ସ୍ତନପାନ କରାଉଥିଲେ କରନ୍ତୁନି ଏହି ଭୁଲ୍‌


ନବଜାତ ଶିଶୁଙ୍କୁ ପୋଷଣ ଦେବା ଲାଗି ପ୍ରଥମ ପଦକ୍ଷେପ ହେଉଛି ବ୍ରେଷ୍ଟ ଫିଡିଙ୍ଗ ବା ସ୍ତନପାନ। ପିଲାର ଗ୍ରୋଥ୍‌ ଓ ବିକାଶ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ପୋଷକତତ୍ତ୍ବ ମା’ କ୍ଷୀରରେ ରହିଛି। ସ୍ତନପାନ କରାଇବା ସମୟରେ ମହିଳାଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ କୁହାଯାଇଥାଏ। ସେହିପରି କେତେକ ଜିନିଷଠାରୁ ମହିଳାଙ୍କୁ ଦୂରେଇ ରହିବାକୁ ପଡ଼ିଥାଏ। ଚାଲନ୍ତୁ ଜାଣିବା ସ୍ତନପାନ କରାଉଥିବା ମହିଳାମାନେ କେଉଁ କେଉଁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।

ଖଟା ଜିନିଷ
ସ୍ତନପାନ କରୁଥିବା ମହିଳାମାନେ ଆଚାର, ତେନ୍ତୁଳି, ଗୁପ୍‌ଚୁପ୍‌, କମଳା, ଲେମ୍ବୁ, ମୌସାମ୍ବୀ ଭଳି ଖଟା ଖାଦ୍ୟଠାରୁ ଦୂରେଇ ରହିବା ଉଚିତ। ଏପରି ନ କଲେ ପିଲାର ପେଟ ଦରଜ ଓ ଏସିଡିଟି ସମସ୍ୟା ହୋଇପାରେ।

ମସଲାଯୁକ୍ତ ଖାଦ୍ୟ

ଅଧିକ ଲଙ୍କା, ରସୁଣ ଓ ମସଲାଯୁକ୍ତ ଖାଦ୍ୟଠାରୁ ସ୍ତନପାନ କରାଉଥିବା ମହିଳାମାନେ ଦୂରେଇ ରହିବା ଉଚିତ। ଏହା ସେବନ କଲେ କ୍ଷୀରର ସ୍ବାଦ ବଦଳିଯାଏ। ଯାହା ଫିଲାଙ୍କୁ ଭଲ ଲାଗି ନ ଥାଏ।

ଏହି ଫଳଠାରୁ ଦୂରେଇ ରହନ୍ତୁ

ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସ୍ତନପାନ କରାଉଥିବା କେତେକ ମହିଳା ପିଆଜ, ମୂଳା, କୋବି, କାକୁଡ଼ି, ବ୍ରୋକୋଲି ଆଦି ସେବନ କରିବା ଉଚିତ ନୁହେଁ। ଏସବୁ ଖାଇଲେ ଆପଣଙ୍କୁ ଅସ୍ତବ୍ୟସ୍ତ ଲାଗିବା ସହିତ ପିଲାଙ୍କୁ ପେଟ ଦରଜ ସମସ୍ୟା ହୋଇପାରେ। 

କଫିନ୍‌
ବ୍ରେଷ୍ଟ ଫିଡିଙ୍ଗ କରାଉଥିବା ମହିଳା ସାରା ଦିନରେ ୧ କପ୍‌ କଫି ସେବନ କରିପାରିବେ। କିନ୍ତୁ ଏହାଠାରୁ ଅଧିକ କଫି ପିଇବା ଦ୍ବାରା ପିଲାର ନିଦ ବାଧାପ୍ରାପ୍ତ ହୋଇଥାଏ। ଏହାବ୍ୟତୀତ ସ୍ତନପାନ କରାଉଥିବା ମହିଳାମାନେ ଚା’, ସୋଡ଼ା, ଚକୋଲେଟ୍‌ ଓ ସି’ ଫୁଡ୍‌ସ ଭଳି ଖାଦ୍ୟଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ମଦ୍ୟପାନ ଓ ଧୂମପାନ
ଯଦି ଆପଣ ସ୍ତନପାନ କରାଉଛନ୍ତି, ତେବେ ଆପଣ ମଦ, ସିଗାରେଠ୍‌ ଭଳି କୌଣସି ବି ପ୍ରକାରର ନିଶା ପଦାର୍ଥକୁ ହାତ ଲଗାନ୍ତୁ ନାହିଁ। ଏହାଦ୍ବାରା ଶିଶୁର ବିକାଶ ଓ ନିଦ ଉପରେ ପ୍ରଭାବ ପଡ଼ିଥାଏ। ଏହା ବଦଳରେ ଆପଣ ଫ୍ଲେବର ଚା’ ପିଇପାରିବେ।

ରାଜମା

ରାଜମା ନାମ ଶୁଣିଲା ମାତ୍ରେ ଯେ କୌଣସି ବ୍ୟକ୍ତିଙ୍କ ମୁହଁରେ ପାଣି ଆସିଯାଏ। କିନ୍ତୁ ଏହାଦ୍ବାରା ପେଟରେ ଗ୍ୟାସ୍‌ ହୋଇଥାଏ। ତେଣୁ ସ୍ତନପାନ କରାଇବା ସମୟରେ ଏହା ସେବନ କରିବା ଉଚିତ ନୁହେଁ। ଚିନା ବାଦାମ ଓ ମକା ଖାଇବା ଦ୍ବାରା ମଧ୍ୟ ଆଲର୍ଜି ହୋଇପାରେ। ତେଣୁ ମା’ମାନେ ଏହାଠାରୁ ଦୂରେଇ ରହିବା ଉଚିତ।

ଡାଳଚିନି

ସ୍ତନପାନ କରାଇବା ସମୟରେ ଡାଳଚିନି ଓ ଗୋଲମରିଚ ମଧ୍ୟ ଖାଇବା ଉଚିତ ନୁହେଁ। ଏହାଦ୍ବାରା ପିଲାର ପେଟ ଫୁଲିବା ସହିତ ଯନ୍ତ୍ରଣା ସମସ୍ୟା ହୋଇପାରେ।

ଅଧିକ ପାରଦଯୁକ୍ତ ମାଛ
ଶୋର୍ଡ ମାଛ,  ଟାଇଲ୍‌ ମାଛ ଭଳି ମାଛ ଖାଇବାଠାରୁ ସ୍ତନପାନ କରାଉଥିବା ମହିଳାମାନେ ଦୂରେଇ ରହିବା ଉଚିତ। ଏଥିରେ ପାରଦର ମାତ୍ରା ଅଧିକ ରହିଛି। ଏହା ବଦଳରେ ଆପଣ ସାଲମନ, କ୍ୟାଟ୍‌ଫିଶ୍‌, ଟୁନା ମାଛ ଖାଇପାରିବେ। କିନ୍ତୁ ସପ୍ତାହରେ କେବଳ ଥରେ ମାଛ ଖାଇବା ଭଲ।

ପନୀର
ପନୀର ସେବନ କରିବା ଦ୍ବାରା ପିଲାର ପେଟରେ ଗ୍ୟାସ୍‌ ହେବା ସମ୍ଭାବନା ଅଧିକ ହୋଇଥାଏ। ବିଶେଷକରି କଞ୍ଚା ପନୀର ଅଧିକ ଗ୍ୟାସ୍‌ ସୃଷ୍ଟି କରିଥାଏ। ଏହା ହଜମ ହେବା କଷ୍ଟକର ହୋଇଥାଏ। ଫଳରେ ଶିଶୁର ପେଟରେ ଗ୍ୟାସ ହେବା ସହିତ ଯନ୍ତ୍ରଣା ମଧ୍ୟ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ