ତିଜ୍‌ରେ ବୋହୂଙ୍କୁ ଦିଅନ୍ତୁ ଖାସ୍‌ ଉପହାର


ବିବାହିତ ନାରୀଙ୍କ ପାଇଁ ତିଜ୍‌ ହେଉଛି ଏକ ବିଶେଷ ଦିନ। ବାହାଘର ପରେ ପ୍ରଥମ ତିଜ୍‌ ହୋଇଥିଲେ ଏହା ଆହୁରି ସ୍ବତନ୍ତ୍ର ହୋଇଥାଏ। ଚଳିତବର୍ଷ ୩ ଅଗଷ୍ଟରେ ତିଜ୍‌ ପଡ଼ୁଛି। ଏହି ଦିନ ଶାଶୂ ନିଜ ବୋହୂଙ୍କୁ ଉପହାର ଦେଇ ଏହି ଦିନକୁ ଆହୁରି ସ୍ପେସାଲ ଓ ସ୍ମରଣୀୟ କରିପାରିବେ। ଚାଲନ୍ତୁ ଜାଣିବା ତିଜ୍‌ ଅବସରରେ ବୋହୂଙ୍କୁ କ’ଣ ଉପହାର ଦେଇ ତାଙ୍କ ପାଇଁ ଏହି ଦିନକୁ ଆହୁରି ସ୍ବତନ୍ତ୍ର କରିପାରିବେ।

କପଡ଼ା
ବାହାଘର ସମୟରେ ଝିଅମାନଙ୍କୁ ଅନେକ ପ୍ରକାରର ଶାଢ଼ି ଓ ଅନ୍ୟାନ୍ୟ ପାରମ୍ପରିକ କପଡ଼ା ଉପହାର ସ୍ବରୂପ ମିଳିଥାଏ। ଏପରିସ୍ଥଳେ ବୋହୂଙ୍କ ଅଧିକ କାମରେ ଲାଗିବା ଭଳି ପୋଷାକ ଆପଣ ତାଙ୍କୁ ଉପହାର ସ୍ବରୂପ ଦେଇପାରିବେ। ଯଦି ଆପଣଙ୍କ ବୋହୂ ଅଫିସ୍‌ ଯାଉଥାନ୍ତି, ତେବେ ତାଙ୍କୁ ଷ୍ଟାଇଲିଶ୍‌ କୁର୍ତ୍ତି କିମ୍ବା ରେଡି ଟୁ ୱିଅର ଶାଢ଼ି ମଧ୍ୟ ଉପହାର ଦେଇପାରିବେ।

ଟ୍ରେଣ୍ଡି ଜୁଏଲାରୀ

ଆଜିକାଲି ହେଭି ଜୁଏଲାରୀ ପିନ୍ଧିବାକୁ କେହି ପସନ୍ଦ କରୁନାହାନ୍ତି। ତିଜ୍‌ ଅବସରରେ ଆପଣ ବୋହୂଙ୍କୁ ଟ୍ରେଣ୍ଡି ଜୁଏଲାରୀ ଉପହାର ସ୍ବରୂପ ଦେଇପାରିବେ। ଯାହାଫଳରେ ସେ ଏହାକୁ ଯେ କୌଣସି ପ୍ରକାରର ପୋଷାକ ସହିତ ମ୍ୟାଚ୍‌ କରି ପିନ୍ଧିପାରିବେ। ଜୁଏଲାରୀ ପସନ୍ଦ କରିବା ପାଇଁ ଆପଣ ନିଜ ପୁଅ କିମ୍ବା ଜୁଏଲାରୀ ଶପ୍‌ରେ ଥିବା କର୍ମଚାରୀଙ୍କ ସହାୟତା ନେଇ ପାରିବେ।

ସ୍ପେସାଲ କୁପନ୍‌
ଯଦି ବୁଝିପାରୁ ନାହାନ୍ତି ତିଜ୍‌ ଅବସରରେ ବୋହୂଙ୍କୁ କ’ଣ ଉପହାର ଦେବେ, ତେବେ ସ୍ପେସାଲ କୁପନ୍ସ ଏକ  ଉପଯୁକ୍ତ ବିକଳ୍ପ ହୋଇପାରେ। ଏହି ସ୍ପେସାଲ କୁପନ୍‌ ସ୍ପା, ପାର୍ଲର, ଶପିଂ, ହଲି ଡେ’ କିମ୍ବା ଅନ୍ୟ କୌଣସି ଜିନିଷ ସହିତ ଜଡ଼ିତ ହୋଇପାରେ।

ଗ୍ୟାଜେଟ୍‌
ଗ୍ୟାଜେଟ୍‌ ବୋହୂଙ୍କ ପାଇଁ ଏକ ଉପଯୁକ୍ତ ଉପହାର ହୋଇପାରେ। ଆପଣ ବୋହୂଙ୍କ ଜୀବନଶୈଳୀକୁ ଦେଖନ୍ତୁ ଓ ତାଙ୍କ ପାଇଁ ଉପଯୁକ୍ତ ଗ୍ୟାଜେଟ୍‌ ଚୟନ କରି ଉପହାର ଦିଅନ୍ତୁ। ଏହା ତାଙ୍କୁ ପସନ୍ଦ ଆସିବା ସହିତ ତାଙ୍କ କାମରେ ମଧ୍ୟ ଲାଗିବ।

କଷ୍ଟମାଇଜ୍‌ଡ୍‌ ଚକୋଲେଟ୍‌
କିଏ କହିଲା କେବଳ କପଲମାନେ ପରସ୍ପରକୁ ଚକୋଲେଟ୍‌ ଦେଇପାରିବେ। ଆପଣ ତିଜ୍‌ ଅବସରରେ କଷ୍ଟମାଇଜଡ୍‌ ଚକୋଲେଟ୍‌ ଉପହାର ଦିଅନ୍ତୁ। ଦେଖିବେ ବୋହୂଙ୍କ ଚେହେରାରେ ଖୁସିର ଝଲକ ଦେଖିବାକୁ ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ