ମହଙ୍ଗା ଟ୍ୟାଙ୍କ ଟପ୍‌ରେ କରୀନାଙ୍କ କୁଲ୍‌ ଲୁକ୍‌


ବନ୍ଧୁମାନଙ୍କ ଗହଣରେ ନିଜକୁ ଷ୍ଟାଇଲିଶ୍‌ ଓ କୁଲ୍‌ ଦେଖାଯିବା ଲାଗି ପ୍ରଶଂସକମାନେ କେତେବେଳେ ନିଜ ପସନ୍ଦର ଷ୍ଟାର୍‌ଙ୍କ ଡ୍ରେସ୍‌କୁ କପି କରନ୍ତି ତ ଆଉ କେତେବେଳେ ତାଙ୍କ ଲୁକ୍‌କୁ କପି କରନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ନିଜ ଷ୍ଟାଇଲ୍‌ ଓ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା କରୀନା କପୁର ବା ବେବୋଙ୍କ ଏକ ଟପ୍‌ ସୋସାଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଟପ୍‌ର ଦାମ୍‌ ଏତେ ଅଧିକ ରହିଛି ଯେ ଏହି ଦାମ୍‌ରେ ଜଣେ ୯୦ରୁ ୧୦୦ଟା ଟପ୍‌ କିଣି ପାରିବେ।

କରୀନା କପୁର ବଲିଉଡ୍‌ର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ, ଯିଏ ନିଜ ଫ୍ୟାଶନ୍‌ ଓ ଟେଷ୍ଟ ସହିତ କେବେ ବୁଝାମଣା କରନ୍ତି ନାହିଁ। ଏମିତିରେ କରୀନାଙ୍କୁ ସବୁବେଳେ ନିଜ କୁଲ୍‌ ଚିକ୍‌ ଲୁକ୍‌ରେ ଦେଖିବାକୁ ମିଳିଥାଏ, କିନ୍ତୁ କମ୍ଫର୍ଟ ଓ ଏୟାରପୋର୍ଟ ଲୁକ୍‌ ପାଇଁ ଆରାମଦାୟକ ପୋଷାକ ତାଙ୍କ ପ୍ରଥମ ପସନ୍ଦ। କିଛି ଦିନ ତଳେ କରୀନା ଲଣ୍ଡନର ହ୍ୟାମ୍ପଶାୟରରୁ ସୋସାଲ ମିଡିଆରେ ନିଜ ମା’ ବବିତା ଓ ଭଉଣୀ କରିସ୍ମା କପୁରଙ୍କ ସହିତ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ କରୀନା ଏକ ଟ୍ୟାଙ୍କ ଟପ୍‌ ପିନ୍ଧିଥିଲେ। ଏହି ଟପ୍ ସହିତ ସେ ବ୍ଲୁ କଲରର ସ୍କିନି ଜିନ୍ସ ଓ ଚଙ୍କି ବ୍ରାଉନ୍‌ ଲେଦର ବୁଟ୍‌ ପିନ୍ଧିଥିଲେ।

କରୀନାଙ୍କ ଏହି ମହଙ୍ଗା ଟପ୍‌ ୨୦୧୯ର ଗୁଚ୍ଚି ସ୍ପ୍ରିଙ୍ଗ ସମର କଲେକ୍ସନ୍‌ର ଅଂଶବିଶେଷ ଥିଲା। ଏହି ଆନିମଲ ପ୍ରିଣ୍ଟଯୁକ୍ତ ଟପ୍‌ରେ ଷ୍ଟ୍ରବେରୀ ପ୍ରିଣ୍ଟ ଏହାକୁ ଆହୁରି ଆକର୍ଷିକ କରି ଦେଉଛି। କେବଳ ସେତିକି ନୁହେଁ, ଏହି ଟପ୍‌ରେ ଗୋଲାପୀ ରଙ୍ଗ ବିଟ୍‌ସ ମଧ୍ୟ ଲଗାଯାଇଥିଲା। କରୀନାଙ୍କ ଏହି ଟପ୍‌ର ଲୁକ୍‌ ଯଦିଓ ଦେଖିବାକୁ ବହୁତ ସିମ୍ପଲ ଲାଗୁଛି, କିନ୍ତୁ ଏହାର ଦାମ୍‌ ବହୁତ ରହିଛି। କରୀନାଙ୍କ ଏହି ଟ୍ୟାଙ୍କ ଟପ୍‌ର ଦାମ୍‌ ପାଖାପାଖି ୭୦,୦୦୦ଟଙ୍କା ରହିଛି। କରୀନାଙ୍କ ଟପ୍‌ର ବଜେଟ୍‌ରେ ଜଣେ ବ୍ୟକ୍ତି ବହୁତ ସହଜରେ ୯୦ ରୁ ୧୦୦ଟି କାଜୁଆଲ ଟି-ଶାର୍ଟ କିଣି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ