ଏମିତି ଜାଣନ୍ତୁ ଆପଣଙ୍କ ସାଥୀ କେତେ ପଜେସିଭ୍‌


ରିଲେସନଶିପ୍‌ରେ ଥିବାବେଳେ ଆପଣ ଚାହିଲେ ବି ଅନେକ ସମୟରେ ସାଥୀଙ୍କ ସହିତ ଖୁସି ରହି ପାରି ନ ଥାନ୍ତି। ପରସ୍ପରଙ୍କ ମଧ୍ୟରେ ବିଶ୍ବାସ କମ୍‌ ହୋଇଯିବା ମଧ୍ୟ ଏହାର ଏକ କାରଣ ହୋଇପାରେ। ହୁଏତ ଏଥିରେ ଆପଣଙ୍କର କିଛି ଭୁଲ୍‌ ନ ଥାଇ ପାରେ, କିନ୍ତୁ ସାମ୍ନା ଲୋକଙ୍କ ସଙ୍କୁଚିତ ମାନସିକତାର ଫଳାଫଳ ଆପଣଙ୍କୁ ଭୋଗିବାକୁ ପଡ଼ିପାରେ। ଚାଲନ୍ତୁ ଜାଣିବା ଏପରି କେତେକ କଥା, ଯାହା ଜରିଆରେ ଆପଣଙ୍କ ସାଥୀ ପଜେସିଭ୍‌ କି ନୁହନ୍ତି ଜଣାପଡ଼ିବ।

ବନ୍ଧୁଙ୍କ ସହ କଥା ହେବା ଉପରେ କଟକଣା
ଯଦି ଆପଣଙ୍କ ସାଥୀ ଆପଣଙ୍କୁ ନିଜ ବନ୍ଧୁଙ୍କ ସହିତ କଥା ହେବା ଓ ବୁଲିବା ଉପରେ କଟକଣା ଲଗାଉଛନ୍ତି, ତେବେ ବୁଝି ନିଅନ୍ତୁ ସେ ପଜେସିଭ୍‌ନେସ୍‌ର ଶିକାର ହୋଇସାରିଛନ୍ତି। ବନ୍ଧୁଙ୍କ ସହିତ ଆପଣ ଖୁସିରେ କଥା ହେବା ଆପଣଙ୍କ ସାଥୀ ସହିପାରି ନ ଥାନ୍ତି।

ସୋସାଲ ମିଡିଆରେ ପିଛା କରିବା

ରାତିରେ ଆପଣ କେତେ ସମୟ ବନ୍ଧୁଙ୍କ ସହିତ ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌ କିମ୍ବା ଅନ୍ୟାନ୍ୟ ସୋସାଲ ମିଡିଆରେ ଚାଟିଂ କରୁଛନ୍ତି ଓ ଫୋନ୍‌ରେ କାହା ସହ କେତେ ସମୟ କଥା ହେଉଛନ୍ତି, ଯଦି ଏସବୁ ଆପଣଙ୍କ ସାଥୀ ଚେକ୍‌ କରିବା ପାଇଁ ଯେ କୌଣସି ସୀମା ପାର୍‌ କରି ଦିଅନ୍ତି, ତେବେ ବୁଝି ନିଅନ୍ତୁ ସେ ବହୁତ ପଜେସିଭ୍‌ ବୋଲି। ଏଭଳି ସାଥୀ ସୋସାଲ ମିଡିଆରେ ଆପଣଙ୍କ ସମସ୍ତ ଆକ୍ଟିଭିଟିକୁ ଚେକ୍‌ କରିଥାନ୍ତି।

ପ୍ରତ୍ୟେକ କଥା ପାଇଁ ଦୋଷ ଦେବା

ରିଲେସନଶିପ୍‌ରେ ଥିବାବେଳେ ଉଭୟ ପକ୍ଷରୁ ଛୋଟ ମୋଟ ଭୁଲ୍‌ ହେବା ସାଧାରଣ କଥା। ଏପରିସ୍ଥଳେ ଜଣକର ସବୁବେଳେ ଭୁଲ୍‌ ଥିବା ମାନିବା ଠିକ୍‌ ନୁହେଁ। ଅନେକ ସମୟରେ ଆପଣଙ୍କର କୌଣସି ଭୁଲ୍‌ ନ ଥିଲେ ମଧ୍ୟ ଆପଣଙ୍କ ପାର୍ଟନର ଆପଣଙ୍କୁ ଦୋଷ ଦେଇଥାନ୍ତି। ଏଭଳି ବ୍ୟକ୍ତିଙ୍କୁ ପଜେସିଭ୍‌ ବୋଲି କୁହାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ