ଆପଣଙ୍କୁ ସୁହାଇବ ମଲାଇକାଙ୍କ ସେକ୍ସି ସ୍ବେଟ୍‌ଶାର୍ଟ


ନିଜର ସେକ୍ସି ଜିମ୍‌ ଆଉଟ୍‌ଫିଟ୍‌ ଲୁକ୍‌, ହଲିଡେ’ ଫଟୋ ଓ ଅଭିନେତା ଅର୍ଜୁନ କପୁରଙ୍କ ସହିତ ରିଲେସନଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା। କିନ୍ତୁ କେବଳ ଜିମ୍‌ ଆଉଟ୍‌ଫିଟ୍‌ ନୁହେଁ, ବରଂ ମଲାଇକା ନିଜ ରେଡ୍‌ କାର୍ପେଟ୍‌ ଲୁକ୍‌, ବନ୍ଧୁମାନଙ୍କ ସହ କାଜୁଆଲ ଆଉଟିଂ ଲୁକ୍‌, ଏପରିକି ଏୟାରପୋର୍ଟ ଲୁକ୍‌କୁ ମଧ୍ୟ ବହୁତ ଗମ୍ଭୀରତାର ସହ ଗ୍ରହଣ କରିଥାନ୍ତି।

ସବୁଠାରୁ ବଡ଼ କଥା ହେଲା ମଲାଇକା ଗୋଟିଏ ପଟେ ମହଙ୍ଗା ଲଗ୍‌ଜୁରିଅସ୍‌ ବ୍ରାଣ୍ଡର କପଡ଼ା ଓ ଆସେସରିଜ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଅନ୍ୟପଟେ ମଲାଇକା ଏଭଳି ପୋଷାକ ମଧ୍ୟ ପିନ୍ଧିବାକୁ ପସନ୍ଦ କରନ୍ତି, ଯାହା ଅନ୍ୟ ସାଧାରଣ ଲୋକେ ମଧ୍ୟ ବଜେଟ୍‌ରେ କିଣିପାରିବେ। ମଲାଇକା ଯାହା କିଛି ପିନ୍ଧନ୍ତି, ତାହାକୁ ପୂରା ଆତ୍ମବିଶ୍ବାସର ସହ ପିନ୍ଧିଥାନ୍ତି। କିଛି ଦିନ ତଳେ ମୁମ୍ବାଇ ବିମାନବନ୍ଦରରେ ମଲାଇକା ନଜର ଆସିଥିଲେ। ଏହି ସମୟରେ ସେ ୟେଲୋ ଓ ନେଭି ବ୍ଲୁ ରଙ୍ଗର ଅଫ୍‌ ଶୋଲ୍ଡର ସେକ୍ସି ସ୍ବେଟ୍‌ଶାର୍ଟ ପିନ୍ଧିଥିଲେ। ଏହା ଉପରେ ଘୋଡ଼ାର ଲୋଗୋ ମଧ୍ୟ ତିଆରି ହୋଇଥିଲା। ଏହି ସ୍ବେଟ୍‌ଶାର୍ଟ ରାଙ୍ଗ୍‌ଲର କମ୍ପାନୀର ଥିଲା ଓ ଏହାର ଆଗପାର୍ଶ୍ବ ହଳଦିଆ ଓ ପଛ ପାର୍ଶ୍ବ ବ୍ଲୁ ରଙ୍ଗର ଥିଲା। ଏହି ସ୍ବେଟ୍‌ଶାର୍ଟକୁ ମଲାଇକା କଳା ରଙ୍ଗର ପ୍ୟାଣ୍ଟ, ହ୍ବାଇଟ୍‌ ସ୍ପୋର୍ଟ୍ସ ଶୁଜ୍‌ ଓ ସ୍କ୍ବୟାର ଶେପ୍‌ଡ ବ୍ଲାକ୍‌ ସନ୍‌ଗ୍ଲାସ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି ରାଙ୍ଗ୍‌ଲର ସ୍ବେଟ୍‌ଶାର୍ଟର ମୂଲ୍ୟ ପାଖାପାଖି ୭୯ ଡଲାର ଅର୍ଥାତ୍‌ ପାଖାପାଖି ୫,୪୪୦ ଟଙ୍କା ଅଟେ। ଏହି ସ୍ବେଟ୍‌ଶାର୍ଟର ମୂଲ୍ୟ ଆପଣଙ୍କ ବଜେଟ୍‌ରେ ମଧ୍ୟ ଆସିଯିବ। ଆପଣ ବି ଚାହିଲେ ଏହି ସ୍ବେଟ୍‌ଶାର୍ଟକୁ ନିଜ ପାଇଁ ଅର୍ଡର କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ