ମନ୍‌ସୁନ୍‌ ୱେଡିଂ ପାଇଁ ପରଫେକ୍ଟ ବଲିଉଡ୍‌ ଦିଭାଙ୍କ ଏସବୁ ଶାଢ଼ି


ବର୍ଷା ଋତୁରେ ଯଦି କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ବାହାଘରରେ ଯିବାକୁ ପଡ଼େ, ତେବେ କ’ଣ ପିନ୍ଧିବେ ତାହାକୁ ନେଇ ଚିନ୍ତା ବଢ଼ିଯାଏ। ବାହାଘରରେ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ଲାଗେ। କିନ୍ତୁ ଆପଣ ଚାହିଲେ ଲେହେଙ୍ଗା ସ୍ଥାନରେ ଶାଢ଼ି ମଧ୍ୟ ପିନ୍ଧି ପାରିବେ। ଏଠାରେ ସେଲିବ୍ରିଟିଙ୍କ ଶାଢ଼ି ଲୁକ୍ସ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ଆପଣ ମଧ୍ୟ ଟ୍ରାଏ କରିପାରିବେ।

ମାଧୁରୀଙ୍କ ଶାଢ଼ି ଲୁକ୍ସ
ଅଲ୍‌ଟାଇମ୍‌ ବ୍ୟୁଟି ମାଧୁରୀ ଦୀକ୍ଷିତଙ୍କୁ ଧଳା ରଙ୍ଗର ଲାଲ ବର୍ଡରଯୁକ୍ତ ଶାଢ଼ିରେ ଦେଖିବାକୁ ମିଳିଥିଲା। ମାଧୁରୀ ଏହି ଶାଢ଼ି ସହିତ ମ୍ୟାଚିଂ ଲାଲ୍‌ ରଙ୍ଗର ଡିଜାଇନର ବ୍ଲାଉଜ୍‌, ହେଭି ଚୋକର ନେକ୍‌ଲେସ୍‌, ଷ୍ଟଡ୍‌ ଇଅରରିଙ୍ଗସ୍‌ ଓ ଗୋଲ୍ଡେନ୍‌ ହେଭି କଡ଼ା ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ଆପଣ ଚାହିଲେ ମାଧୁରୀଙ୍କ ଏହି ଲୁକ୍‌କୁ ଅନୁସରଣ କରିପାରିବେ।

କାଜୋଲଙ୍କ ରେଡ୍‌ ଏଣ୍ଡ ହ୍ବାଇଟ୍‌ ଶାଢ଼ି
ମାଧୁରୀଙ୍କ ଭଳି କାଜୋଲଙ୍କୁ ମଧ୍ୟ ବହୁତ ସୁନ୍ଦର ଶାଢ଼ିରେ ନଜର ଆସିଥିଲେ। କାଜୋଲ ମଧ୍ୟ ଧଳା ଓ ଲାଲ୍‌ ରଙ୍ଗର ଶାଢ଼ିରେ ବହୁତ ସିମ୍ପଲ କିନ୍ତୁ ସୁନ୍ଦର ଦେଖାଯାଉଥିଲେ। କାଜୋଲଙ୍କ ଏହି ଶାଢ଼ିର ବେସ୍‌ ରେଡ୍‌ କଲର ଥିଲା। ଏହି ଶାଢ଼ିର ପଣତରେ ଧଳା ରଙ୍ଗର ଫ୍ଲୋରାଲ ଡିଜାଇନ୍‌ କରାଯାଇଥିଲା। ଏହି ଶାଢ଼ି ସହିତ କାଜୋଲ ଲାଲ୍‌ ରଙ୍ଗର ସ୍ଲିଭ୍‌ଲେସ୍‌ ଡିଜାଇନ୍‌ ବ୍ଲାଉଜ୍‌ ଓ ଲେୟାରଯୁକ୍ତ ନେକ୍‌ଲେସ୍‌ ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ।

ସୋନାକ୍ଷୀ ଓ ମୀରାଙ୍କ ରଫଲ ଶାଢ଼ି
ଏବେ ରଫଲ ଶାଢ଼ିର ଟ୍ରେଣ୍ଡ ଚାଲିଛି। ବଲିଉଡ୍‌ର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଲାଲ୍‌ ରଙ୍ଗର ରଫଲ ଶାଢ଼ି ହେଉ ବା ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କ ଧଳା ରଙ୍ଗର ରଫଲ ଶାଢ଼ି ଉଭୟ ଏଥିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ମୀରା ଏହି ଶାଢ଼ି ସହିତ ଗ୍ରୀନ୍‌ ରଙ୍ଗର ରଫଲ ବ୍ଲାଉଜ୍‌ ଟିମ୍‌ଅପ୍‌ କରି ପିନ୍ଧିଥିଲେ। ବାହାଘରର ବିଭିନ୍ନ କାର୍ଯ୍ୟକ୍ରମରେ ଆପଣ ଏହି ରଫଲ ଶାଢ଼ି ମଧ୍ୟ ଟ୍ରାଏ କରିପାରିବେ।

ଜାହ୍ନବୀଙ୍କ ଫ୍ଲୋରାଲ ପ୍ରିଣ୍ଟ ଶାଢ଼ି
ବଲିଉଡ୍‌ର ନ୍ୟୁକମର ଅଭିନେତ୍ରୀ ଜାହ୍ନବୀ କପୁର କିଛି ଦିନ ତଳେ ପିଚ୍‌ ରଙ୍ଗରର ଫ୍ଲୋରାଲ ପ୍ରିଣ୍ଟଯୁକ୍ତ ଶାଢ଼ିରେ ନଜର ଆସିଥିଲେ। ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଏହି ସିମ୍ପଲ ଓ ହାଲୁକା ଶାଢ଼ିକୁ ଆପଣ ମେହେନ୍ଦୀ କିମ୍ବା ହଳଦୀ ସେରିମନିରେ ପିନ୍ଧି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ