ଶ୍ରାବଣରେ ବୋଲ୍‌ବମ୍‌ ଟି-ଶାର୍ଟର ଜଲୱା


ଶ୍ରାବଣ ମାସରେ କାଉଡ଼ିଆମାନେ ଶିବଲିଙ୍ଗରେ ପାଣି ଢାଳିଥାନ୍ତି। କାଉଡ଼ିଆ ନାମ ଶୁଣିବା ମାତ୍ରେ ଯଦି ଆପଣଙ୍କ ଆଖି ଆଗରେ ଗେରୁଆ ରଙ୍ଗର କପଡ଼ା ପିନ୍ଧିଥିବା କୌଣସି ଯୁବକଙ୍କ ଛବି ଆସୁଛି, ତେବେ ଏଥର ନିଜ ଚିନ୍ତାଧାରା ବଦଳାଇ ଦିଅନ୍ତୁ। ଏଥର କାଉଡିଆ ଯାତ୍ରା ସମୟରେ କେବଳ ଗେରୁଆ ଟି-ଶାର୍ଟରେ ନୁହେଁ, ବରଂ ବୋଲ୍‌ବମ୍‌ ଟି-ଶାର୍ଟରେ ମଧ୍ୟ ନଜର ଆସୁଛନ୍ତି। ବଦଳୁଥିବା ଫ୍ୟାଶନ୍‌ ଟ୍ରେଣ୍ଡକୁ ଦୃଷ୍ଟିରେ ରଖି କାଉଡିଆଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଟି-ଶାର୍ଟ ଡିଜାଇନ୍‌ କରାଯାଇଛି। ଯୁବକମାନେ ମଧ୍ୟ ଏହି ଟି-ଶାର୍ଟକୁ ବହୁତ ପସନ୍ଦ କରୁଛନ୍ତି। ଆପଣ ମଧ୍ୟ ବୋଲ୍‌ବମ୍‌ବାଲା ଏହି ଟି-ଶାର୍ଟ ପିନ୍ଧି ଶିବ ଭକ୍ତିରେ ଲୀନ ହୋଇପାରିବେ। ଚାଲନ୍ତୁ ଜାଣିବା ଏହି ଲାଟେଷ୍ଟ ବୋଲ୍‌ବମ୍‌ ଟି-ଶାର୍ଟ ସମ୍ପର୍କରେ।

ଶ୍ରାବଣରେ ସବୁଜ ରଙ୍ଗର ରହିଛି ସ୍ବାତନ୍ତ୍ର
ଶ୍ରାବଣ ମାସକୁ ସବୁଜିମାର ପ୍ରତୀକ ବୋଲି କୁହାଯାଏ। ଏପରିସ୍ଥଳେ ଏହି ଋତୁରେ ଗେରୁଆ ରଙ୍ଗ ନୁହେଁ, ଆପଣ ସବୁଜ ରଙ୍ଗ ମଧ୍ୟ ଟ୍ରାଏ କରିପାରିବେ। ଏଥର ବଜାରରେ କେସରୀ, ସବୁଜ, ଧଳା ରଙ୍ଗର ଅନେକ ଲାଟେଷ୍ଟ ଭୋଲା ବାବାଙ୍କ ପ୍ରିଣ୍ଟଯୁକ୍ତ ଟି-ଶାର୍ଟ ଫ୍ୟାଶନ୍‌ ଟ୍ରେଣ୍ଡର ଅଂଶ ପାଲଟିଯାଇଛି। ଆପଣ ମଧ୍ୟ ଟ୍ରେଣ୍ଡି ଲୁକ୍‌ ଆପଣାଇବା ପାଇଁ ଆପଣଙ୍କ ୱାଡରୋବରେ ଏହାକୁ ନିହାତି ସାମିଲ୍‌ କରିପାରିବେ।

ବୋଲ୍‌ବମ୍‌ ଟି-ଶାର୍ଟ

ଶ୍ରାବଣ ମାସରେ ବୋଲ୍‌ବମ୍‌ ଟି-ଶାର୍ଟ ଆପଣଙ୍କୁ କେବଳ ଟ୍ରେଣ୍ଡି ଲୁକ୍‌ ଦେଇ ନ ଥାଏ, ବରଂ ଏହା ଏହି ଋତୁରେ ଆପଣଙ୍କୁ କୁଲ୍‌ ବି ରଖିବ। ଏହି ପ୍ରକାରର ଟି-ଶାର୍ଟରେ ଭଗବାନ ଶଙ୍କରଙ୍କ ପ୍ରିଣ୍ଟ ବହୁତ ସୁନ୍ଦର ଦେଖାଯାଉଛି। ଏହି ପ୍ରକାରର ଟି-ଶାର୍ଟର ଦାମ୍‌ ମାତ୍ର ୨୫୦ ଟଙ୍କାରୁ ଆରମ୍ଭ ହେଉଛି।

ତ୍ରିଶୂଳ ଓ ଡମ୍ବରୁ ପ୍ରିଣ୍ଟ ଟି-ଶାର୍ଟ
ଯଦି ଆପଣ ଅନ୍ୟମାନଙ୍କଠାରୁ କିଛି ହଟ୍‌କେ ଦେଖାଯିବାକୁ ଚାହୁଛନ୍ତି, ତେବେ ଏହି ଶ୍ରାବଣରେ ହଳଦିଆ ରଙ୍ଗର ଟି-ଶାର୍ଟ ଚୟନ କରିପାରିବେ। ଏହି ଟି-ଶାର୍ଟରେ ଭୋଳା ବାବାଙ୍କ ତ୍ରିଶୂଳ ସହିତ ତାଙ୍କ ଡମ୍ବରୁ ପ୍ରିଣ୍ଟ କରାଯାଇଛି। ଏହି ଟି-ଶାର୍ଟର ଦାମ୍‌ ୨୬୦ ଟଙ୍କାରୁ ଆରମ୍ଭ ହୋଇଯାଉଛି।

ଓମ୍‌ ନମଃ ଶିବାୟଯୁକ୍ତ ଟି-ଶାର୍ଟ
ଓମ୍‌ ନମଃ ଶିବାୟ ପ୍ରିଣ୍ଟ ଥିବା ଟି-ଶାର୍ଟ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର। ଯଦି ଆପଣ ମଧ୍ୟ ଓମଖ ନମଃ ଶିବାୟ ଟ୍ୟାଗ୍‌ଲାଇନ୍‌ ଯୁକ୍ତ ଟି-ଶାର୍ଟ ପିନ୍ଧିବାକୁ ଚାହୁଛନ୍ତି, ତେବେ ମାତ୍ର ୪୫୦ ଟଙ୍କାରେ ଏହା କିଣିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ