ମା’ ହେବା ସମ୍ଭାବନାକୁ ୭୦ ପ୍ରତିଶତ ବଢ଼ାଏ ଆଇଭିଏଫ୍‌


ପିଲା ଭଗବାନଙ୍କ ସବୁଠାରୁ ସୁନ୍ଦର ଉପହାର। କିନ୍ତୁ କୌଣସି ନା କୌଣସି କାରଣରୁ କେତେକ ମହିଳା ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି। ଏହି କାରଣରୁ ଅନେକ ସମୟରେ ମହିଳାଙ୍କୁ ସାମାଜିକ ବହିଷ୍କାରର ଶିକାର ହେବାକୁ ମଧ୍ୟ ପଡ଼ିଥାଏ। କିନ୍ତୁ ଏବେ ମହିଳାମାନେ ସନ୍ତାନ ସୁଖରୁ ବଞ୍ଚିତ ରହିବେ ନାହିଁ, କାରଣ ବିଜ୍ଞାନ ଏତେ ମାତ୍ରାରେ ଉନ୍ନତି କରିଛି ଯେ ଯାହା ମାଧ୍ୟମରେ ମହିଳାମାନେ ମା’ ହେବାରେ କୌଣସି ସମସ୍ୟା ନାହିଁ। ଏହି ଟେକ୍ନୋଲୋଜିକୁ ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ ବା ଆଇଭିଏଫ୍‌ କୁହାଯାଏ।

ଆଇଭିଏଫ୍‌ ବା ଟେଷ୍ଟ ଟ୍ୟୁବ୍‌ ବେବି ଟେକ୍ନୋଲୋଜିରେ ମହିଳାଙ୍କ ଗର୍ଭାଶୟରେ ଔଷଧ ଓ ଇଞ୍ଜେକ୍ସନ୍‌ ଦ୍ବାରା ଯେତିକି ଦରକାର ତାହାଠାରୁ ଅଧିକ ଡିମ୍ବାଣୁ ସୃଷ୍ଟି କରାଯାଏ। ଏହା ପରେ ସର୍ଜରୀ ମାଧ୍ୟମରେ ଅଣ୍ଡାକୁ ବାହାର କରି ଲ୍ୟାବରେଟୋରୀରେ କଲ୍‌ଚର ଡିଶ୍‌ରେ ତିଆରି କରାଯାଇଥିବା ପତିଙ୍କ ଶୁକ୍ରାଣୁ ସହିତ ମିଶାଇ ଫର୍ଟିଲାଇଜେସନ୍‌ ପାଇଁ ଲ୍ୟାବ୍‌ରେ ଦୁଇରୁ ତିନି ଦିନ ରଖାଯାଇଥାଏ। ଏହି ପୂରା ପ୍ରକ୍ରିୟାରେ ଅଲଟ୍ରାସାଉଣ୍ଡର ବ୍ୟବହାର ମଧ୍ୟ କରାଯାଏ। ଏହାପରେ ପରୀକ୍ଷାନିରୀକ୍ଷା ପରେ ସୃଷ୍ଟି ହୋଇଥିବା ଭ୍ରୁଣକୁ ପୁଣିଥରେ ମହିଳାଙ୍କ ଗର୍ଭାଶୟରେ ପ୍ରତିରୋପଣ କରାଯାଏ। ଆଇଭିଏଫ୍‌ ପ୍ରକ୍ରିୟାରେ ୨ରୁ ୩ ସପ୍ତାହ ସମୟ ଲାଗିଯାଏ। ୟୁଟ୍ରେସ୍‌ରେ ଭ୍ରୁଣ ପ୍ରତିରୋପଣକରିବା ପରେ ୧୪ ଦିନରେ ରକ୍ତ କିମ୍ବା ପ୍ରେଗ୍ନାନ୍ସି ଟେଷ୍ଟ କରି ଏହାର ସଫଳତା କିମ୍ବା ବିଫଳତା ସମ୍ପର୍କରେ ଜଣାପଡ଼ିଥାଏ। ଏହି ଟେକ୍ନୋଲୋଜିରେ ମା’ ହେବାର ସମ୍ଭାବନା ପାଖାପାଖି ୭୦ ପ୍ରତିଶତ ଯାଏ ରହିଛି ବୋଲି ଜଣାପଡ଼ିଛି।

ଆଇଭିଏଫ୍‌ ସମ୍ପର୍କରେ ଲୋକଙ୍କ ଧାରଣା
କେତେକ ଲୋକଙ୍କ ଧାରଣା ରହିଛି ଯେ ଆଇଭିଏଫ୍‌ ପ୍ରକ୍ରିୟାରେ ପିଲା ଆପଣଙ୍କର ହୋଇ ନ ଥାଏ। ଏହା କିନ୍ତୁ ଏକ ଭ୍ରାନ୍ତ ଧାରଣା। ଏହି ଟେକ୍ନୋଲୋଜିରେ ପତିଙ୍କଠାରୁ ଶୁକ୍ରାଣୁ ଓ ପତ୍ନୀଙ୍କଠାରୁ ଡିମ୍ବାଣୁ ନିଆଯାଇଥାଏ। ଏହି ଟେକ୍ନୋଲୋଜି ଦ୍ବାରା ଜନ୍ମ ହେଉଥିବା ପିଲା ସମ୍ପୂର୍ଣ୍ଣ ଭାବେ ପତି ପତ୍ନୀଙ୍କର ହୋଇଥାଏ। କେତେକ ଲୋକଙ୍କ ଧାରଣା ରହିଛି ଯେ ଏହି ଟେକ୍ନୋଲୋଜିରେ ଜନ୍ମ ହେଉଥିବା ପିଲା ଅନ୍ୟ ପିଲାଙ୍କ ତୁଳନାରେ ଅସାମାନ୍ୟ ହୋଇଥାନ୍ତି। କିନ୍ତୁ ଏହା ମଧ୍ୟ ଏକ ଭୁଲ୍‌ ଧାରଣା। ପିଲା ସୁସ୍ଥ ହେବା ମା’ଙ୍କ ସ୍ବାସ୍ଥ୍ୟ ଉପରେ ନିର୍ଭର କରିଥାଏ। ଆଇଭିଏଫ୍‌ ଟେକ୍ନୋଲୋଜିରେ ଜନ୍ମିତ ପିଲା ସାଧାରଣ ପିଲାଙ୍କ ଭଳି ସ୍ବାସ୍ଥ୍ୟକର ହୋଇଥାନ୍ତି।

ବୟସ୍କ ମହିଳାଙ୍କ ପାଇଁ ଆଇଭିଏଫ୍‌ ଲାଭଦାୟକ କି?
୪୦ରୁ ୪୪ ବର୍ଷ ବୟସର ମହିଳାଙ୍କ ଗର୍ଭଧାରଣା କ୍ଷମତା ବହୁତ କମ୍‌ ହୋଇଯାଇ ୧୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଯାଏ। ଏହି ବୟସର ମହିଳାମାନଙ୍କର ପିରିଅଡ୍‌ ଅନିୟମିତ କିମ୍ବା ବନ୍ଦ ହୋଇଯାଇଥାଏ। ଏହାପରେ ଗର୍ଭଧାରଣ କଷ୍ଟକର ହୋଇଯାଏ। ଅଧିକ ବୟସରେ ଗର୍ଭଧାରଣ କରିଲେ ମଧ୍ୟ ଗର୍ଭପାତ କିମ୍ବା ଭ୍ରୁଣରେ ବିକାର ଆଶଙ୍କା ବଢ଼ିଯାଏ। କିନ୍ତୁ ବୟସରେ ସୁରକ୍ଷିତ ଭାବେ ସନ୍ତାନ ଇଚ୍ଛା ପୂରଣ କରିବା ଲାଗି ଆଇଭିଏଫ୍‌ ଉତ୍ତମ ମାଧ୍ୟମ ଅଟେ।

ସାବଧାନତା
ଆଇଭିଏଫ୍‌ ଟେକ୍ନୋଲୋଜି ଜରିଆରେ ନିଃସନ୍ତାନ ଦମ୍ପତିଙ୍କୁ ମା’ ବାପା ହେବା ସୁଖ ମିଳିଥାଏ। କିନ୍ତୁ ଏହି ପ୍ରକ୍ରିୟା ପରେ ଅନେକ ପ୍ରକାରର ସାବଧାନତା ଅବଲମ୍ବନ କରିବା ବହୁତ ଆବଶ୍ୟକ। ଯାହାଫଳରେ ଭବିଷ୍ୟତରେ କୌଣସି ସମସ୍ୟା ହେବ ନାହିଁ। ଏହି ସମୟରେ କୌଣସି ଓଜନିଆ ଜିନିଷ ଟେକିବା ଉଚିତ ନୁହେଁ। ଏହାଫଳରେ ମାଂସପେଶୀ ଉପରେ ଚାପ ପଡ଼ି ଗର୍ଭଧାରଣ ଉପରେ ପ୍ରଭାବ ପଡ଼ିପାରେ। ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟର ଅତିକମ୍‌ରେ ୨ ସପ୍ତାହ ଯାଏ ବାଥ୍‌ ଟବ୍‌ରେ ଗାଧୋଇବା ଉଚିତ ନୁହେଁ। ଏହି ସମୟରେ ଶାୱାର ବାଥ୍‌ ଅଧିକ ଲାଭଦାୟକ। ଗର୍ଭବତୀ ଥିବା ସମୟରେ ବ୍ୟାୟାମ କରିବା ଭଲ। କିନ୍ତୁ ଆଇଭିଏଫ୍‌ ଟେକ୍ନୋଲୋଜି ବ୍ୟବହାର ପରେ ହାଲୁକା ପୁଲୁକା ବ୍ୟାୟାମ କରିବା ପରାମର୍ଶ ଦିଆଯାଏ। ଏହି ସମୟରେ ଆପଣ ମର୍ଣ୍ଣିଂ ୱାକ୍‌, ପ୍ରାଣାୟମ ଓ ମେଡିଟେସନ୍‌ କରିପାରିବେ। ସେହିପରି ଏହି ସମୟରେ କଫିନ୍‌, ଆଲ୍‌କହଲ, ଡ୍ରଗ୍ସ, ଧୂମପାନ ଭଳି ନିଶା ଠାରୁ ଦୂରେଇ ରହିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।