ସ୍ପାଇସି ସ୍ବିଟ୍‌ ପଟାଟୋ ୱେଜେସ ରେସିପି


ଘରେ ପାର୍ଟି କରନ୍ତୁ ବା ପିକ୍‌ନିକ୍‌ରେ ଯିବାକୁ ଥିଲେ, ସ୍ପାଇସ୍‌ ସ୍ବିଟ୍‌ ପଟାଟୋ ରେସିପି ତିଆରି କରି ଏହାର ମଜା ନେଇପାରିବେ। ଏହାକୁ ଆପଣ ଘରେ ସହଜରେ ତିଆରି କରିପାରିବେ। ଏହାର ସ୍ବାଦ ପିଲାଙ୍କଠାରୁ ବୟସ୍କ ଯାଏ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। କନ୍ଦମୂଳର ମିଠାପଣ ଓ ଉପରେ ଦିଆଯାଇଥିବା ସ୍ପାଇସି ଏହି ରେସିପିକୁ ମିଠା ଓ ସ୍ପାଇସିର ପରଫେକ୍ଟ ମିକ୍ସଚର କରିଥାଏ। ଚାଲନ୍ତୁ ଜାଣିବା ଏହି ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ଟି କନ୍ଦମୂଳ, ୧ ଚାମଚ ବ୍ରାଉନ୍‌ ସୁଗାର, ଏକ ଚତୁର୍ଥାଂଶ ଚାମଚ ପାପ୍‌ରିକା, ଏକ ଚତୁର୍ଥାଂଶ ଚାମଚ ଲଙ୍କା ଗୁଣ୍ଡ, ୧ ଟେବଲସ୍ପୁନ୍‌ ଅଲିଭ୍‌ ଅଏଲ, ୧ ଚାମଚ ଲୁଣ ଓ ଏକ ଚତୁର୍ଥାଂଶ ଚାମଚ ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ

ଓଭାନକୁ ୪୨୫ ଡିଗ୍ରୀରେ ଗରମ ହେବାକୁ ଦିଅନ୍ତୁ। ଏଥିରେ ବେକିଂ ସିଟ୍‌ ଲଗାଯାଇଥିବା ଟ୍ରେକୁ ରଖନ୍ତୁ ଓ ଏହାକୁ ଗରମ ହେବାକୁ ଦିଅନ୍ତୁ। କନ୍ଦମୂଳକୁ ଭଲ ଭାବେ ଧୋଇ ଦିଅନ୍ତୁ ଓ ଏହାକୁ ୱେଜେସ୍‌ ଶେପ୍‌ରେ କାଟି ଦିଅନ୍ତୁ। ଏକ ପାତ୍ରରେ ଅଲିଭ୍‌ ଅଏଲ୍‌ ଓ ବ୍ରାଉନ୍‌ ସୁଗାରକୁ ମିଶାନ୍ତୁ। ଏଥିରେ ଲୁଣ, ସ୍ମୋକ୍‌ଡ ପାପ୍‌ରିକା, ଗୋଲମରିଚ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏଥିରେ କଟା ହୋଇଥିବା କନ୍ଦମୂଳ ପକାଇ ଭଲ ଭାବେ ମିକ୍ସ କରନ୍ତୁ। ବେକିଂ ଟ୍ରେରେ ଏହାକୁ ଢାଳନ୍ତୁ। ୨୫ରୁ ୩୦ ମିନିଟ୍‌ ଯାଏ ଏହାକୁ ବେକ୍‌ କରନ୍ତୁ। ମଝିରେ ଏହାକୁ ଓଲଟାଇ ଦିଅନ୍ତୁ ଓ ସମୟ ପୂରା ହୋଇଗଲେ ଏହାକୁ ଓଭାନ୍‌ରୁ ବାହାର କରି ଦିଅନ୍ତୁ। ପ୍ଲେଟ୍‌କୁ ବାହାର କରି ଧନିଆ ଓ ପୁଦିନା ଚଟଣୀ କିମ୍ବା ସସ୍‌ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ