ତେଲେଙ୍ଗାନାରେ ତହସିଲଦାରଙ୍କ ଘରୁ ସାଢ଼େ ୯୩ ଲକ୍ଷ ଜବତ


ହାଇଦ୍ରାବାଦ: ବୁଧବାର ବିଳମ୍ବିତ ପ୍ରହରରେ ତେଲେଙ୍ଗାନାର ଜଣେ ତହସିଲଦାରଙ୍କ ବାସଭବନ ଉପରେ ଆଣ୍ଟି କରପ୍‌ସନ୍‌ ବ୍ୟୁରୋ (ଏସିବି) ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ସେଠାରୁ ସାଢ଼େ ୯୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ତେଲେଙ୍ଗାନା ରାଜ୍ୟର ରଙ୍ଗା ରେଡ୍ଡୀ ଜିଲ୍ଲାର ଏହି ତହସିଲଦାର ଜଣକ ହୟତନଗର ଅଞ୍ଚଳରେ ରହୁଛନ୍ତି। ଚଢ଼ାଉ ବେଳେ ଏସିବି ଅଧିକାରୀମାନେ ଲକ୍ଷାଧିକ ଟଙ୍କାର ସୁନାଖଣ୍ଡ ଓ ସ୍ବର୍ଣ୍ଣାଳଙ୍କାର ମଧ୍ୟ ଜବତ କରିଛନ୍ତି। ଏହି ତହସିଲଦାରଙ୍କ ନାମ ହେଉଛି ଭି. ଲାବଣ୍ୟ ଓ ତାଙ୍କ ବିରୋଧରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ରହିଥିଲା। କେଶମପେଟ୍‌ରେ ତହସିଲଦାର ଭାବେ ଲାବଣ୍ୟ କାର୍ଯ୍ୟ କରୁଥିବା ବେଳେ ଏହି ଅଭିଯୋଗକୁ ଭିତ୍ତି କରି ଏସିବି ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି।

ଏନେଇ ଲାବଣ୍ୟଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି। ପୂର୍ବରୁ ଏସିବି ଅଧିକାରୀମାନେ ଜଣେ ଭିଆର୍‌ଓଙ୍କୁ ଗିରଫ କରିଥିଲେ। ଉକ୍ତ ଭିଆର୍‌ଓ ଜଣକ ତହସିଲଦାରଙ୍କ ପ୍ରତିନିଧି ଭାବେ ୪ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ବୁଧବାର ଲାବଣ୍ୟଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।