ବର୍ଷାଦିନେ ବ୍ରଣ ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ


ବର୍ଷାଦିନ ଆସି ସାରିଛି ଓ ଦେଶର ଅନେକ ଭାଗରେ ଲୋକେ ବର୍ଷାକୁ ଉପଭୋଗ ମଧ୍ୟ କରିବାରେ ଲାଗିଛନ୍ତି। ବର୍ଷାଦିନେ ଗରମରୁ ଆଶ୍ବସ୍ତି ମିଳୁଥିଲେ ମଧ୍ୟ ଚର୍ମ ସମ୍ବନ୍ଧିତ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଚେହେରାରେ ବ୍ରଣ ବାହାରିବା ସହିତ ଦାଗ ପଡ଼ିଯାଏ। ତେଣୁ ବର୍ଷାଦିନେ ସ୍ବାସ୍ଥ୍ୟ ସହିତ ଚର୍ମର ମଧ୍ୟ ଧ୍ୟାନ ଦେବା ଉଚିତ। ଯଦିଓ ବ୍ରଣ ଯେ କୌଣସି ଋତୁରେ ହୋଇଥାଏ,  ତେବେ ବର୍ଷା ଦିନେ କିପରି ବ୍ରଣରୁ ମୁକ୍ତି ପାଇପାରିବେ ଏହାର କିଛି ଟିପ୍ସ ଏଠାରେ ଦିଆଯାଇଛି।

  • ପ୍ରଥମେ ଜଙ୍କ୍‌ ଫୁଡ୍‌ଠାରୁ ଦୂରେଇ ରହନ୍ତୁ। ଅଧିକ ତେଲ ମସଲା ଯୁକ୍ତ ଖାଇବା ଦ୍ବାରା ଚର୍ମ ତୈଳୀୟ ହୋଇଯାଏ ଓ ବ୍ରଣ ବାହାରିଥାଏ।
  • ପ୍ରତ୍ୟେକ ଦିନ ଅତିକମ୍‌ରେ ୩ ଲିଟର ପାଣି ପିଅନ୍ତୁ। ଏହାବ୍ୟତୀତ ହାଲୁକା ଉଷୁମ ପାଣିରେ ଗୋଟିଏ ଲେମ୍ବୁ ଚିପୁଡ଼ି ପିଇବା ଦ୍ବାରା ମଧ୍ୟ ଚର୍ମକୁ ଫାଇଦା ମିଳିବ। ପାଣି ବ୍ୟତୀତ ସାଲାଡ଼, ଫଳ, ପନିପରିବା, ଗଜା ଶସ୍ୟ ଓ ଦହି ଆଦି ଭରପୂର ମାତ୍ରାରେ ଖାଆନ୍ତୁ।
  • ଯଦି ଆପଣଙ୍କ ତ୍ବଚା ତୈଳୀୟ, ତେବେ ପ୍ରଥମେ ମୁହଁ ସଫା କରି ଆଷ୍ଟ୍ରିନ୍‌ଞ୍ଜେଣ୍ଟ ଲଗାନ୍ତୁ। ଆଷ୍ଟ୍ରିନ୍‌ଞ୍ଜେଣ୍ଟ ସ୍କିନ୍‌ରେ ଜମି ରହିଥିବା ମଇଳା ବାହାର କରିବାରେ ସାହାଯ୍ୟ କରେ।
  • ଷ୍ଟିମ୍‌ ନେବା ଫଳରେ ମଧ୍ୟ ବ୍ରଣ ଦୂର ହୋଇଯାଏ। ଷ୍ଟିମ୍‌ ନେବା ଫଳରେ ଚର୍ମର ଲୋମ କୂପ ଖୋଲିଯାଏ ଓ ଏଥିରେ ଥିବା ମଇଳା ଓ ବିଷାକ୍ତ ତତ୍ତ୍ବ ବାହାରିଯାଏ। ଏହାଦ୍ବାରା ବ୍ରଣ ଦୂର ହୋଇଯିବା ସହିତ ଚର୍ମ ହେଲ୍‌ଦି ହୋଇଯାଏ।
  • ଯଥାସମ୍ଭବ କମ୍‌ ମେକ୍‌ଅପ୍‌ ନିଅନ୍ତୁ। କାରଣ ଏହା ଆପଣଙ୍କ ସ୍କିନ୍‌ ପୋର୍ସକୁ ବନ୍ଦ କରିବା ସହିତ ବ୍ରଣ ହୋଇପାରେ। ଯଦି ଆପଣ ମେକ୍‌ଅପ୍‌ କରୁଛନ୍ତି, ତେବେ ଶୋଇବା ପୂର୍ବରୁ ଭଲ ଭବେ ମେକ୍‌ଅପ୍‌ ସଫା କରନ୍ତୁ।
  • ବର୍ଷାଦିନେ ବ୍ରଣ ଦୂର କରିବାରେ ଚିନି ଗୁରୁତ୍ବପୂର୍ଣ୍ଣ କାମ କରିଥାଏ। ଏଥି ପାଇଁ ଏକ ଚାମଚ ଚିନିରେ ଅଧ ଚାମଚ ମହୁ ଓ କିଛି ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ଏହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଆପଣ ଚାହିଲେ ଏହାକୁ ପୂରା ଚେହେରାରେ ଲଗାଇପାରିବେ। ଅଧଘଣ୍ଟା ପରେ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଚେହେରାରେ ସାବୁନ କିମ୍ବା ଅନ୍ୟ କୌଣସି ଜିନିଷ ବ୍ୟବହାର କରନ୍ତୁ ନାହିଁ।
  • ବ୍ରଣ ଦୂର କରିବାରେ ଆଳୁ ମଧ୍ୟ ସାହାଯ୍ୟ କରେ। ଏଥିପାଇଁ ଆପଣ ଚାହିଲେ ଆଳୁକୁ ଖଣ୍ଡ ଖଣ୍ଡ କରି କାଟି ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାବ୍ୟତୀତ ଆଳୁର ଜୁସ୍‌ କରି ଚେହେରାରେ ଲଗାଇପାରିବେ। ଏହାଦ୍ବାରା ବ୍ରଣ ସହିତ ଚର୍ମରୁ ଦାଗ ମଧ୍ୟ ଦୂର ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ