଏହି ପ୍ୟାନ୍‌ରେ ଚିନି ଓ ଗୁଜରାତି ଗୁଣ୍ଡ ପକାନ୍ତୁ। ଏହାକୁ ୫ରୁ ୧୦ ମିନିଟ୍‌ ଯାଏ ଆହୁରି ଗରମ କରନ୍ତୁ। କ୍ଷୀର ଗାଢ଼ ହୋଇଗଲା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଦୁଇଟି ପାତ୍ରରେ ଏହି କ୍ଷୀରକୁ ଅଧା ଅଧା କରି ରଖନ୍ତୁ। ଗୋଟିଏ ପାତ୍ରରେ ଜାମୁକୋଳି ରସ ପକାନ୍ତୁ ଓ ଅନ୍ୟ ପାତ୍ରରେ କେସର ପକାନ୍ତୁ। ଏବେ ଏହି ମିକ୍ଚରକୁ ଛାଞ୍ଚରେ ଢାଳି ଜମିବା ପାଇଁ ଫ୍ରିଜରରେ ରଖନ୍ତୁ। କୁଲ୍‌ଫି ଭଲ ଭାବେ ଜମିଗଲା ପରେ ଏହାକୁ ଥଣ୍ଡା ଥଣ୍ଡା ଖାଆନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ