ଭାରତୀୟଙ୍କ ସ୍ମୃତିରେ ଉଜ୍ଜୀବିତ ସୁଷମା


ଭାରତୀୟ ରାଜନୀତିର ଅଗ୍ନିବର୍ଷୀ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି। ୬୭ ବର୍ଷ ବୟସରେ ହୃଦଘାତ ରେ ମଙ୍ଗଳବାର ତାଙ୍କର ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛି । ରାଜନୀତିରେ ଅପରାଜିତା, ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ସୁଷମା ଲୋକସଭାକୁ ୭ ଥର ବିଜୟୀ ହୋଇ ଆସିଥିଲେ। ଲୋକସଭାରେ ବିରୋଧୀ ଦଳ ନେତ୍ରୀ ହେବାଠାରୁ ବୈଦେଶିକ ମନ୍ତ୍ରୀ ଯାଏଁ ସବୁଠି ସେ ନିଜର ପାରଦର୍ଶିତା ପ୍ରଦର୍ଶିତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ସ୍ୱଳ୍ପ ସମୟ ପାଇଁ ଅଧିଷ୍ଠିତ ସୁଷମା ୨୫ ବର୍ଷ ବୟସରେ ହରିୟାଣା ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଯୋଗଦେଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସୁଷମା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ଦାୟିତ୍ୱ ସମ୍ଭାଳି ଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ବୈଦେଶିକ ମନ୍ତ୍ରୀ ଭାବେ ସେ ସର୍ବାଧିକ ଲୋକପ୍ରିୟ। ସଂସଦ, ଜାତିସଂଘ, ନିର୍ବାଚନୀ ସଭା ତଥା ବିଭିନ୍ନ ସ୍ଥାନରେ ନିଜର ଓଜସ୍ୱୀ ଭାଷଣ ପାଇଁ ସେ ଲୋକପ୍ରିୟ ଥିଲେ। ଅନ୍ୟକୁ  ସାହାଯ୍ୟ କରିବାର ମନୋଭାବ, କାର୍ଯ୍ୟଦକ୍ଷତା, ହସହସ ମୁହଁ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ ସୁଷମା। ତାଙ୍କ ପରି ଜଣେ ବାଗ୍ମୀ ନେତ୍ରୀଙ୍କୁ ହରାଇବା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସୂଚନାଯୋଗ୍ୟ ଯେ ମୃତ୍ୟୁର କେଇ ଘଣ୍ଟା ଆଗରୁ ନିଜର ଶେଷ ଟ୍ୱିଟ୍‌ରେ ସେ ଏପରି ଏକ ଦିନକୁ ଅପେକ୍ଷା କରିଥିଲେ ବୋଲି ଦର୍ଶାଇ ଜାମ୍ମୁ-କାଶ୍ମୀର ରେ ୩୭୦ ଧାରା ଉଛେଦ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାବାସୀ ଜଣାଇଥିଲେ।

ଏହି ମହାନ ନେତ୍ରୀଙ୍କ ଆବର୍ତ୍ତମାନରେ ସାରା ଦେଶ ଶୋକରେ ଡୁବିଛି। ସୁଷମା ଙ୍କ ପାର୍ଥିବ ଶରୀର ସିନା ବିଲୀନ ହୋଇଛି, ହେଲେ ସ୍ମୃତିରେ ସେ ଭାରତୀୟଙ୍କ ନିକଟରେ ଚିର ଦିନ ଉଜ୍ଜୀବିତ ହୋଇ ରହିବେ। ସୁଷମା ଏବଂ ତାଙ୍କର ସ୍ୱାମୀ ସ୍ୱରାଜ କୌଶଳ ସବୁଠୁ କମ ବୟସରେ କେତେକ ଉଲ୍ଲେଖନୀୟ ଯୋଗଦାନ ପାଇଁ ଲିମ୍‌କା ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ନିଜ ନାମକୁ ସ୍ଥାନିତ କରାଇଛନ୍ତି। ମାତ୍ର ୨୫ ବର୍ଷ ବୟସରେ ହରିୟାଣା ସରକାରରେ ସବୁଠୁ ଯୁବ ମନ୍ତ୍ରୀ ଭାବେ ସୁଷମାଙ୍କ ରାଜନୈତିକ ଜୀବନ ଅନେକ ସ୍ମୃତି ଅନୁଭବରେ ସମୃଦ୍ଧ  ଥିଲା। ଏହି କାରଣରୁ ସେ ନିଜ ଦଳ ଓ ପ୍ରତିପକ୍ଷଙ୍କ ସମେତ ବିଶ୍ଵବ୍ୟାପୀ ନେତାମାନଙ୍କ ନିକଟରେ ଆଜି ଖୋଜା ପଡିଛନ୍ତି। ପାକିସ୍ଥାନରୁ ଫେରି ଆସିଥିବା ଗୀତା ଏବେ ସ୍ତବ୍ଧ ହୋଇଯାଇଛି। ମୋ ମା ଚାଲିଗଲେ,ଏବେ ମୋର ଆଉ କିଏ ଯତ୍ନ ନେବ? ମୁଁ ଏବେ ଅନାଥ ହୋଇଗଲି। ମୋ ମା ଯେତେବେଳେ ବି ଇନ୍ଦୋର ଆସୁଥିଲେ,ସେତେବେଳେ ମୁଁ ମୋ ମାକୁ ଭେଟିପାରୁଥିଲି। ଫୋନରେ ମଧ୍ୟ ମଝିରେ ମଝିରେ କଥା ହୋଇପାରୁଥିଲି। ରୋଗଶଯ୍ୟାରେ ପଡିଥିବା କାରଣରୁ ବିଗତ ମାସେ ହେଲା କଥା ହୋଇପାରୁ ନ ଥିଲି।୨୦୧୫ରେ ପାକିସ୍ଥାନରୁ ଭାରତ ଫେରିଥିବା ମୁକ ବଧିର ଗୀତାକୁ ମଙ୍ଗଳବାର ରାତିରେ ସୁଷମାଙ୍କ ବିୟୋଗ ଖବର ଦିଆଯାଇ ନ ଥିଲା। ବୁଧବାର ସକାଳୁ ଏ ଖବର ଦିଆଯିବା ପରେ ସେ ଭାବୁକ ହୋଇଯାଇଥିଲେ, ତାଙ୍କ  ଆଖିରେ ଲୁହ ଆସିଯାଇଥିଲା ବୋଲି କହନ୍ତି ମୁକ ବଧିର ଅନୁବାଦକ ସନ୍ଦୀପ ପଣ୍ଡିତ। ଗୀତାଙ୍କ ପରି ଯେଉଁମାନେ ସୁଷମାଙ୍କ ଠାରୁ ଉପକୃତ ହୋଇଥିଲେ, ଏବେ ସମସ୍ତଙ୍କ ଆଖିରେ ଲୁହ। ଦେଶ ବିଦେଶରୁ ବି ଶୋକର ବାର୍ତ୍ତା ଛୁଟିବାରେ ଲାଗିଛି।

ସୁଷମା ଭାଲେଣ୍ଟାଇନ ଦିବସରେ ଜନ୍ମ ଗ୍ରହଣ କରିଥିଲେ। ନିଜ ଆଇନ ସହପାଠୀ ସ୍ୱରାଜ କୌଶଳ ଙ୍କୁ ପ୍ରେମ ବିବାହ କରିଥିଲେ ସୁଷମା। ବନ୍ଧୁରୁ ପତି ହୋଇଥିବା ସ୍ୱରାଜ ସମାଜବାଦୀ ଶିବିର ସହ ଯୋଡି ହୋଇଥିଲେ। ସେ ସୁପ୍ରିମକୋର୍ଟର ଜଣେ ଜଣାଶୁଣା କ୍ରିମିନାଲ ଓକିଲ। ଦେଶର ସର୍ବ କନିଷ୍ଠ ରାଜ୍ୟପାଳ ଭାବେ ତାଙ୍କର ଆଉ ଏକ ପରିଚୟ ରହିଛି। ମାତ୍ର ୩୮ ବର୍ଷ ବୟସରେ ସେ ମିଜୋରାମର ରାଜ୍ୟପାଳ ହୋଇଥିଲେ। ୧୯୯୦ ରୁ ୧୯୯୬ ଯାଏ ସ୍ୱରାଜ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଉତ୍ତର ପୂର୍ବୋତ୍ତର ପ୍ରସଙ୍ଗର ବିଶେଷଜ୍ଞ ଭାବେ ସ୍ୱରାଜଙ୍କୁ ଗଣା ଯାଇଥାଏ। ୧୯୭୯ରେ ସେ ଅଣ୍ଡରଗ୍ରାଉଣ୍ଡ ମିଜୋ ନେତା ଲାଲ ଡେଙ୍ଗାଙ୍କ ମୁକ୍ତିକୁ ସମ୍ଭବ କରାଇ ଚର୍ଚାକୁ ଆସିଥିଲେ। ମିଜୋ ଶାନ୍ତି ବୁଝାମଣାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା, ଫଳରେ ୨୦ ବର୍ଷ ବ୍ୟାପି ଚାଲି ଆସିଥିବା ବିବାଦର ସମାଧାନ ହୋଇଥିଲା। ଏହା ପରେ ସ୍ୱରାଜ କୌଶଳ ଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଗଲା । ସେ ହରିୟାଣାରୁ ଥରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ହିମାଚଳ ପ୍ରଦେଶର ଶୋଲନରେ ୧୯୫୨ରେ ଜନ୍ମିତ ସ୍ୱରାଜ ୧୯୭୫ରେ ସୁଷମା ସ୍ୱରାଜଙ୍କୁ ପ୍ରେମ ବିବାହ କରିଥିଲେ। ସୁଷମା ନିଜ ରାଜନୈତିକ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ୭ ଥର ଲୋକସଭାକୁ ନିର୍ବାଚିତ ହେବା ସହ ସେ ବାଜପେୟୀ ଓ ମୋଦି ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନିଜର ଏକ ନିଆରା ଛବି ସୃଷ୍ଟି କରିଥିବା ବେଳେ ଦେଶର ପୂର୍ଣ୍ଣକାଳୀନ ମହିଳା ବୈଦେଶିକ ମନ୍ତ୍ରୀ ଭାବେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛନ୍ତି। ସର୍ବଶ୍ରେଷ୍ଠ ମହିଳା ସାଂସଦ ଭାବେ ତାଙ୍କର ନାମ ସ୍ବର୍ଣ୍ଣାକ୍ଷରରେ ଲେଖା ହୋଇ ରହିବ। ଏଭଳି ଭାବେ ପତି ପତ୍ନୀ ଦୁହିଁଙ୍କ ଚମକପ୍ରଦ ଯୋଗଦାନ ପାଇଁ ସୁଷମା ଓ ସ୍ୱରାଜଙ୍କୁ ବିଶିଷ୍ଟ ଦମ୍ପତ୍ତି ଭାବେ ଲିମ୍‌କା ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନ ମିଳିଛି। ସବୁଠୁ ବଡ କଥା ହେଲା, ସେ କୋଟି କୋଟି ଭାରତୀୟଙ୍କ ହୃଦୟ  ଜୟ କରିଯାଇଛନ୍ତି । ତାଙ୍କର ବାଗ୍ମିତା, ପରୋପକାର, ସ୍ମିତହାସ୍ୟ ଓ ଅଦମ୍ୟ ସାହସ ସହିତ ଅବିଚଳିତ ଦେଶଭକ୍ତି ତାଙ୍କୁ କାଳଜୟୀ କରାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।