ଭଦ୍ରକରେ ବାଟ ହୁଡ଼ିଛି ‘ପରୀ’

୪ ବର୍ଷରେ ୫୫୪ ଜଣ ଶିଶୁ ଉଦ୍ଧାର, ଥଇଥାନ କେବଳ ୨

ନିଖୋଜ ଶିଶୁଙ୍କୁ ଠାବ କରିବା ସହ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କିମ୍ବା ଥଇଥାନ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପରୀ କାର୍ଯ୍ୟକ୍ରମ। ଏହିକ୍ରମରେ ପରୀ-୧, ପରୀ-୨ ପରେ ଏବେ ଆରମ୍ଭ ହୋଇଛି ପରୀ-୩ କାର୍ଯ୍ୟକ୍ରମ। ତେବେ ନିଖୋଜ ଶିଶୁଙ୍କୁ ଠାବ କରିବା ପାଇଁ ପରୀ-୨କୁ ଯେପରି ସଫଳତା ମିଳିଥିଲା, ସେପରି ସଫଳତା ଏବେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ମିଳିବ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପରୀ-୨ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୂର୍ବରୁ ଜୋରଦାର୍‌ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ସେପରି ପ୍ରସ୍ତୁତି ଚଳିତ ପରୀ-୩ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ। ଅପରପକ୍ଷରେ ଶିଶୁମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ବିଭିନ୍ନ ସଂଗଠନମାନଙ୍କ ନିକଟରେ ଯେପରି ତତ୍ପରତା ପ୍ରକାଶ ପାଇବା କଥା, ସେତିକି ଦେଖିବାକୁ ମିଳିନାହିଁ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ତରବରିଆ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ କେତେକ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଜିଲ୍ଲା ପୋଲିସ୍‌ ପ୍ରଶାସନ ଏହାର ଶୁଭାରମ୍ଭ କରିଛି। ବିନା ପ୍ରଚାର ପ୍ରସାର ତଥା ସଚେତନତା ସୃଷ୍ଟିରେ ଏପରି ଏକ କାର୍ଯ୍ୟକ୍ରମ କିପରି ସଫଳ ହେବ, ତାହାକୁ ନେଇ ଏବେ ସଂଶୟ ସୃଷ୍ଟି ହୋଇଛି।

ପରୀ-୩ ପୂର୍ବରୁ ପ୍ରଶାସନ ଦ୍ୱାରା ୫ଟି ଅନୁରୂପ କାର୍ଯ୍ୟକ୍ରମ ୨୦୧୫ ମସିହାରୁ ଗ୍ରହଣ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଧରଣର ୫ଟି କାର୍ଯ୍ୟକ୍ରମରେ ମୋଟ ୫୫୪ ଜଣ ଶିଶୁଙ୍କୁ ଜିଲ୍ଲାରୁ ଉଦ୍ଧାର କରାଯାଇଥିଲା। ୨୦୧୫ ମସିହା ଜୁଲାଇ ୧୪ ତାରିଖ ମୁସ୍କାନ-୧ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲାରୁ ମୋଟ ୩୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ୧୮ ଜଣ କେବଳ ଭଦ୍ରକ ଜିଲ୍ଲାର ଥିବା ବେଳେ ଅନ୍ୟମାନେ ବାହାର ଜିଲ୍ଲାର ଶିଶୁ ଥିବା ଜଣାପଡ଼ିଥିଲା। ସେହିପରି ୨୦୧୬ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହୋଇଥିବା ମାସେ ବ୍ୟାପୀ ମୁସ୍କାନ-୨ କାର୍ଯ୍ୟକ୍ରମରେ ଜିଲ୍ଲାରୁ ୧୫୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ, ସେମାନଙ୍କ ମଧ୍ୟରୁ କେବଳ ଭଦ୍ରକ ଜିଲ୍ଲାର ଥିଲେ ୧୩୧ ଓ ଅବଶିଷ୍ଟ ବାହାର ଜିଲ୍ଲାର ଥିଲେ।  କିନ୍ତୁ ୨୦୧୭ ଜୁଲାଇ ମାସରୁ ମେ’ ୫ ତାରିଖ ଭିତରେ ଚାଲିଥିବା ମୁସ୍କାନ୍‌-୩ କାର୍ଯ୍ୟକ୍ରମରେ ମୋଟ ୨୩୨ ଶୁଶୁଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହାପରେ ଶେଷ ହୋଇଯାଇଥିଲା ମୁସ୍କାନ୍‌ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମ ପୁଣି ଏକ ନୂତନ ରୂପରେ ଆସିଥିଲା। ଶିଶୁଙ୍କ ସୁରକ୍ଷା ଓ ସେମାନଙ୍କ ଥଇଥାନ ବିଷୟରେ ସରକାର ଜନସଚେତନତା ସୃଷ୍ଟି କରିବା ପାଇଁ ପରୀ ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ୫ ଜୁନ୍‌ ୨୦୧୮ରେ ଭୁବନେଶ୍ୱରରୁ ବାହାରି ସମଗ୍ର ରାଜ୍ୟ ପରିକ୍ରମା କରିଥିଲା। ଠିକ୍‌ ଏହାର ୩ ମାସ ପରେ ପରୀ-୨ କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୧୩୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ଆରମ୍ଭ ହୋଇଛି ପରୀ-୩ କାର୍ଯ୍ୟକ୍ରମ। ତେବେ ଶେଷ ସୂଚନା ସୁଦ୍ଧା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଯାବତ୍‌ ୭ ଦିନ ବିତିଯାଇଥିଲେ ହେଁ ଆଉ କୌଣସି ଉଦ୍ଧାର କରାଯାଇ ନ ଥିବା ଜଣାପଡ଼ିଛି।

ଏଠାରେ ସୂଚନାଯୋଗ୍ୟ, କେବଳ ଏହି ସରକାରୀ କାର୍ଯ୍ୟକ୍ରମରେ ଉପରୋକ୍ତ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଶତାଧିକ ନାବାଳକ ଓ ନାବାଳିକା ବିଭିନ୍ନ ରାଜ୍ୟକୁ କର୍ମସଂସ୍ଥାନ ପାଇଁ ଯିବା ସମୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଚାଇଲ୍ଡଲାଇନ, ଫେଲୋସିପ୍‌ ସଂଗଠନ ସେମାନଙ୍କୁ ଜିଆରପି, ଆର୍‌ପିଏଫ୍‌ ସହଯୋଗରେ ଉଦ୍ଧାର କରି ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜିଲ୍ଲାରେ ସହସ୍ରାଧିକ ଶିଶୁ ଶ୍ରମିକ ଥିବାବେଳେ ଆଜି ପର୍ଯ୍ୟନ୍ତ ଏହି ପ୍ରକାର ୬ଟି କାର୍ଯ୍ୟକ୍ରମରେ କେବଳ ୫୫୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ ଥଇଥାନ ପାଇଁ ଉଦ୍ୟମ କରିଛି ପ୍ରଶାସନ। ସେମାନଙ୍କ ମଧ୍ୟରୁ ୨ ଜଣ ଅଦ୍ୟାବଧି ବୈଷୟିକ ଶିକ୍ଷା(ଆଇଟିଆଇ) ଗ୍ରହଣ କରୁଥିବାବେଳେ, ଅନ୍ୟ ୪ ଜଣ ସେମାନଙ୍କ ପରିବାରଙ୍କ ନିକଟକୁ ଫେରି ଯାଇଛନ୍ତି। ତେବେ ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରଶାସନ ଶିଶୁଙ୍କୁ ଉଦ୍ଧାର କରୁଛି ସତ, କିନ୍ତୁ ସେମାନଙ୍କ ଥଇଥାନ ଦିଗ ପ୍ରତି ଆଦୌ ଦୃଷ୍ଟି ଦେଉନାହିଁ। ଏପରିକି କେଉଁ ପରିସ୍ଥିତିରେ ଭଦ୍ରକ ସମେତ ବାହାର ଜିଲ୍ଲାର ଶିଶୁମାନେ ଶ୍ରମିକ ସାଜୁଛନ୍ତି, ତାହାର ମୂଳ କାରଣ ଖୋଜିବାକୁ ଉଦ୍ୟମ କରୁନାହିଁ ପ୍ରଶାସନ।

ଶିଶୁ ସୁରକ୍ଷା କର୍ମୀ ଲଲାଟେନ୍ଦୁ ମହାନ୍ତିଙ୍କ ମତରେ ଦାରିଦ୍ର୍ୟତା ଓ ସଚେତନତାର ଅଭାବ ପାଇଁ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିବାରର ଆର୍ଥିକ ଦୁର୍ଦ୍ଦଶା ଯୋଗୁ ନିଜ ଅଭିଭାବକଙ୍କ ଜ୍ଞାତସାରରେ ନାବାଳକମାନେ ବିଭିନ୍ନ ବିପଦଜନକ କାର୍ଯ୍ୟରେ ଲିପ୍ତ ହେବାକୁ ବାଧ୍ୟ ହେଉଛନ୍ତି। ଯଦି ସରକାର ସେମାନଙ୍କ ଥଇଥାନ ଦିଗ ପ୍ରତି ଦୃଷ୍ଟି ଦିଅନ୍ତେ, ଏହି ସଂଖ୍ୟା ନିଶ୍ଚିତ କମି ପାରନ୍ତା ବୋଲି ମହାନ୍ତି କହିଛନ୍ତି। ଅପରପକ୍ଷରେ ଶିଶୁମାନଙ୍କୁ ଯେଉଁମାନେ ଏପରି କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏ ଦିଗରେ ଶ୍ରମ ଓ ପୋଲିସ୍‌ ବିଭାଗର ଏକ ଗୁରୁଦାୟିତ୍ୱ ରହିଛି। ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଅଦ୍ୟାବଧି ଶିଶୁମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବା ଜଣେ ହେଲେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବରଂ ୨ ବର୍ଷ ପୂର୍ବେ କେତେକ ହୋଟେଲ୍‌ ଓ ଗ୍ୟାରେଜ ମାଲିକଙ୍କୁ ଏ ସମ୍ପର୍କରେ କେବଳ ନୋଟିସ୍‌ ଜାରି କରାଯାଇଥିଲା। ତେଣୁ ଉଦ୍ଧାର କରାଯାଉଥିବା ଶିଶୁଙ୍କ ଥଇଥାନ ସହିତ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଶିଶୁ ଶ୍ରମିକ ସଂଖ୍ୟା କମି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।