ପିଅନ୍ତୁ ଓ ପିଆନ୍ତୁ ନୀର ମୋର୍‌


ନୀର ମୋର୍‌ ଏକ ସାଉଥ୍‌ ଇଣ୍ଡିଆନ୍‌ ସ୍ପାଇସି ବଟରମିଲ୍କ। ଯାହାର ସ୍ବାଦ ଯଦି ଥରେ ଆପଣଙ୍କ ଜିଭରେ ଲାଗି ଯାଇଛି, ତେବେ ବାରମ୍ବାର ଏହା ପିଇବାକୁ ଇଚ୍ଛା ହେବ। ଏହି ରେସିପି ତିଆରି କରିବା ବହୁତ ସହଜ। ଏହି ରେସିପିକୁ ବିଶେଷକରି ତାମିଲନାଡ଼ୁରେ ପ୍ରସ୍ତୁତ କରାଯାଇଥାଏ ଓ ମାଟି ପାତ୍ରରେ ରଖାଯାଇଥାଏ। ଚାଲନ୍ତୁ ଜାଣିବା ଏହି ସ୍ବାଦିଷ୍ଟ ସ୍ପାଇସି ବଟରମିଲ୍କର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

ଅଧ କପ୍‌ ଦହି, ଖଣ୍ଡେ କଞ୍ଚା ଲଙ୍କା, ଅଧ ଚାମଚ ଜିରା ଗୁଣ୍ଡ, ଏକ ଚତୁର୍ଥାଂଶ ଚାମଚ ଚାଟ୍‌ ମସଲା, ୧ କପ୍‌ ଥଣ୍ଡା ପାଣି, ଛୋଟ ଖଣ୍ଡେ ଅଦା, ଅଧ ଚାମଚ କଳା ଲୁଣ, ଅଧ ଚାମଚ ହେଙ୍ଗୁ, ୨ଟି ଭୃସଙ୍ଗ ପତ୍ର ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ନୀର ମୋର୍‌ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ଼ ପାତ୍ର ନେଇ ଦହି ଓ ପାଣି ଢାଳନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ମିକ୍ସ କରନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ବଟା ଅଦା, ଜିରା ଗୁଣ୍ଡ, କଳା ଲୁଣ, ଲୁଣ ଓ ଚାଟ୍‌ ମସଲା ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏବେ ଏଥିରେ ଭୃସଙ୍ଗ ପତ୍ର ପକାନ୍ତୁ। ଏବେ ଏହି ମିଶ୍ରଣକୁ ସର୍ଭିଙ୍ଗ ଗ୍ଲାସ୍‌ରେ ଢାଳି ବରଫ ପକାଇ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।