ବର୍ଷାଦିନିଆ ସନ୍ଧ୍ୟାରେ ନିଅନ୍ତୁ ମଖାନା କଟ୍‌ଲେଟ୍‌ର ମଜା


ବର୍ଷାଦିନେ ସମସ୍ତେ ଗରମ ଗରମ ପକୁଡ଼ି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଯଦି ଆପଣ ବର୍ଷାଦିନେ ପକୁଡ଼ି ଓ ସମୋସା ଖାଇ ଖାଇ ବୋର୍‌ ହୋଇଗଲେଣି, ତେବେ କିଛି ନୂଆ ରେସିପି ପ୍ରସ୍ତୁତ କରିପାରିବେ। ଏଥର ବର୍ଷାଦିନିଆ ସନ୍ଧ୍ୟାରେ ସ୍ବାଦିଷ୍ଟ ମଖାନା କଟ୍‌ଲେଟ୍‌ର ମଜା ନେଇପାରିବେ। ଏହା ତିଆରି କରିବା ମଧ୍ୟ ବହୁତ ସହଜ। ଚାଲନ୍ତୁ ଜାଣିବା ଏହି ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ କପ୍‌ ମଖାନା, ୨ଟି କଟା କଞ୍ଚା ଲଙ୍କା, ୨ ଚାମଚ ଭଜା ଚିନା ବାଦାମ, ୧ ଚାମଚ ଚାଟ୍‌ ମସଲା, ୨ ଚିମୁଟା ଲଙ୍କା ଗୁଣ୍ଡ, ୪ ଚାମଚ ଘିଅ, ୪ଟି ସିଝା ଆଳୁ, ୧ ଚାମଚ ପାନମଧୁରୀ, କଟା ଧନିଆ ପତ୍ର, ଅଧଚାମଚ ଗରମ ମସଲା, ୨ ଚାମଚ ବ୍ଲାକ୍‌ ସଲ୍ଟ, ଅଧ କପ୍‌ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନ୍‌ରେ ଘିଅ ଗରମ କରି ମଖାନା ଭାଜନ୍ତୁ। ମଖାନା ଭାଜି ହୋଇଗଲା ପରେ ଏହାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରି ପାଉଡର ତିଆରି କରନ୍ତୁ। ସିଝା ଆଳୁକୁ ଚକଟି ଫ୍ରାଇଙ୍ଗ ପ୍ୟାନ୍‌ରେ ଭାଜନ୍ତୁ। ଏଥିରେ ମଖାନା ପାଉଡର ମିଶାଇବା ସହିତ ଅନ୍ୟ ସମସ୍ତ ସାମଗ୍ରୀ ମିଶାନ୍ତୁ ଓ ସ୍ବାଦାନୁସାରେ ଲୁଣ ପକାନ୍ତୁ। ଏହି ମିକ୍ସଚରକୁ ହାତରେ ନେଇ କଟଲେଟ୍‌ ଆକାରରେ ତିଆରି କରନ୍ତୁ। ଏକ ପ୍ୟାନ୍‌ରେ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ମଖାନା କଟଲେଟ୍‌। ଚଟଣୀ ସହିତ ଏହାକୁ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ