ଦୀପିକା ଓ ସୋନମଙ୍କ ଶାର୍ଟଲେସ୍‌ ହ୍ବାଇଟ୍‌ ବ୍ଲେଜର ଲୁକ୍‌


ବଲିଉଡ୍‌ର ଫ୍ୟାଶନ୍‌ ଆଇକନ୍‌ ଓ ଫ୍ୟାଶିନିଷ୍ଟା ମଧ୍ୟରେ ସୋନମ କପୁର ଆହୁଜା ଓ ଦୀପିକା ପାଦୁକୋନ ଆଗରେ ଅଛନ୍ତି। ନିଜ ଫ୍ୟାଶନ୍‌, ପୋଷାକ, ଓ ଆସେସରିଜ ଦ୍ବାରା ଏହି ଦୁଇ ବଲିଉଡ୍‌ ଦିଭା ତାଙ୍କ ପ୍ରଶଂସକ ଓ ଫଲୋଅର୍ସଙ୍କୁ ଅନୁପ୍ରାଣିତ କରୁଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ଦୀପିକା ହ୍ବାଇଟ୍‌ ରଙ୍ଗର ଶାର୍ଟଲେସ୍‌ ପ୍ଲଞ୍ଜିଂ ନେକ୍‌ଲାଇନ୍‌ ପ୍ୟାଣ୍ଟସୁଟ୍‌ରେ ନଜର ଆସିଥିଲେ। ଏହି ଲୁକ୍‌ ଦେଖିବା ପରେ ସୋନମଙ୍କ କାନ୍ସ ୨୦୧୯ ଲୁକ୍‌ ମନେ ପଡ଼ିଯାଇଥିଲା।

ସୂଚନାଯୋଗ୍ୟ ଯେ କାନ୍ସ ୨୦୧୯ରେ ସୋନମ କପୁର ହ୍ବାଇଟ୍‌ ରଙ୍ଗର ଶାର୍ଟଲେସ୍‌ ପ୍ୟାଣ୍ଟଶୁଟ୍‌ ଲୁକ୍‌ରେ ବହୁତ ବୋଲ୍ଡ ଓ ସେକ୍ସି ଦେଖାଯାଉଥିଲେ। ନିଜର ଏହି ଲୁକ୍‌ ସହିତ ସୋନମ ଡାଏମଣ୍ଡ ଓ ଏମରାଲ୍ଡର ଲେୟାରଯୁକ୍ତ ନେକ୍‌ଲେସ୍‌ ଓ ମ୍ୟାଚିଂ ଇଅରରିଙ୍ଗସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସୋନମ ନିଜ କେଶକୁ ଟାଇଟ୍‌ କରି ବାନ୍ଧିଥିଲେ।

ଠିକ୍‌ ଅବିକଳ ଏହି ଲୁକ୍‌ରେ ଦୀପିକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଦୀପିକାଙ୍କୁ ମଧ୍ୟ ହ୍ବାଇଟ୍‌ ରଙ୍ଗର ପ୍ଲଞ୍ଜିଂ ନେକ୍‌ଲାଇନ୍‌ ଶାର୍ଟଲେସ୍‌ ବ୍ଲେଜରରେ ଦେଖିବାକୁ ମିଳିଥିଲା। ଏଥିସହିତ ଦୀପିକା ହୀରାର ଚୋକର ନେକ୍‌ଲେସ୍‌, କାନରେ ହୀରାର ଷ୍ଟଡ୍‌ସ ମ୍ୟାଚ୍‌ କରି ପିନ୍ଧିଥିଲେ। ଦୀପିକା ଏହି ଲୁକ୍‌ ସହିତ କେଶକୁ ଜୁଡ଼ା କରି ବାନ୍ଧିଥିଲେ। କିନ୍ତୁ ସୋନମଙ୍କଠାରୁ ଅଲଗା ଦେଖାଯିବା ଲାଗି ଦୀପିକା ଟାଇଟ୍‌ ଜୁଡ଼ା ନ ବାନ୍ଧି, ସିନ୍ଥି କରଥିଲେ। ଚେହେରାରେ ଦୀପିକା ଅଳ୍ପ କେଶ ଛାଡ଼ିଥିଲେ, ଯେଉଁଥିରେ ସେ ବହୁତ ସେକ୍ସି ଓ ସୁନ୍ଦର ଦେଖାଯାଉଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ