ଶାଢ଼ି ଉପରେ ଆସିଲା ବଲିଉଡ୍‌ ଦିଭାଙ୍କ ଦିଲ୍‌


ଗତ କିଛି ଦିନ ହେଲାଣି ସୋସାଲ ମିଡିଆରେ ହାଶ୍‌ଟ୍ୟାଗ୍‌ ଶାଢ଼ି ଟ୍ବିଟ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଅନେକ ସଂଖ୍ୟାରେ ମହିଳା ଏହି ଟ୍ରେଣ୍ଡକୁ ଅନୁସରଣ କରି ଶାଢ଼ିରେ ନିଜ ସୁନ୍ଦର ଫଟୋ ସୋସାଲ ମିଡିଆରେ ପୋଷ୍ଟ କରିବାରେ ଲାଗିଛନ୍ତି। ଚାଲନ୍ତୁ ଜାଣିବା ବଲିଉଡ୍‌ ଦିଭାଙ୍କ ସମ୍ପର୍କରେ, ଯେଉଁମାନେ ଶାଢ଼ିରେ ଏକ୍‌ଦମ ସୁନ୍ଦର ଦେଖାଯାଉଛନ୍ତି।

ଶାଢ଼ିରେ କରୀନାଙ୍କ ହ୍ବାଇଟ୍‌ ମ୍ୟାଜିକ୍‌

କରୀନା କପୁର ଖାନ ଫ୍ୟାଶନ୍‌ ଆଇକନ୍‌ ହେବା ସହିତ ଅଲଗା ଅଲଗା ଫ୍ୟାଶନ୍‌ ଟ୍ରେଣ୍ଡ ସେଟ୍‌ କରୁଥିବା ନଜର ଆସୁଛନ୍ତି। କିନ୍ତୁ କରୀନା ଯଦି କୌଣସି ପୋଷାକରେ ଅଧିକ ସୁନ୍ଦର ଦେଖାଯାଆନ୍ତି, ତାହା ହେଉଛି ଶାଢ଼ି। ଲୋକପ୍ରିୟ ଫ୍ୟାଶନ୍‌ ଡିଜାଇନର ମନୀଷ ମାଲହୋତ୍ରାଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ଧଳା ରଙ୍ଗର ପ୍ଲେନ୍‌ ଶାଢ଼ିକୁ କରୀନା ହ୍ବାଇଟ୍‌ ଓ ସିଲ୍ଭର ରଙ୍ଗର ଡିଜାଇନ୍‌ର ଶିମରି ବ୍ଲାଉଜ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ଶାଢ଼ି ଲୁକ୍‌

ବଲିଉଡ୍‌ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଶାଢ଼ିରେ ବହୁତ ସୁନ୍ଦର ଦେଖାଯାଆନ୍ତି। ଅଲଗା ଅଲଗା ଇଭେଣ୍ଟରେ ପ୍ରିୟଙ୍କାଙ୍କୁ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳେ। ଅମ୍ବାନୀ ପରିବାରରେ ହୋଇଥିବା ଏକ ଇଭେଣ୍ଟ ସମୟରେ ପ୍ରିୟଙ୍କା ତରୁଣ ତାହିଲିଆନିଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ଗ୍ରେ କଲରର ଶାଢ଼ି ପିନ୍ଧିଥିଲେ। ସେହିପରି ନିଜ ପତି ନିକ୍‌ ଜୋନ୍‌ସଙ୍କ ବଡ଼ ଭାଇଙ୍କ ବାହାଘରରେ ପ୍ରିୟଙ୍କା ପିଙ୍କ୍‌ ରଙ୍ଗର ନେଟ୍‌ ଶାଢ଼ି ପିନ୍ଧିଥିଲେ। ଏହି ଶାଢ଼ିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

ଶାଢ଼ି ସହିତ ଶିଳ୍ପାଙ୍କ ଏକ୍ସପେରିମେଣ୍ଟ
ଶାଢ଼ି କଥା ଉଠିଲେ, ଶିଳ୍ପା ଶେଟ୍ଟୀଙ୍କୁ କେହି କିପରି ଭୁଲିଯିବେ। ଶିଳ୍ପା ସବୁବେଳେ ଶାଢ଼ିରେ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଥିବା ଦେଖିବାକୁ ମିଳିଥାଏ। ସୋନାକ୍ଷୀ ରାଜଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ଗୋଲ୍ଡେନ୍‌ ଓ କ୍ରୀମ୍‌ ରଙ୍ଗର ରଫଲ ଶାଢ଼ି ହେଉ ବା ତରୁଣ ତାହିଲାଆନିଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ଧଳା ରଙ୍ଗର ଶାଢ଼ି, ଉଭୟ ଲୁକ୍‌ରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଥିଲେ।

ଆଲିଆଙ୍କ ଶାଢ଼ି ଲୁକ୍‌

ଆଲିଆ ଭଟ୍ଟ ମଧ୍ୟ ପାରମ୍ପରିକ ଶାଢ଼ି ଲୁକ୍‌ରେ ବହୁତ ସୁନ୍ଦର ଦେଖାଯାଆନ୍ତି। ତରୁଣ ତାହିଲିଆନିଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ରେଡ୍‌, ପିଙ୍କ୍‌, ଗ୍ରୀନ୍‌ ଓ ଗୋଲ୍ଡେନ୍‌ ରଙ୍ଗର ହେବି ୱାର୍କଯୁକ୍ତ ଶାଢ଼ି ହେଉ ବା ସବ୍ୟସାଚୀଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା ଲାଲ୍‌ ରଙ୍ଗର ପ୍ଲେନ୍‌ ନେଟ୍‌ ଶାଢ଼ିରେ ଆଲିଆ ବହୁତ ସୁନ୍ଦର ଲାଗୁଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ