ବର୍ଷାଦିନେ କପଡ଼ା ଶୁଖାଇବାରେ ସମସ୍ୟା ହେଉଥିଲେ, ଆପଣାନ୍ତୁ ଏହି ଟିପ୍ସ


ବର୍ଷାଦିନେ ପ୍ରାୟ ସମସ୍ତେ ମଜା କରିବାକୁ ପସନ୍ଦ କରନ୍ତି, କିନ୍ତୁ ଓଦା କପଡ଼ା ଶୁଖାଇବା କଥା ଉଠିଲେ, ଏହି କାମ କୌଣସି ସମସ୍ୟାଠାରୁ କମ୍‌ ହୋଇ ନ ଥାଏ। ଅନେକ ସମୟରେ କପଡ଼ା ଶୁଖିବା ଲାଗି ଦିନ ଦିନ ଲାଗିଯାଏ। ଯଦି ଆପଣ ମଧ୍ୟ ବର୍ଷାଦିନେ ଏହି ସମସ୍ୟା ଭୋଗିବାକୁ ଚାହୁନାହାନ୍ତି, ତେବେ ଏହାର ସମାଧାନ ଲାଗି କେତେକ ଟିପ୍ସ ଦିଆଯାଇଛି।

ଡ୍ରାୟର ବ୍ୟବହାର କରନ୍ତୁ
ୱାଶିଂ ମେସିନ୍‌ରେ ଡ୍ରାୟର ରହିଛି, ଏଥିରେ କପଡ଼ା ଭଲ ଭାବେ ଡ୍ରାଏ ହେବାକୁ ଦିଅନ୍ତୁ। ସାଧାରଣତଃ ଡ୍ରାୟରର ଲିମିଟ୍‌ ୧ ମିନିଟ୍‌ ହୋଇଥାଏ। ଏହାକୁ ଟିକେ ବଢ଼ାଇ ଦିଅନ୍ତୁ। ଅତିକମ୍‌ରେ ୩ ମିନିଟ୍‌ କପଡ଼ା ଡ୍ରାଏ କରନ୍ତୁ।

ହେଆର ଡ୍ରାୟରରେ ଶୁଖାନ୍ତୁ

ଯଦି ଆପଣଙ୍କର ୱାଶିଂ ମେସିନ୍‌ ନାହିଁ, ତେବେ ହେଆର ଡ୍ରାୟରର ସହାୟତା ନେଇପାରିବେ। ଭଲ ଭାବେ କପଡ଼ାକୁ ଚିପୁଡ଼ି ଏହା ଉପରେ ହେଆର ଡ୍ରାୟର ଚଲାନ୍ତୁ। ଏହାଦ୍ବାରା ଏଥିରୁ ଓଦା ଅଂଶ କମିଯିବ। ଫ୍ୟାନ୍‌ ପବନରେ ମଧ୍ୟ କପଡ଼ା ଶୀଘ୍ର ଶୁଖିଯାଏ।

କୁଲର ଚଲାନ୍ତୁ

ପାଗ ଥଣ୍ଡା ହୋଇଗଲେ, କେହି ସାଧାରଣତଃ କୁଲର ଲଗାଇ ନ ଥାନ୍ତି। କିନ୍ତୁ କପଡ଼ା ଶୁଖାଇବାରେ ଏହା କାମରେ ଆସିପାରେ। ଓଦା କପଡ଼ାକୁ ଷ୍ଟାଣ୍ଡରେ ପକାଇ ଏହା ସାମ୍ନାରେ କୁଲର ଚାଲୁ କରନ୍ତୁ। କିନ୍ତୁ ଏହି ସମୟରେ କୁଲରର ୱାଟର ପମ୍ପ ବନ୍ଦ କରିଦିଅନ୍ତୁ। ନଚେତ କୁଲରରୁ ପାଣି ପଡ଼ି କପଡ଼ା ଆହୁରି ଓଦା ହୋଇଯିବ ଓ ଶୁଖିବା ପାଇଁ ସମୟ ଲାଗିବ।

କୋଠରୀର ମଏଶ୍ଚର କରନ୍ତୁ ନିୟନ୍ତ୍ରଣ

ମଏଶ୍ଚର କମ୍‌ ହେଉଥିବା କୋଠରୀ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ। ଯଦି ଏଭଳି ସମ୍ଭବ ହେଉ ନାହିଁ, ତେବେ ସେହି କୋଠରୀର କପଡ଼ା ଷ୍ଟାଣ୍ଡ ପାଖରେ ଏକ ପାତ୍ରରେ ଲୁଣ ପାଣି ରଖନ୍ତୁ। ଏହାଦ୍ବାରା କୋଠରୀରେ ଥିବା ମଏଶ୍ଚର କମ୍‌ କରିବା ସହିତ କପଡ଼ାକୁ ଶୀଘ୍ର ଶୁଖିବାରେ ସାହାଯ୍ୟ କରେ।

ଇସ୍ତ୍ରୀ କରନ୍ତୁ

କପଡ଼ା ଅଧିକ ଓଦା ନ ଥିଲେ, ଏହା ଉପରେ ଇସ୍ତ୍ରୀ କରନ୍ତୁ। ଏହା କପଡ଼ାର ମଏଶ୍ଚର କମ୍‌ ହେବା ସହିତ ଫଙ୍ଖା ପବନରେ ରାତି ସାରା କପଡ଼ା ଶୁଖାନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ