ପିଲାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ ବେବି ଫୁଡ୍‌


ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁସାରେ ବଜାରରେ ବ୍ୟବସାୟିକ ରୂପରେ ବିକ୍ରି ହେଉଥିବା ଅଧିକାଂଶ ବେବି ଫୁଡ୍‌ସରେ ଚିନିର ମାତ୍ରା ଅଧିକ ରହିଛି। ଏଥିସହିତ ପ୍ୟାକେଟ୍‌ ଉପରେ ଯେଉଁ ଇନ୍‌ଗ୍ରେଡିଏଣ୍ଟ ତାଲିକା ରହିଛି, ତାହା ସଭିଙ୍କୁ ବହୁତ ଦ୍ବିବିଧାରେ ପକାଉଛି। ଏହାକୁ ପ୍ୟାରେଣ୍ଟମାନେ ବୁଝି ପାରୁ ନାହାନ୍ତି। ତେବେ ନବଜାତ ପିଲାଙ୍କ ଡାଏଟ୍‌ରେ ସୁଧାର କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଗାଇଡ୍‌ଲାଇନ୍‌ ସମ୍ପର୍କରେ ପରାମର୍ଶ ଦେଇଛି।

୮ ହଜାରରୁ ଊର୍ଦ୍ଧ୍ବ ବେବି ଫୁଡର ଯାଞ୍ଚ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ) ନଭେମ୍ବର ୨୦୧୭ରୁ ଜାନୁଆରୀ ୨୦୧୮ ମଧ୍ୟରେ ଅଷ୍ଟ୍ରିଆ, ବୁଲ୍‌ଗେରିଆ, ଇସ୍ରାଏଲ ଓ ହଙ୍ଗେରୀ ଭଳି ଦେଶର ୫୦୦ରୁ ଊର୍ଦ୍ଧ୍ବ ଷ୍ଟୋର୍‌ରେ ବିକ୍ରି ହେଉଥିବା ୮ ହଜାରରୁ ଊର୍ଦ୍ଧ୍ବ ବେବି ଫୁଡ୍‌ସର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଡବ୍ଲୁଏଚ୍‌ଓର ୟୁରୋପିଆନ୍‌ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଯେଉଁ ୮ ହଜାର ପ୍ରଡକ୍ଟର ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ ଅଧାରୁ ଅଧିକ ପ୍ରଡକ୍ଟରେ ୩୦ ପ୍ରତିଶତ କ୍ୟାଲୋରୀ ଟୋଟାଲ ସୁଗାରରୁ ମିଳିଥିଲା। ପାଖାପାଖି ଏକତୃତୀୟାଂଶ ପ୍ରଡକ୍ଟରେ ଏଡେଡ୍‌ ସୁଗାର ଓ ଅନ୍ୟ ସ୍ବିଟନିଂ ଏଜେଣ୍ଟସ୍‌ ବ୍ୟବହାର କରାଯାଇଥିଲା।

ହାଇ ସୁଗାର ଲେବଲ ନବଜାତକଙ୍କ ସ୍ବାସ୍ଥ୍ୟ ପ୍ରତି ଖରାପ

ଡବ୍ଲୁଏଚ୍‌ଓ ଅନୁସାରେ ଯେଉଁ ଖାଦ୍ୟ ପଦାର୍ଥ, ଫଳ ଓ ପନିପରିବାରେ ପ୍ରାକୃତିକ ରୂପରେ ଚିନି ରହିଛି, ଏହାକୁ ପିଲାଙ୍କ ଡାଏଟ୍‌ରେ ସାମିଲ୍‌ କରିପାରିବେ। କିନ୍ତୁ ମାର୍କେଟ୍‌ରେ ବିକ୍ରି ହେଉଥିବା ବେବି ଫୁଡ୍‌ ପ୍ରଡକ୍ଟରେ ସୁଗାରର ହାଇ ଲେବଲ ରହିଛି। ଯାହା ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଡବ୍ଲୁଏଚ୍‌ଓ ଚେତାବନୀ ଦେଇଛି ଯେ ଅଧିକ ମାତ୍ରାରେ ସୁଗାର ସେବନ କରିବା ଦ୍ବାରା ପିଲା ଓଭରୱେଟ୍‌ ହେବା ଓ ଦାନ୍ତରେ କ୍ୟାଭିଟିଜ୍‌ ସମସ୍ୟା  ହେବା ଆଶଙ୍କା ବଢ଼ିଯାଏ।

ଛୋଟ ପିଲାଙ୍କୁ ଅଧିକ ମିଠା ଦିଅନ୍ତୁନି
କେବଳ ସେତିକି ନୁହେଁ, ଯଦି ପିଲାଙ୍କୁ ଛୋଟ ବେଳୁ ଅଧିକ ମିଠା ଜିନିଷ ଖୁଆଇବେ, ତେବେ ବଡ଼ ହେଲା ପରେ ମିଠା ଓ ସୁଗାର ଫୁଡ୍‌ ଆଇଟମ୍‌ ଖାଇବା ପ୍ରତି ତାଙ୍କର ଲୋଭ ବଢ଼ିବ। ତେଣୁ ନବଜାତ ଶିଶୁ ଓ ଛୋଟ ପିଲାଙ୍କୁ ପିଲାଦିନୁ ପୋଷକତତ୍ତ୍ବରେ ଭରପୂର ଭୋଜନ କରାଇବା ଅଭ୍ୟାସ କରାଇବା ଉଚିତ। ଏହାଦ୍ବାରା ପିଲା କେବଳ ସୁସ୍ଥ ରହିବେ ନାହିଁ, ବର୍ଷ ବର୍ଷ ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଠିକ୍‌ ରହିବ।

୬ ମାସ ଯାଏ ଶିଶୁଙ୍କୁ ମା’ କ୍ଷୀର ଉପଯୁକ୍ତ
ଡବ୍ଲୁଏଚ୍‌ଓ ରିପୋର୍ଟ ଅନୁସାରେ ବଜାରରେ ବିକ୍ରି ହେଉଥିବା ବେବି ଫୁଡ୍‌ସ୍‌ରେ ପାଖାପାଖି ୬୦ ପ୍ରତିଶତ ପ୍ରଡକ୍ଟ ଏପରି ରହିଛି, ଯାହାକୁ ନବଜାତ ଶିଶୁଙ୍କ ପାଇଁ ଉପଯୁକ୍ତ ବୋଲି କୁହାଯାଇ ବିକ୍ରି କରାଯାଉଛି। କିନ୍ତୁ ବାସ୍ତବରେ ଜନ୍ମରୁ ୬ ମାସ ଯାଏ ପିଲାକୁ କେବଳ ମା’ କ୍ଷୀର ଦେବା ଉଚିତ। ଡବ୍ଲୁଏଚ୍‌ଓ ପକ୍ଷରୁ କୁହାଯାଇଛି ଯେ ବ୍ରେଷ୍ଟ ମିଲ୍କ ସବ୍‌ଷ୍ଟିଚ୍ୟୁଡ୍‌କୁ ଶେଷ କରିବା ସହିତ ୬ ମାସରୁ ୨ ବର୍ଷ ଯାଏ ପିଲାଙ୍କୁ କେବଳ ଘରେ ତିଆରି କରାଯାଉଥିବା ପୋଷକତତ୍ତ୍ବରେ ଭରପୂର ଭୋଜନ କରାଯିବା ଉଚିତ।

ବେବି ଫୁଡ୍‌ସରେ ସୁଗାର ବ୍ୟାନ୍‌ ଦାବି

ଡବ୍ଲୁଏଚ୍‌ଓ ପକ୍ଷରୁ ଦାବି କରାଯାଇଛି ଯେ ବେବି ଫୁଡ୍‌ସରେ ସୁଗାର ଓ ସ୍ବିଟନର୍ସ ପକାଇବା ଉପରେ ବ୍ୟାନ୍‌ ଲଗାଯିବା ଉଚିତ। କ୍ୟାଣ୍ଡିଜ୍‌, ମୃଦ୍ୟୁ ପାନୀୟ, ଫ୍ରୁଟ୍‌ ଜୁସ୍, କଣ୍ଡେଷ୍ଟଡ୍‌ ମିଲ୍କ ଭଳି ଖାଦ୍ୟ ପଦାର୍ଥର ପ୍ୟାକେଟ୍‌ ଉପରେ ୩ ବର୍ଷରୁ ଛୋଟ ପିଲାଙ୍କ ପାଇଁ ଅନୁପଯୁକ୍ତ ବୋଲି ଲେଖାଯିବା ଉଚିତ ବୋଲି ଡବ୍ଲୁଏଚ୍‌ଓ ଦାବି କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ