ହିମାଳୟର ପାର୍ବାତ୍ୟାଞ୍ଚଳ ଲଦାଖର ସୌନ୍ଦର୍ଯ୍ୟ ଲୁଟନ୍ତୁ


କେନ୍ଦ୍ର ସରକାର ସମ୍ବିଧାନରୁ ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଅନୁଚ୍ଛେଦ ୩୭୦ ହଟାଇ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଅନୁଚ୍ଛେଦ ୩୭୦ ହଟାଇବା ସୂଚନା ରାଜ୍ୟସଭାରେ ୫ ଅଗଷ୍ଟରେ ଦେଇଥିଲେ। ଏହାବ୍ୟତୀତ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କରାଯାଇ ଦୁଇଟି ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଚାଲନ୍ତୁ ଏଭଳି ସମୟରେ ଜାଣିବା ଲଦାଖରେ ଥିବା କେତେକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନ ସମ୍ପର୍କରେ, ଯେଉଁଥିପାଇଁ ଏହା ସାରା ବିଶ୍ବରେ ଆକର୍ଷଣର କେନ୍ଦ୍ର ପାଲଟିଛି।

ପାଙ୍ଗଙ୍ଗ ହ୍ରଦ
ବ୍ଲୁ ପାଙ୍ଗାଙ୍ଗ ହ୍ରଦ ହିମାଳୟରେ ଲେହ-ଲଦାଖ ପାଖରେ ଅବସ୍ଥିତ ଏକ ଲୋକପ୍ରିୟ ହ୍ରଦ ଅଟେ। ଏହି ହ୍ରଦ ୧୨ କିମି ଲମ୍ବ ପର୍ଯ୍ୟପ୍ତ ପରିବ୍ୟାପ୍ତ ଓ ଭାରତରୁ ତିବ୍‌ବତ ପର୍ଯ୍ୟନ୍ତ ଏହା ବ୍ୟାପି ରହିଛି। ପାଖାପାଖି ୪୩,୦୦୦ ମିଟର ଉଚ୍ଚରେ ଏହି ହ୍ରଦ ରହିଛି। ଏଠାର ତାପମାତ୍ରା ମାଇନସ୍‌ ୫ରୁ ୧୦ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟରେ ରହିଥାଏ।

ମ୍ୟାଗ୍ନେଟିକ୍‌ ହିଲ୍‌
ଲଦାଖର ଲୋକପ୍ରିୟ ମ୍ୟାଗ୍ନେଟିକ୍‌ ହିଲ୍‌କୁ ଗ୍ରାଭିଟି ହିଲ୍‌ ବୋଲି ମଧ୍ୟ କୁହାଯାଏ। ମାଧ୍ୟାକର୍ଷଣ ଶକ୍ତି କାରଣରୁ ଯାନବାହାନ ଆପେ ଆପେ ଆଗକୁ ବଢ଼ୁଥିବାରୁ ଏହାକୁ ମ୍ୟାଗ୍ନେଟିକ୍ ହିଲ୍‌ ନାମରେ ନାମିତ କରାଯାଇଛି। ଏହି ପାହାଡ଼ିଆ ଅଞ୍ଚଳ ସମୁଦ୍ର ପତ୍ତନଠାରୁ ପାଖାପାଖି ୧୪,୦୦୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଓ ଲେହଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ।

ଲେହ ପ୍ୟାଲେସ୍‌
ଲେହ ପ୍ୟାଲେସ୍‌ ଲେହ ଲଦାଖର ଏକ ପ୍ରମୁଖ ଐତିହାସିକ ସ୍ଥଳ ଅଟେ ଓ ଏହା ଦେଶର ଦେଶର ଐତିହାସିକ ସମୃଦ୍ଧ କୀର୍ତ୍ତିରାଜି ମଧ୍ୟରେ ଅନ୍ୟତମ। ଏହି ଭବ୍ୟ ଓ ଆକର୍ଷଣୀୟ ପ୍ୟାଲେସ୍‌ ୧୬୦୦ ଶତାବ୍ଦୀରେ ରାଜା ସେଙ୍ଗି ନାମଗ୍ୟାଲ୍‌ଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ଏହି ମହଲରେ ରାଜା ଓ ତାଙ୍କ ପୂରା ରାଜ ପରିବାର ରହୁଥିଲେ।

ଚାଦର ଟ୍ରେକ୍‌
ଚାଦର ଟ୍ରେକ୍‌ ଲେହ ଲଦାଖର ସବୁଠାରୁ କଠିନ ଆଡଭେଞ୍ଚରସ୍‌ ଟ୍ରେକ୍‌ ମଧ୍ୟରେ ଅନ୍ୟତମ। ଜାନ୍‌ସ୍କର ନଦୀର ପାଣି ଶୀତଦିନେ ବରଫରେ ପରିଣତ ହୋଇ ପୂରା ନଦୀକୁ ଚାଦର ଭଳି ଢାଙ୍ଗି ଦେଇଥାଏ। ଏଣୁ ଏହାକୁ ଚାଦର ଟ୍ରେକ୍‌ ବୋଲି ମଧ୍ୟ କୁହାଯାଏ। ତେବେ ଏହା ଉପରେ ଟ୍ରେକିଂ କରିବା କଷ୍ଟକର ହୋଇଥାଏ ଏବଂ  ଅନ୍ୟ ଟ୍ରେକିଂ ସ୍ଥାନଠାରୁ ଚାଦର ଫ୍ରୋଜନ୍‌ ରିଭର ଟ୍ରେକ୍‌ ପୂରାପୁରି ଅଲଗା ହୋଇଥାଏ।

ଫୁଗତାଲ ମଠ
ଫୁଗତାଲ ବା ଫୁକତାଳ ମଠ ଲଦାଖର ଜାନ୍‌ସ୍କର କ୍ଷେତ୍ରର ଦକ୍ଷିଣପୂର୍ବ ଅଞ୍ଚଳରେ ଅମସ୍ଥିତ। ଏହି ମଠ ବା ଗୁମ୍ଫାରେ ପ୍ରାଚୀନ କାଳରେ ବିଦ୍ବାନମାନେ ରହୁଥିଲେ। ଏହି ସ୍ଥାନରେ ସେମାନେ ଧ୍ୟାନ କରିବା ସହିତ ଶିକ୍ଷାଦାନ ମଧ୍ୟ କରୁଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ ରହି ସେମାନେ ଜୀବନକୁ ମଧ୍ୟ ଉପଭୋଗ କରୁଥିଲେ। ଏବେ ଦୂର ଦୂରାନ୍ତରୁ ଲୋକେ ଏଠାକୁ ବୁଲିବାକୁ ଆସୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ