ଭ୍ରମଣ ସମୟରେ ଆପଣାନ୍ତୁ ଏହି ଟିପ୍ସ


ଭ୍ରମଣ କରିବାକୁ କେବେ ଓ କେଉଁଠିକୁ ଯିବେ, ତାହା କାହାରି ନା କାହାରି ପାଖରୁ ସୂଚନା ମିଳିଯାଏ। କିନ୍ତୁ ଆପଣଙ୍କ ଯାତ୍ରାକୁ ସୁଖମୟ କରିବା ଲାଗି ଏଠାରେ ଏପରି କେତେକ ଟିପ୍ସ ଦିଆଯାଇଛି। ଚାଲନ୍ତୁ ଜାଣିବା ଭ୍ରମଣ କରିବା ସମୟରେ କିଭଳି ଭାବେ ଯୋଜନା କରିବେ, ଯାହାଫଳରେ ଆପଣଙ୍କ ଭ୍ରମଣ ସ୍ମରଣୀୟ ହୋଇପାରିବ।

କ୍ୟାମେରା ବଦଳରେ ହୃଦୟରେ ଉଠାନ୍ତୁ ଫଟୋ

ଆଜିକାଲି ଇଣ୍ଟରନେଟ୍‌ରେ ସବୁ ସ୍ଥାନର ଫଟୋ ଉପଲବ୍ଧ ହେଉଛି। ତେଣୁ ପର୍ଯ୍ୟଟନସ୍ଥଳକୁ ଯାଇ ସେଠାର ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ବଦଳରେ ସେଠାର ପ୍ରାକୃତିକ ପରିବେଶକୁ ନିଜ ହୃଦୟରେ ରଖିବା ଏକ ଉତ୍ତମ ବିକଳ୍ପ। ଆପଣ ଚାହିଲେ ଅଳ୍ପ କିଛି ଫଟୋ କ୍ଲିକ୍‌ କରି ଯାତ୍ରାକୁ ସ୍ମରଣୀୟ କରିପାରିବେ। ଯଦି ଏପରି କରୁ ନାହାନ୍ତି, ତେବେ ଆପଣଙ୍କ ପୂରା ସମୟ ଫଟୋ ଉଠାଇବାରେ ହିଁ ବରବାଦ ହୋଇଯିବ।

କମ୍‌ ଜିନିଷ ସାଙ୍ଗରେ ରଖନ୍ତୁ
ଯଦି ଆପଣଙ୍କ ଟ୍ରିପ୍‌ର ଅଧିକ ମଜା ଉଠାଇବାକୁ ଚାହୁଛନ୍ତି, ତେବେ ଯଥାସମ୍ଭବ କମ୍‌ ଜିନିଷ ସାଙ୍ଗରେ ରଖନ୍ତୁ। ଏହାର ଅର୍ଥ ନୁହେଁ ଯେ ଆପଣ ସାଙ୍ଗରେ ଆବଶ୍ୟକ ଜିନିଷ ରଖିବେ ନାହିଁ। କିନ୍ତୁ ମନେ ରଖନ୍ତୁ  ଭ୍ରମଣରେ ଗଲାବେଳେ ଆପଣ ନିଜ ଜୀବନର କିଛି ସମୟ ଆରାମରେ ବିତାଇବାକୁ ଚାହୁଛନ୍ତି। କୌଣସି ଫଙ୍କସନ୍‌ କିମ୍ବା ପାର୍ଟି ଆଟେଣ୍ଡ କରିବାକୁ ଯାଉନାହାନ୍ତି।

ହେଭି ଖାଦ୍ୟ ଖାଆନ୍ତୁ ନାହିଁ
ଭ୍ରମଣ ସମୟରେ ହେଭି ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ। ଅଧିକରୁ ଅଧିକ ଫଳ ଖାଇବାକୁ ଚେଷ୍ଟା କରନ୍ତୁ। ବିଶେଷକରି ସାଙ୍ଗରେ ସବୁବେଳେ କମଳା ରଖନ୍ତୁ।

ତ୍ବଚାର ମଧ୍ୟ ଧ୍ୟାନ ରଖନ୍ତୁ
ହୋଟେଲରୁ ବାହାରକୁ ଯିବା ସମୟରେ ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବାକୁ ଭୁଲନ୍ତୁ ନାହିଁ। ଗରମ ଦିନେ ସନ୍‌ଟ୍ୟାନିଂ ଏକ ସାଧାରଣ ସମସ୍ୟା। ଘରୁ ବାହାରିବାବେଳେ ହ୍ୟାଟ୍‌ କିମ୍ବା ଛତା ସାଙ୍ଗରେ ରଖନ୍ତୁ। ଯାତ୍ରା କରିବା ସମୟରେ ସାଙ୍ଗରେ ମଏଶ୍ଚରାଇଜର, କ୍ଲିଞ୍ଜର, ହ୍ୟାଣ୍ଡ କ୍ରିମ୍‌ ଏବଂ ସାନିଟାଇଜର ନିହାତି ଭାବେ ରଖନ୍ତୁ। ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜରରେ ସଫର କରିବାକୁ ଭୁଲନ୍ତୁ ନାହିଁ।

ବିଜ୍‌ନେସ୍‌ ଟୁର ସମୟରେ ଧ୍ୟାନ ରଖନ୍ତୁ
ଯଦି ଆପଣ କୌଣସି ବିଜ୍‌ନେସ୍‌ ଟୁର୍‌ରେ ଯାଉଛନ୍ତି, ତେବେ ସାଙ୍ଗରେ ବିଜ୍‌ନେସ୍‌ ସୁଟ୍‌, ଶାର୍ଟ, ଷ୍ଟୋଲ୍‌, ଲେଦର ବ୍ୟାଗ, ଜୁଏଲାରୀ ଓ ଫୁଟ୍‌ୱିଅର ରଖିବାକୁ ଭୁଲନ୍ତୁ ନାହିଁ। ଉତ୍ତମ ଆସେସରିଜ ଆପଣଙ୍କ ଲୁକ୍‌କୁ କ୍ଲାସି କରିଥାଏ। ସାଙ୍ଗରେ କ୍ଲଚ୍‌ ଓ ନେକ୍‌ପିସ୍‌ ମଧ୍ୟ ରଖନ୍ତୁ। ଏହାଦ୍ବାରା ଆପଣ ବହୁତ ଆକ୍ଟିଭ୍‌ ଦେଖାଯିବା ସହିତ ଫ୍ୟାଶନ୍‌ ଅପଡେଟଡ ମଧ୍ୟ ଲାଗିବେ। ଟ୍ରାଭେଲିଂ ସମୟରେ ସାଙ୍ଗରେ ପୋର୍ଟେବଲ ଆଡପ୍ଟର ଓ ପାୱାର ବ୍ୟାଙ୍କ ସାଙ୍ଗରେ ରଖନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ