ଦାନ୍ତ ଯନ୍ତ୍ରଣାରୁ ନିମିଷକେ ମୁକ୍ତି ଦେବ ଏହି ଘରୋଇ ଉପାୟ


ଦାନ୍ତ ଯନ୍ତ୍ରଣାର କାରଣ ଯାହା କିଛି ହୋଇଥାଉ ନା କାହିଁକି, କିନ୍ତୁ ଏହା  ଅସହନୀୟ ହୋଇଥାଏ। ଯେଉଁ ଲୋକଙ୍କ ଦାନ୍ତରେ କ୍ୟାଭିଟିଜ୍‌ ହୋଇଥାଏ, ସେମାନଙ୍କୁ ଅଧିକ ମାତ୍ରାରେ ଏହି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଖରାପ ଖାଦ୍ୟପେୟ ଓ ଦାନ୍ତର ସଠିକ ଯତ୍ନ ନ ନେବା ଫଳରେ ଏହି ସମସା ଉତ୍ପନ୍ନ ହୋଇଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଏଥିରୁ ମୁକ୍ତି ପାଇବା ଲାଗି କେତେକ ଘରୋଇ ଉପାୟ ଏଠାରେ ଦିଆଯାଇଛି।

ଯନ୍ତ୍ରଣାର କାରଣ
ଦାନ୍ତରେ ଯନ୍ତ୍ରଣା ହେବାର ଅନେକ କାରଣ ହୋଇପାରେ। ଖରାପ ଖାଦ୍ୟପେୟ କାରଣରୁ ଦାନ୍ତରେ ଅନେକ ସମୟରେ ପୋକ ଲାଗିଯାଏ କିମ୍ବା କ୍ୟାଲ୍‌ସିୟମ ଅଭାବ କାରଣରୁ ଦାନ୍ତ ଓ ମାଢ଼ିରେ ଯନ୍ତ୍ରଣା ହୋଇଥାଏ। ଅନେକ ସମୟରେ ଯନ୍ତ୍ରଣା ଏତେ ଅସହନୀୟ ହୋଇଥାଏ ଯେ ପେନ୍‌ କିଲର ଖାଇବା ବିନା ମୁକ୍ତି ମିଳି ନ ଥାଏ। ଦାନ୍ତ ଯନ୍ତ୍ରଣା ପ୍ରଥମେ ପ୍ରଥମେ ଧିରେ ଧିରେ ହୋଇଥାଏ। ତେଣୁ ଏହି ସମୟରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଉପଚାର କରିବା ଉଚିତ। ନଚେତ ଏହି ଯନ୍ତ୍ରଣା ଆପଣଙ୍କ ମସ୍ତିଷ୍କର ଶିରାକୁ ମଧ୍ୟ ଦୁର୍ବଳ କରିଦିଏ।

ହେଙ୍ଗୁ
ମୌସାମ୍ବୀ ରସରେ ଚିମୁଟେ ହେଙ୍ଗୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୂ ଯନ୍ତ୍ରଣା ହେଉଥିବା ଦାନ୍ତର ପାର୍ଶ୍ବରେ ଲଗାଇ ୧୫ରୁ ୨୦ ମିନିଟ୍‌ ପାଇଁ ଛାଡ଼ି ଦିଅନ୍ତୁ। ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ଏହା ସବୁଠାରୁ ଶସ୍ତା ଓ ସହଜ ଉପାୟ।

ଲବଙ୍ଗ
ଲବଙ୍ଗ ବ୍ୟାକ୍ଟେରିଆ ଓ ଅନ୍ୟ କୀଟାଣୁକୁ ନାଶ କରି ଦାନ୍ତରେ ହେଉଥିବା ଯନ୍ତ୍ରଣା କମ୍‌ କରିଥାଏ। ଯେଉଁ ଦାନ୍ତରେ ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହେଉଛି, ସେହି ଦାନ୍ତରେ ଆପଣ ଏକ ଲବଙ୍ଗ ରଖି ଦିଅନ୍ତୁ।

ପିଆଜ
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ପିଆଜ ଏକ ଉତ୍ତମ ଘରୋଇ ଉପଚାର ଅଟେ। ଯେଉଁ ଲୋକମାନେ ପ୍ରତ୍ୟେକ ଦିନ କଞ୍ଚା ପିଆଜ ଖାଇଥାନ୍ତି, ସେମାନଙ୍କର ପିଆଜ ଖାଉ ନ ଥିବା ଲୋକଙ୍କ ତୁଳନାରେ ଦାନ୍ତ ଯନ୍ତ୍ରଣା କମ୍‌ ହୋଇଥାଏ। ଯଦି ଆପଣଙ୍କ ଦାନ୍ତରେ ଯନ୍ତ୍ରଣା ହେଉଛି, ତେବେ ପିଆଜ ଚୋବାନ୍ତୁ କିମ୍ବା ଏହାକୁ ଦାନ୍ତ ପାଖରେ ଲଗାଇ ରଖନ୍ତୁ। ଏପରି କରିବା ଦ୍ବାରା କିଛି ସମୟ ମଧ୍ୟରେ ଆପଣଙ୍କୁ ଆରାମ ଅନୁଭବ ହେବ।

ରସୁଣ
ରସୁଣରେ ଆଣ୍ଟିବାୟୋଟିକ୍‌ ଗୁଣ ରହିଛି, ଯାହା ଅନେକ ପ୍ରକାରର ସଂକ୍ରମଣ ସହିତ ଲଢ଼ିବା ପାଇଁ କ୍ଷମତା ରଖିଛି। ଦାନ୍ତ ଯନ୍ତ୍ରଣା ସମୟରେ ଦୁଇ ତିନୋଟି ରସୁଣ କୋଲା କଞ୍ଚା ଚୋବାନ୍ତୁ। ଆପଣ ଚାହିଲେ ରସୁଣ କାଟି କିମ୍ବା ପେଶି ମଧ୍ୟ ଯନ୍ତ୍ରଣା ହେଉଥିବା ଦାନ୍ତରେ ଲଗାଇପାରିବେ।

ଲୁଣ ପାଣି

ଗରମ ପାଣିରେ ଲୁଣ ମିଶାଇ କୁଳି କରିବା ଦ୍ବାରା ମଧ୍ୟ ଦାନ୍ତ ଯନ୍ତ୍ରଣା ଓ ଦାନ୍ତ ମୂଳ ଫୁଲାରୁ ଆରାମ ମିଳିଥାଏ। ଏହି ପାଣି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍‌ ମାଉଥ୍‌ୱାଶ୍‌ ଭଳି କାମ କରେ। କୁଳି କରିବାବେଳେ ଧ୍ୟାନ ରଖନ୍ତୁ ଅତିକମ୍‌ରେ ୩୦ ସେକେଣ୍ଡ ଏହି ପାଣି ପାଟି ଭିତରେ ରହିବା ଦରକାର।

ଏହାବ୍ୟତୀତ ଦାନ୍ତ ଯନ୍ତ୍ରଣା ସୃଷ୍ଟି କରୁଥିବା ଖାଦ୍ୟ, ଅଧିକ ମିଠା, ଚକୋଲେଟ୍‌ ଓ କୋଲ୍ଡଡ୍ରିଙ୍କସ୍‌ ସେବନ କରିବାଠାରୁ ଦୂରେଇ ରହନ୍ତୁ। ଏଥିସହିତ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ବ୍ରଶ୍‌ କରିବା ଅଭ୍ୟାସ କରନ୍ତୁ। ଏହାଦ୍ବାରା ଦାନ୍ତ ସୁସ୍ଥ ରହିବା ସହିତ ସଫା ଓ ଚକମଦାର ମଧ୍ୟ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ