ସେକ୍ସ ଲାଇଫ୍‌କୁ ବିଗାଡ଼େ ମାତ୍ରାଧିକ କାମର ଚାପ


ଆଜିକାଲିର ଜୀବନଶୈଳୀରେ ଚାକିରି ଓ ଘର ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ମୁସ୍କିଲ ହେବାରେ ଲାଗିଛି। ଉଭୟ ପ୍ଲାଟଫର୍ମରେ ନିଜକୁ ପ୍ରମାଣ କରିବାର ଚାପ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଆପଣ କେବେ ଭାବିଛନ୍ତି କି ଏହି କାମର ଚାପ କାରଣରୁ ସୃଷ୍ଟି ହେଉଥିବା ଚାପ ଆପଣଙ୍କ ସେକ୍ସ ଲାଇଫ୍‌କୁ ପ୍ରଭାବିତ କରିପାରେ। ଘର ହେଉ ବା ଅଫିସ୍‌ କାମର ଅତିରିକ୍ତ ଚାପ ଆପଣଙ୍କ ସେକ୍ସ ଲାଇଫ୍‌ ପାଇଁ ଠିକ୍‌ ନୁହେଁ। ଚାପ ଶରୀରକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ। ଏହା ଆପଣଙ୍କ ଶାରୀରିକ କ୍ଷମତା, ଭାବନାତ୍ମକ ସନ୍ତୁଳନ ଓ ଫିଜିକାଲ ଓ ମେଣ୍ଟାଲ ହେଲ୍‌ଥ ଉପରେ ପ୍ରଭାବ ପକାଇଥାଏ। ଚାଲନ୍ତୁ ଜାଣିବା ସେକ୍ସ ଲାଇଫ୍‌କୁ ବିଗାଡ଼ୁଥିବା ଆଉ କେତେକ କାରଣ ସମ୍ପର୍କରେ।

ହର୍ମୋନରେ ସମସ୍ୟା
ଚାପ କାରଣରୁ ହର୍ମୋନ ହଜମ କ୍ରିୟାକୁ ପ୍ରଭାବିତ କରିପାରେ। ଏଥିପାଇଁ ଆପଣ ନିଜକୁ ଡଲ୍‌ ଅନୁଭବ କରିବା ସହିତ ଓଜନ ଦ୍ରୁତ ବେଗରେ ବଢ଼ିଥାଏ କିମ୍ବା କମିଥାଏ। ଏହାଦ୍ବାରା ନିଜ ଲୁକ୍‌ସକୁ ନେଇ ଆପଣଙ୍କ ଆତ୍ମବିଶ୍ବାସ କମିବାରେ ଲାଗେ। ଯଦି ଆପଣ ନିଜ ଶରୀରକୁ ପସନ୍ଦ କରିବେ ନାହିଁ, ତେବେ ପୂରା ଆତ୍ମବିଶ୍ବାସର ସହ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ। ଏହାଫଳରେ ନିଜ ସହିତ ନିଜ ସାଥୀଙ୍କ ମୁଡ୍‌ ମଧ୍ୟ ଖରାପ ହୋଇପାରେ।

ଶାରୀରିକ ସମ୍ପର୍କ ରଖିବାରେ ଇଚ୍ଛା ନ ହେବା
ଚାପ କାରଣରୁ ଉତ୍ପନ୍ନ ହେଉଥିବା ହର୍ମୋନ ମଧ୍ୟରେ କୋର୍ଟିସୋଲ ହର୍ମୋନ ଅନ୍ୟତମ। ଶରୀରକୁ ଏହି ହର୍ମୋନର ଆବଶ୍ୟକତା ଥିଲେ ମଧ୍ୟ ଖୁବ୍‌ କମ୍‌ ସମୟ ପାଇଁ ଏହା ଦରକାର। ଯଦି ଶରୀରରୁ ଦୀର୍ଘ ସମୟ ଯାଏ ଅଧିକ ମାତ୍ରାରେ କୋର୍ଟିସୋଲ ହର୍ମୋନ ଉତ୍ପନ୍ନ ହୁଏ, ତେବେ ଏହା ସେକ୍ସ ହର୍ମୋନକୁ ଚାପି ଦେଇଥାଏ। ଏହାଦ୍ବାରା ସେକ୍ସ କରିବାର ଇଚ୍ଛା ଶେଷ ହୋଇଯାଏ।

ଚାପ ଖରାପ କରେ ସମ୍ପର୍କ
ଚାପରେ ଥିବାବେଳେ ସାଧାରଣତଃ ଆଖପାଖରେ ଥିବା ଜିନିଷକୁ ଆମେ ଠିକ୍‌ ଭାବେ ଅନୁଭବ କରିପାରି ନ ଥାଉ। ମାନସିକ ଭାବେ ଚାପରେ ଥିବା କାରଣରୁ ଅନେକ ସେମାନଙ୍କ ସାଥୀଙ୍କ ଇଚ୍ଛା ଓ ଇଶାରାକୁ ବୁଝି ପାରି ନ ଥାନ୍ତି। ନିଜର ଉଦାସୀନ ବ୍ୟବହାର ପାଇଁ ଖୁସିର ମୁହୂର୍ତ୍ତରେ ଆପଣଙ୍କ ସାଥୀ ମଧ୍ୟ ନିରାଶ ହୋଇଯିବେ। ଏହାଫଳରେ ଆପଣଙ୍କ ବେଡ୍‌ରୁମ୍‌ର ରିଲେସନଶିପ୍‌ରେ ମଧ୍ୟ ଫାଟ ସୃଷ୍ଟି ହେବାରେ ଲାଗେ।

ଆବଶ୍ୟକତାଠାରୁ ଅଧିକ ମଦ୍ୟପାନ କରିବା
ବାସ୍ତବିକ ପରିସ୍ଥିତିରୁ ଦୂରେଇବା ଲାଗି ଆମ ସମାଜରେ ଅଧିକାଂଶ ଲୋକେ ମଦ୍ୟପାନ କରିଥାନ୍ତି। ଯାହାଫଳରେ ନିଶା ଅବସ୍ଥାରେ ହେଉ ନା କାହିଁକି ନିଜ ପାଇଁ କିଛି ହ୍ୟାପ୍ପି ଆୱାର୍ସ ସୃଷ୍ଟି କରିପାରିବେ। ଏଥିପାଇଁ ଅନେକ ଲୋକେ ମାତ୍ରାଧିକ ମଦ୍ୟପାନ କରନ୍ତି। କିନ୍ତୁ ଏହାଦ୍ବାରା ସେକ୍ସ ଲାଇଫ୍‌ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ଓ ଶାରୀରିକ ସମ୍ପର୍କ ରଖିବାଠାରୁ ବିମୁଖ ହୋଇଥାନ୍ତି। ବିଶେଷକରି ପୁରୁଷଙ୍କଠାରେ ଖୁବ୍‌ଶୀଘ୍ର ଇଜାକ୍ୟୁଲେସନ୍‌ ସମସ୍ୟା ଦେଖାଯାଏ।

ଫର୍ଟିଲିଟି ଓ ମେନ୍‌ଷ୍ଟ୍ରୁଆଲ ସାଇକେଲ ଉପରେ ପ୍ରଭାବ

ପୂର୍ବରୁ କୁହାଯାଇଛି ଯେ ଚାପରେ ରହିବା କାରଣରୁ ସେକ୍ସ କରିବା ଇଚ୍ଛା ଉପରେ ପ୍ରଭାବ ପଡ଼ିଥାଏ। ସେହିପରି ଏହା ସତ୍ୟ ଯେ ଚାପ କାରଣରୁ ଫର୍ଟିଲିଟି ମଧ୍ୟ ପ୍ରଭାବିତ ହୋଇଥାଏ। ମାତ୍ରାଧିକ ଚାପ ଫଳରେ ମହିଳାଙ୍କଠାରେ ଗର୍ଭଧାରଣା ସମସ୍ୟା ମଧ୍ୟ ଦେଖାଯାଏ। ଏପରିକି ମହିଳାଙ୍କଠାରେ ମେନେଷ୍ଟ୍ରୁଆଲ ସାଇକେଲ୍‌ରେ ସମସ୍ୟା ମଧ୍ୟ ଦେଖାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ