ଭୁବନେଶ୍ୱରରେ ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ

ଆନ୍ତର୍ଜାତିକ ବଜାରରେ ବଢ଼ିବ ଓଡ଼ିଶା ହସ୍ତତନ୍ତର ଚାହିଦା

ଓଡ଼ିଶା ବୁଣାକାରମାନେ ହସ୍ତତନ୍ତର ମହାନ ଓ ସୁନ୍ଦର କଳାକୁ ସଂରକ୍ଷିତ କରି ରଖିଛନ୍ତି ଏବଂ ଭାରତ ବଜାରରେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ସୃଷ୍ଟି କରିଛନ୍ତି। ଭାରତ ସରକାରଙ୍କ ହସ୍ତତନ୍ତ ବିଭାଗ ଏହି ମହାନ ଐତିହ୍ୟକୁ ସଂରକ୍ଷିତ କରି ରଖିବ ଏବଂ ଆନ୍ତର୍ଜାତିକ ବଜାରରେ ଏହାର ଚାହିଦା ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିବ ଏହା ଫଳରେ ଓଡ଼ିଆ ବୁଣାକାରମାନେ ଯେତିକି ମୂଲ୍ୟ ପାଉଛନ୍ତି, ତା’ର ୧୦ ଗୁଣା ଅଧିକ ମୂଲ୍ୟ ପାଇପାରିବେ।ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ପଞ୍ଚାମ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରି ଏହି କହିଛନ୍ତି, ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟର ସଚିବ ରବି କପୁର। ହସ୍ତତନ୍ତ ଉତ୍ପାଦ ବିକ୍ରି କ୍ଷେତ୍ରରେ ଆମେ ମଧ୍ୟବର୍ତ୍ତି ବ୍ୟକ୍ତିମାନଙ୍କୁ ହଟେଇ ଦେବାପାଇଁ ଚେଷ୍ଟା କରୁଛୁ ଏହା ଫଳରେ ବୁଣାକାରମାନେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ଚତୁର୍ଥ ସର୍ବଭାରତୀୟ ହସ୍ତତନ୍ତ  ଜନଗଣନା ରିପୋର୍ଟକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ବିଶ୍ୱର ପ୍ରାୟ ୨୦୦ ଦେଶ ମଧ୍ୟରୁ ମାତ୍ର ୮-୧୦ ଟି ଦେଶ ହସ୍ତତନ୍ତ କ୍ଷେତ୍ରରେ ସମୃଦ୍ଧ ଏହି କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ଭାରତ ପାଖରେ କ୍ଷମତା ରହିଛି। ତେବେ ଏଥିପାଇଁ ହସ୍ତତନ୍ତ କ୍ଷେତ୍ରରେ ଅନେକ କାମ କରିବାକୁ ରହିଛି। ଏହି କ୍ରମରେ ଓଡ଼ିଶାର ବୁଣାକାରମାନେ ଭଲ ଉଦ୍ୟମ ଜାରି ରଖିଛନ୍ତି। ସରକାର ବୁଣାକାରମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେମାନେ ଏହାର ଲାଭ ଉଠାଇବା ଆବଶ୍ୟକ ଯୁବପିଢ଼ୀଙ୍କୁ ବୁଣାକାର କ୍ଷେତ୍ରକୁ ଆକର୍ଷିତ କରାଯିବା। ଆବଶ୍ୟକ ମାତ୍ର ଏଥିପାଇଁ ସେମାନେ ଯେପରି ଭଲ ପାରିଶ୍ରମିକ ପାଇବେ ତା’ର ବ୍ୟବସ୍ଥା କରାଯିବା ଦରକାର। ଏନେଇ ସମସ୍ତଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଯାଉଛି ବୋଲି ରବି କପୁର କହିଥିଲେ।

ହସ୍ତତନ୍ତ କ୍ଷେତ୍ରରେ ଦୁଇ ଜଣ ପଦ୍ମଶ୍ରୀ ପୁରସ୍କାର ବିଜେତା ଗୋବର୍ଦ୍ଧନ ପାନିକ ଓ ଚତୁର୍ଭୁଜ ମେହେର ଏବଂ ୧୨ ଜଣ ସନ୍ଥ କବୀର ପୁରସ୍କାର ବିଜେତା କଳାବତୀ ମେହେର, ସ୍ବର୍ଣ୍ଣଲତା ମେହେର, ଶରତ କୁମାର ପାତ୍ର, ଭକ୍ତରାଜ ମେହେର, ଭଗବାନ ମେହେର, ଦୟାଳୁ ମେହେର, ସୁରେନ୍ଦ୍ର ମେହେର, ଶ୍ୟାମସୁନ୍ଦର କରଣ, ଭିକାରୀ ମେହେର, ମୁରଲୀ ମେହେର, କ୍ଷେତ୍ରମୋହନ ମେହେର ଓ ଶଶିଧର ମେହେରଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଜୟନ୍ତୀ ସାହୁ, ରଜନୀ ପାତ୍ର, ଟି ଭାରତୀ, ବିଦ୍ୟାଧର ମହନ୍ତ ଓ ଭଗବାନ ତନ୍ତିଙ୍କୁ ହସ୍ତତନ୍ତ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରୁ ସର୍ବଭାରତୀୟ ସ୍ତରରେ ପରିଚୟ ପତ୍ର ବଣ୍ଟନର ଧାରା ଆରମ୍ଭ କରାଯାଇଛି। ସେହିପରି ନିଶାମଣି ସାହୁ, ଜୟନ୍ତୀ ଦାସ, ରୁକୁଣା ଦାସ, ମମତା ଚାନ୍ଦ ଓ ସୌଭାଗ୍ୟ ପଲଙ୍କୁ ୟର୍ଣ୍ଣ ପାସବୁକ୍ ପ୍ରଦାନ କରାଯାଇଛି। ଏହିପରି ପାସବୁକ୍ ସର୍ବଭାରତୀୟ ସ୍ତରରେ ବଣ୍ଟନ କରାଯିବ। ହସ୍ତତନ୍ତର ପରମ୍ପରା ସମ୍ବନ୍ଧୀୟ ଏକ ବୃତ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପିତାମ୍ବର ମେହେର, ନରୋତ୍ତମ ମେହେର, ପ୍ରହ୍ଲାଦ ମେହେର, ଭାଗବତ ମେହେର ଓ ଧରଣୀଧର ମେହେରଙ୍କୁ ମୁଦ୍ରା ଯୋଜନା ଅନ୍ତର୍ଗତ ଋଣ ପ୍ରଦାନ କରାଯାଇଥିଲା। ସୋଲାର ଆଲୋକ ୟୁନିଟ୍ ଗ୍ରହଣ କରିଥିଲେ ଲକ୍ଷ୍ମୀପ୍ର୍ର୍ରିୟା ବେହେରା, ସରସ୍ବତୀ ଦାସ, ରାଧାକାନ୍ତ ହରିପାଲ, ବିଜୟ ମେହେର ଓ କରୁଣାକର ମହାନନ୍ଦ ଶ୍ରୀଧର ନାଥ, ଲକ୍ଷ୍ମଣ ପାଗଳ, ଗିରିଧର ପାଗଳ, ଲକ୍ଷପତି ମେହେର ଓ ଭିକାରୀ ମେହେର ହସ୍ତତନ୍ତ ସମ୍ବର୍ଦ୍ଧନ ସହାୟତା ଗ୍ରହଣ କରିଥିଲେ।
ଓ୍ୱାର୍କସେଡ୍ ନିର୍ମାଣ କରିଥିବାରୁ ଦିଗମ୍ବର ମେହେର, ଭୁବନେଶ୍ୱର ମେହେର, କିଶୋର ମେହେର, ଯୁଧିଷ୍ଠିର କେତକୀ ଓ ଦ୍ୱିତୀୟ ମେହେରଙ୍କୁ ପ୍ରଣାମ ପତ୍ର ପ୍ରଦାନ କରାଯାଇଥିଲା ହସ୍ତତନ୍ତ କଳାକୁ ନେଇ ଏକ ଆକର୍ଷଣୀୟ ପ୍ରଦର୍ଶନୀର ମଧ୍ୟ ଆୟୋଜନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ବୟନ ଶିଳ୍ପ ଓ ହସ୍ତଶିଳ୍ପ (ସ୍ବାଧୀନ) ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରଣାଳୟର କମିଶନର ଏବଂ ସଚିବ ଶୁଭା ଶର୍ମା ଓ ଭାରତ ସରକାରଙ୍କ ହସ୍ତତନ୍ତ ବିକାଶ କମିଶନର ସୟ ରସ୍ତୋଗି ଅତିଥି ଭାବେ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।