ଆପଣାନ୍ତୁ କିଚେନ୍‌କୁ ସଫା ରଖିବାର ଏସବୁ ଉପାୟ


ବର୍ଷାଦିନେ ଅଧିକ ମାତ୍ରାରେ ସଂକ୍ରମଣ ବ୍ୟାପି ଥାଏ। ଘର ସହିତ କିଚେନ୍‌ରେ ମଧ୍ୟ ମଏଶ୍ଚର ଆସିଯାଏ ଓ ଅଜବ ପ୍ରକାରର ଗନ୍ଧ ବାହାରିଥାଏ। କେବଳ ସେତିକି ନୁହେଁ, କିଚେନ୍‌ରେ ରଖାଯାଇଥିବା ଖାଦ୍ୟ ପଦାର୍ଥ ମଧ୍ୟ ନରମ ହୋଇଯାଏ। କିନ୍ତୁ କେତେକ ଉପାୟ ଅବଲମ୍ବନ କରି ଆପଣ ବର୍ଷାଦିନେ ନିଜ କିଚେନ୍‌କୁ ସଫା ରଖିପାରିବେ ଓ ଖାଦ୍ୟ ପଦାର୍ଥକୁ ମଧ୍ୟ ନରମ ହେବାରୁ ରକ୍ଷା କରିପାରିବେ।

  • ପ୍ରଥମେ କିଚେନ୍‌ର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖନ୍ତୁ। କିଚେନ୍‌କୁ ଫିନାଇଲ୍‌ ପକାଇ ସଫା କରିବା ସହିତ ପୋଛା ଲଗାନ୍ତୁ। ଘରକୁ ଏକଦମ୍‌ ଶୁଖିଲା ଭାବେ ପୋଛନ୍ତୁ। କିଚେନ୍‌ ଓଦା ରହିଲେ କୀଟପତଙ୍ଗ ଆସିଯାଆନ୍ତି।
  • ବର୍ଷାଦିନେ କିଚେନ୍‌ରେ ଅସରପା ଓ ଅନ୍ୟ କୀଟପତଙ୍ଗ ଜନ୍ମ ହେବା ଆଶଙ୍କା ବଢ଼ିଯାଏ। ତେଣୁ ଖାଦ୍ୟ ତିଆରି କରିବା ପରେ କୀଟନାଶକ ଔଷଧ ସିଞ୍ଚି ଭଲ ଭାବେ ସଫା କରନ୍ତୁ। କିଚେନ୍‌ରେ କାମ ନ କରିବାବେଳେ କିଚେନ୍‌ରେ କୀଟନାଶକ ଔଷଧ ସିଞ୍ଚି କିଛି ସମୟ ଛାଡ଼ି ଦିଅନ୍ତୁ। ଏହି ସମୟରେ ଖାଦ୍ୟପେୟ ଜିନିଷ କିଚେନ୍‌ରୁ ହଟାଇ ଦିଅନ୍ତୁ କିମ୍ବା ଘୋଡ଼ାଇ ରଖନ୍ତୁ।
  • ପାମ୍ପଡ଼ ଓ ଚିପ୍ସ, କଚୋଡ଼ି ଆଦି ବର୍ଷା ଦିନେ ନରମ ହୋଇଯାଏ। ତେଣୁ ଏସବୁ ଜିନିଷ ପ୍ଲାଷ୍ଟିକ୍‌ ପାଉଚ୍‌ରେ ବନ୍ଦ କରି ରଖନ୍ତୁ।
  • ବର୍ଷାଦିନେ ମସଲା ମଧ୍ୟ ଓଦାଳିଆ ହୋଇଯାଏ। ତେଣୁ ଏହାକୁ ଏୟାର ଟାଇଟ୍‌ ଡବାରେ ରଖନ୍ତୁ। ପେଶା ଯାଇଥିବା ମସଲାକୁ ସୁରକ୍ଷିତ ରଖିବା ଲାଗି ସେଥିରେ ଦୁଇଟି ଲେଖାଏଁ ଲବଙ୍ଗ ପକାଇପାରିବେ।
  • ଯଦିଓ ଚପିଂ ବୋର୍ଡକୁ ସବୁବେଳେ ସଫା କରିବା ଉଚିତ, କିନ୍ତୁ ବର୍ଷାଦିନେ ଏହାକୁ ଅଧିକ ପରିଷ୍କାର ରଖିବା ଆବଶ୍ୟକ। ବର୍ଷାଦିନେ ଚପିଂ ବୋର୍ଡକୁ ଲେମ୍ବୁ ଓ  ଖାଇବାସୋଡ଼ାରେ ସଫା କରନ୍ତୁ। ଯାହାଫଳରେ ଏଥିରେ ଥିବା ସମସ୍ତ କୀଟାଣୁ ନଷ୍ଟ ହୋଇଯିବେ।
  • କିଚେନ୍‌ର ଝରକାକୁ ଭଲ ଭାବେ ସଫା ରଖି ଖୋଲା ରଖନ୍ତୁ। ଯାହାଫଳରେ କିଚେନ୍‌ ମଏଶ୍ଚର ମୁକ୍ତ ରହିବ ଏବଂ ଅପରିଷ୍କାର ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ