ଗର୍ଭବତୀ ମହିଳା ଚନ୍ଦ୍ର ଗ୍ରହଣ ସମୟରେ କରନ୍ତୁନି ଏସବୁ କାମ


ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ମଣିଷ ଜୀବନ ଉପରେ ଭଲ କିମ୍ବା ଖରାପ ପ୍ରଭାବ ପକାଇଥାଏ। ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଗ୍ରହଣର ଖରାପ ପ୍ରଭାବରୁ ରକ୍ଷା ପାଇବା ଲାଗି କେତେକ ବିଶେଷ ନିୟମ ପାଳନ କରିବାକୁ କୁହାଯାଇଥାଏ। ଯାହାଫଳରେ ତାଙ୍କର ହେବାକୁ ଥିବା ପିଲା ସୁସ୍ଥ ଭାବେ ଜନ୍ମ ହେବ। ଚଳିତ ବର୍ଷ ଗୁରୁପୂର୍ଣ୍ଣିମାରେ ୧୪୯ ବର୍ଷ ପରେ ୧୬ ଏବଂ ୧୭ ଜୁଲାଇରେ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି। ଯାହା ଭାରତରେ ଦେଖାଦେବ। ଚାଲନ୍ତୁ ଜାଣିବା ହିନ୍ଦୁ ଧର୍ମ ଅନୁସାରେ ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ କେଉଁ ନିୟମ ପାଳନ କରିବା ଉଚିତ।

ବାହାରକୁ ବାହାରନ୍ତୁ ନାହିଁ
ହିନ୍ଦୁ ଧର୍ମ ଅନୁସାରେ ଗର୍ଭବତୀ ମହିଳାଙ୍କୁ ଚନ୍ଦ୍ର ଗ୍ରହଣ ସମୟରେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ। ଯଦି କୌଣସି ଗର୍ଭବତୀ ମହିଳା ଚନ୍ଦ୍ର ଗ୍ରହଣ ଦେଖି ନିଅନ୍ତି, ତେବେ ଏହାର ସିଧାସଳଖ ପ୍ରଭାବ ତାଙ୍କର ଜନ୍ମ ହେବାକୁ ଥିବା ପିଲାର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼େ। ଗ୍ରହଣ ପାଇଁ ଜନ୍ମ ହେବାକୁ ଥିବା ପିଲାର ଶରୀରରେ ଲାଲ ଚିହ୍ନ କିମ୍ବା ଦାଗ ନଜର ଆସିପାରେ।

ତୀକ୍ଷ୍ମଣ ଜିନିଷଠାରୁ ଦୂରେଇ ରହନ୍ତୁ

ଗ୍ରହଣ ସମୟରେ ଗର୍ଭବତୀ ସ୍ତ୍ରୀଙ୍କୁ ଛୁରି, କଇଁଚି, ଛୁଞ୍ଚି ଆଦି ତୀକ୍ଷ୍ମଣ ଜିନିଷର ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଏ। ଏପରି କରିବା ଦ୍ବାରା ଜନ୍ମ ହେବାକୁ ଥିବା ପିଲାର ଅଙ୍ଗକୁ କ୍ଷତି ପହଞ୍ଚିପାରେ ବୋଲି ହିନ୍ଦୁ ଧର୍ମରେ କୁହାଯାଇଛି।

ଗ୍ରହଣ ସମୟରେ ଖାଆନ୍ତୁନି ଏସବୁ ଖାଦ୍ୟ
ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖାଦ୍ୟ କିମ୍ବା ପାନୀୟ ସେବନ କରିବା ଉଚିତ ନୁହେଁ। କୁହାଯାଏ, ଏହି ସମୟରେ ପଡ଼ୁଥିବା ହାନିକାରକ କିରଣ ଭୋଜନକୁ ଦୂଷିତ କରିଦିଏ। ସ୍ବାସ୍ଥ୍ୟ କାରଣରୁ ଯଦି କିଛି ଖାଇବା ଦରକାର, ତେବେ ଖାଦ୍ୟ ଉପରେ ପ୍ରଥମେ କିଛି ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏପରି କରିବା ଦ୍ବାରା ଗ୍ରହଣ ପରେ ମଧ୍ୟ ଖାଦ୍ୟ ଶୁଦ୍ଧ ରହିଥାଏ।

ଗ୍ରହଣ ପରେ ଗାଧାନ୍ତୁ
ହିନ୍ଦୁ ଧର୍ମ ଅନୁସାରେ ଗ୍ରହଣ ସରିବା ପରେ ଗର୍ଭବତୀ ମହିଳାଙ୍କୁ ଗାଧୋଇବା ନିହାତି ଦରକାର। ଏପରି ନ କରିବା ଦ୍ବାରା ଜନ୍ମ ହେବା ପରେ ପିଲାଠାରେ ତ୍ବଚା ସମ୍ବନ୍ଧିତ ରୋଗ ହୋଇପାରେ।

ପାଖରେ ରଖନ୍ତୁ ନଡ଼ିଆ
ହିନ୍ଦୁ ଧର୍ମ ଅନୁସାରେ ଚନ୍ଦ୍ର ଗ୍ରହଣ କାଳରେ ଗର୍ଭବତୀ ମହିଳାଙ୍କୁ ନିଜ ପାଖରେ ଏକ ନଡ଼ିଆ ରଖି ଶୋଇବା ଉଚିତ ବୋଲି ପରାମର୍ଶ ଦିଆଯାଏ। ଏପରି କରିବା ଦ୍ବାରା ଗ୍ରହଣର କଳା ଛାଇ ମା’ ଓ ତାଙ୍କ ଗର୍ଭସ୍ଥ ଶିଶୁ ପାଖରେ ପହଞ୍ଚି ପାରେ ନାହିଁ ବୋଲି କୁହାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।