ବୁଲି ଦେଖନ୍ତୁ ଡବଲିନ୍‌ ସହର: ଆଧୁନିକ ସ୍ଥାପତ୍ୟର ଏକ ଉତ୍ତମ ନମୂନା


ଆୟରଲ୍ୟାଣ୍ଡର ରାଜଧାନୀ ଡବଲିନ୍‌ ଏକ ସ୍ବଚ୍ଛ ସହର ଅଟେ। ବୁଲିବା ପାଇଁ ଏହା ଏକ ଉତ୍ତମ ସ୍ଥାନ। ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀ ସହିତ ଉତ୍ତମମାନର ରିସର୍ଟ ଏବଂ ସୁଆଦିଆ ଖାଦ୍ୟ ମଧ୍ୟ ମିଳିଥାଏ। ଏହି ସାଂସ୍କୃତିକ ସହରରେ ଉପଲବ୍ଧ ଅନେକ ନିଆରା ଜିନିଷ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ଲାଗି ସାରା ବିଶ୍ବରୁ ଏଠାକୁ ପର୍ଯ୍ୟଟକ ଆସିଥାନ୍ତି। ଚାଲନ୍ତୁ ଜାଣିବା ଏହି ସହରର କେତେକ ରୋଚକ ତଥ୍ୟ ସମ୍ପର୍କରେ। ଆପଣ ଡବ୍‌ଲିନ୍‌ ଗଲେ ଏହାର ମଜା ନେଇ ପାରିବେ।

ଟ୍ରିନିଟି କଲେଜ
ଡବ୍‌ଲିନ୍‌ର ଟ୍ରିନିଟି କଲେଜ୍‌ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଏହି କଲେଜର ଲାଇବ୍ରେରୀରେ ଆପଣ ପୁରୁଣା ବହି ଏବଂ ମ୍ୟାନ୍ୟୁସ୍କ୍ରିପ୍‌ଟ୍‌ସ ଦେଖିପାରିବେ। ପଢ଼ିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ। ଏହି ଲାଇବ୍ରେରୀର ବୁକ୍‌ସେଲ୍ଫ ମଧ୍ୟ ଆପଣଙ୍କୁ ଖୁବ୍‌ ଭଲ ଲାଗିବ।

ଟେମ୍ପଲ ବାର୍‌ରେ ମଜା
ଭ୍ରମଣ କରିବାକୁ ଓ ପାର୍ଟି କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏଠାରେ ଟେମ୍ପଲ ବାର୍‌, କାଫେ, ବିଭିନ୍ନ ପ୍ରକାର ଦୋକାନ ଏବଂ ଆର୍ଟ ଗ୍ୟାଲେରୀ ମଧ୍ୟ ରହିଛି। ଏହି ଭ୍ରମଣ ଆପଣଙ୍କ ପାଇଁ ନିଆରା ଏବଂ ସ୍ମରଣୀୟ ମଧ୍ୟ ରହିବ। ଏହାର ରୁମ୍‌ ବ୍ୟତୀତ ଇଣ୍ଟେରିଅର ଏବଂ ଆମ୍ବିଏନ୍ସ ମଧ୍ୟ ଆପଣଙ୍କୁ ଆକର୍ଷିତ କରିବ।

ଆଧୁନିକ ରାସ୍ତା

ମର୍ଡନ ଆର୍କିଟେକ୍‌ଚରଯୁକ୍ତ ଏଠାର ସଡ଼କ ଦେଖି ଆପଣ ଭାବି ପାରିବେ ନାହିଁ ଯେ ବାସ୍ତବ ଦୁନିଆରେ ଅଛନ୍ତି ନା ଆଉ କେଉଁଠି। ଏହାବ୍ୟତୀତ ଆପଣ ଏଠାରେ ପ୍ରାକୃତିକ ଓ ଆଧୁନିକ ସଂସ୍କୃତିର ମିଳନ ଦେଖିବାକୁ ପାଇବେ।

ଜେନେରାଲ ପୋଷ୍ଟ ଅଫିସ
ଯଦି ଆପଣଙ୍କୁ ପୁରୁଣା ଓ ନାୟାବ ଜିନିଷରେ ଆଗ୍ରହ ରହିଛି, ତେବେ ଡବଲିନ୍‌ର ଜେନେରାଲ ପୋଷ୍ଟ ଅଫିସ୍‌ ଦେଖିବାକୁ ଭୁଲନ୍ତୁ ନାହିଁ। ଏଠାର ପ୍ରସିଦ୍ଧ କୋଠା ମଧ୍ୟରେ ଏହା ଅନ୍ୟତମ।

ଲେଫି ନଦୀ ଉପରେ ନିର୍ମିତ ପୋଲ

ବ୍ରିଜ୍‌ ହା ପ୍ୟାନି ନାମରେ ଜଣାଶୁଣା ଏହି ପୋଲ ଦେଶ ବିଦେଶରେ ଖୁବ୍‌ ଲୋକପ୍ରିୟ। ଲୋକଙ୍କ କହିବାନୁସାରେ ଏହି ପୋଲ୍‌ରେ ଚାଲିବାବେଳେ ଯାହା କିଛି ମନୋକାମନା କରିବ, ତାହା ପୂରଣ ହୋଇଯାଏ। ଏହି ପୋଲ୍‌କୁ ଖୁବ୍‌ ସୁନ୍ଦର ଭାବେ ନିର୍ମାଣ କରାଯାଇଛି। ନଦୀଠାରୁ ପାଖାପାଖି ୩ ମିଟର ଉଚ୍ଚରେ ଏହି ପୋଲ ନିର୍ମାଣ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ