ଜାଣନ୍ତୁ ହାତଗୋଡ଼ ଥରିବାର କାରଣ, କରନ୍ତୁ ଉପଚାର


ଭୁଲ୍‌ ଖାଦ୍ୟପେୟ ଅଭ୍ୟାସ ପାଇଁ ଆଜିକାଲି ପ୍ରାୟ ସମସ୍ତ ବ୍ୟକ୍ତିଙ୍କଠାରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି। ପ୍ରତ୍ୟେକ ରୋଗର କିଛି ନା କିଛି ପ୍ରାରମ୍ଭିକ ଲକ୍ଷଣ ରହିଛି। ଯାହାକୁ ଆମେ ସାଧାରଣତଃ ଅଣଦେଖା କରିଥାଉ। ବେଳେବେଳେ ଗୋଡ଼ ହାତ ଥରିବା ଭଳି ଲକ୍ଷଣ ଦେଖାଯାଏ। ଶାରୀରିକ ଦୁର୍ବଳତା ଲାଗି ଏପରି ହେଉଥିବା ଅଧିକାଂଶ ଲୋକେ ଭାବନ୍ତି। ମାତ୍ର ଏହି ଧାରଣା ସବୁବେଳେ ଠିକ୍‌ ନୁହେଁ। ଚାଲନ୍ତୁ ଜାଣିବା ଗୋଡ଼ ହାତ ଥରିବାର ଆଉ ଅନ୍ୟ କାରଣ କ’ଣ ରହିଛି। ଯଦି ଆପଣ ମଧ୍ୟ ଏଭଳି ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ମଧୁମେହ
ଦେହ ଥରିବା ମଧୁମେହର ଲକ୍ଷଣ ମଧ୍ୟ ହୋଇପାରେ। ଯେତେବେଳେ ଶରୀରରେ ସୁଗାର କମ୍‌ କିମ୍ବା ବେଶୀ ହେବାରେ ଲାଗେ, ଚାପ ବଢ଼ିଯାଏ। ଯାହାଫଳରେ ହାତ ଥରିବା ଆରମ୍ଭ ହୁଏ। ଏପରିସ୍ଥଳେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ରକ୍ତହୀନତା
ଶରୀରରେ ରକ୍ତାଭାବ ହେଲେ ମଧ୍ୟ ହାତ ଥରିବା ଆରମ୍ଭ ହୁଏ। ଆନେମିଆ ପାଇଁ ଶରୀର ଦୁର୍ବଳ ଲାଗେ। ତେବେ ନିଜ ଡାଏଟ୍‌ ଉପରେ ବିଶେଷ ଧ୍ୟାନ ଦେବା ସହ ରକ୍ତ ପରୀକ୍ଷା କରାଇ ନିଅନ୍ତୁ।

ରକ୍ତଚାପ
ରକ୍ତଚାପ ନର୍ମାଲ ନ ରହିଲେ ମଧ୍ୟ ହାତ ଥରିବା ଭଳି ଲକ୍ଷଣ ଦେଖାଯାଏ। ରକ୍ତଚାପ ବଢ଼ିଲେ କିମ୍ବା କମିଲେ ଗୋଡ଼ହାତ ଥରିବା ଆରମ୍ଭ ହୁଏ। ଯଦି ଲଗାତର ଆପଣଙ୍କ ରକ୍ତଚାପ ସମସ୍ୟା ରହୁଛି, ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କୋର୍ଟିସଲ ହର୍ମୋନ୍‌
ଶରୀରରେ ଥିବା କୋର୍ଟିସଲ ହର୍ମୋନ ବଢ଼ିବା ଦ୍ବାରା ଚାପ ବଢ଼ିଯାଏ। ଯାହା ଫଳରେ ହାତ ଥରିବା, ଚିଡ଼ଚିଡ଼ା ଲାଗିବା, କଥା ଭୁଲିବା ଭଳି ସମସ୍ୟା ଦେଖାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ