ଭାରତରେ ଏସବୁ ସ୍ଥାନରେ ବର୍ଷାକୁ ଉପଭୋଗ କରନ୍ତୁ


ବର୍ଷା ହେଲେ ଲୋକଙ୍କୁ ଗରମରୁ ଆଶ୍ବସ୍ତି ମିଳିଥାଏ। ପ୍ରଥମ ବର୍ଷାକୁ ଲୋକେ ଉପଭୋଗ କରିଥାନ୍ତି। ଯଦି ଆପଣ ବର୍ଷାର ସୌନ୍ଦର୍ଯ୍ୟକୁ ପାଖରୁ ଦେଖିବାକୁ ଓ ଅନୁଭବ କରିବାକୁ ଚାହୁଛନ୍ତି, ତେବେ ଦେଶର ବିଭନ୍ନ ରାଜ୍ୟ ଭ୍ରମଣରେ ମଧ୍ୟ ବାହାରିପାରିବେ। ଚାଲନ୍ତୁ ଜାଣିବା ଭାରତର କେଉଁ ସ୍ଥାନରେ ବର୍ଷାର ସୌନ୍ଦର୍ଯ୍ୟ ଦେଖିପାରିବେ।

ଶିଭସୁନ୍ଦରମ, କର୍ଣ୍ଣାଟକ

ରିମ୍‌ଝିମ୍‌ ବର୍ଷାର ସୁନେଲି ବୁନ୍ଦାର ମଜା ନେବାକୁ ଚାହୁଥିଲେ, କର୍ଣ୍ଣାଟକର ଶିଭସୁନ୍ଦରମ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଅଟେ। ଆପଣ ଏଠାକୁ ଯାଇ ବର୍ଷାରେ ଭିଜି ନିଆରା ଅନୁଭବ ପାଇପାରିବେ।

ରାଣୀକ୍ଷେତ, ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡର ସୁନ୍ଦର ସ୍ଥାନ ମଧ୍ୟରେ ଅନ୍ୟତମ ରାଣୀକ୍ଷେତରେ ଆପଣ ବର୍ଷାର ଆନନ୍ଦ ନେଇ ପାରିବେ। ଏହି ଜଳବାୟୁରେ କିଛି ସମୟ ବିତାଇବା ପରେ ଆପଣଙ୍କୁ ସେଠାରୁ ଫେରିବାକୁ ଇଚ୍ଛା ହେବ ନାହିଁ।

ମାଜୁଲି, ଆସାମ
ଆସାମର ଜୋରହାଟ ଜିଲାରେ ବିଶ୍ବର ସବୁଠାରୁ ବଡ଼ ନଦୀ ଦ୍ବୀପ ମାଜୁଲି ବର୍ଷ ବର୍ଷ ଧରି ସଂସ୍କୃତିର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ଧିରେ ଧିରେ ଏହା ନିଜ ଅସ୍ତିତ୍ବ ହରାଇବାରେ ଲାଗିଛି। ଯଦି ଆପଣ ଏପରି ସ୍ଥାନ ଦେଖିବାକୁ ଭଲ ପାଆନ୍ତି, ତେବେ ବର୍ଷାଦିନେ ଏଠାକୁ ଭ୍ରମଣ ଯୋଜନା କରିପାରିବେ।

ଶୋଜା, ହିମାଚଳ ପ୍ରଦେଶ
ହିମାଚଳ ପ୍ରଦେଶର ଶେରାଜ ଘାଟିରେ ଶୋଜା ନାମକ ଏକ ସ୍ଥାନ ରହିଛି। କୁହାଯାଉଛି ଏଠାରେ ବର୍ଷା ଦିନର ଦୃଶ୍ୟ ସ୍ବର୍ଗ ଭଳି ସୁନ୍ଦର ହୋଇଥାଏ।

ମୱସିନ୍‌ରାମ, ମେଘାଳୟ

ମେଘାଳୟର ମୱସିନ୍‌ରାମରେ ଅଧିକାଂଶ ସମୟ ବର୍ଷା ହୋଇଥାଏ। ତେଣୁ ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନ୍ୟ ସ୍ଥାନ ତୁଳନାରେ ଅଧିକ ସୁନ୍ଦର ହୋଇଥାଏ।

ଦେବପ୍ରୟାଗ, ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡରେ ଅନେକ ଏପରି ସ୍ଥାନ ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପରେ ଆପଣ ଜୀବନସାରା ଭୁଲିପାରିବେ ନାହିଁ। ଏଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ଦେବପ୍ରୟାଗ। ଏଠାରେ ବର୍ଷାର ଦୃଶ୍ୟ ବହୁତ ସୁନ୍ଦର ହୋଇଥାଏ। ଏଠାକୁ ଯାଇ ମଧ୍ୟ ଆପଣ ବର୍ଷାକୁ ଉପଭୋଗ କରିପାରିବେ।

ଜିରୋ, ଅରୁଣାଚଳ ପ୍ରଦେଶ
ପଥରର ଚଟ୍ଟାଣରେ ରହି ବର୍ଷାର ମଜା ଉଠାଇବାକୁ ଚାହୁଥିଲେ, ଅରୁଣାଚଳ ପ୍ରଦେଶର ଜିରୋ ନାମକ ସ୍ଥାନ ଆପଣଙ୍କ ପାଇଁ ଉପଯୁକ୍ତ ଅଟେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ