ବର୍ଷାଦିନେ ଭୁଲ୍‌ରେ ବି ଖାଆନ୍ତୁନି ଏସବୁ


ଏବେ ବର୍ଷା ଦିନ ଆରମ୍ଭ ହୋଇଯାଇଛି। ବର୍ଷା ଯଦିଓ ଗରମରୁ ମୁକ୍ତି ଦେଇଥାଏ, କିନ୍ତୁ ନିଜ ସହିତ ଅନେକ ଗୁଡ଼ିଏ ରୋଗ ସାଙ୍ଗରେ ନେଇ ଆସିଥାଏ। ଏହି ଦିନେ ମଶା ଅଧିକ ମାତ୍ରାରେ ଜନ୍ମ ହୋଇଥାନ୍ତି ଓ ଦୂଷିତ ପାଣି କାରଣରୁ ଅନେକ ପ୍ରକାରର ରୋଗ ମଧ୍ୟ ହୋଇଥାଏ। ତେଣୁ ଏହି ଋତୁରେ ଖାଦ୍ୟପେୟକୁ ନେଇ ସବୁଠାରୁ ଅଧିକ ସତର୍କ ରହିବା ଜରୁରୀ। ବର୍ଷା ଦିନେ ଚା’ ପକୁଡ଼ି ଖାଇବାର ଇଚ୍ଛା ବହୁତ ମାତ୍ରାରେ ବଢ଼ିଯାଏ। କିନ୍ତୁ ରୋଗରୁ ରକ୍ଷା ପାଇବା ଲାଗି ବର୍ଷା ଦିନେ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।

ଶାଗ ଓ ବନ୍ଧା କୋବି
ବର୍ଷା ଦିନେ ଅଧିକ ମାତ୍ରାରେ କୀଟ ପତଙ୍କ ପ୍ରଜନନ କରିଥାନ୍ତି। ଏହି କୀଟ ଫଳ, ପନିପରିବା ବିଶେଷକରି ଶାଗ, ବନ୍ଧା କୋବି, ବ୍ରୋକୋଲି ଆଦିରେ ବେଶୀ ମାତ୍ରାରେ ଦେଖିବାକୁ ମିଳିଥାଏ। ବିଶେଷକରି ବର୍ଷା ଦିନେ ଏସବୁ ପନିପରିବା ସେବନ କରିବା ବନ୍ଦ କରିଦେବା ଉଚିତ। ଯଦି ଆପଣ ଏସବୁ ଖାଉଛନ୍ତି, ତେବେ ଏହାକୁ ଭଲ ଭାବେ ସଫା କରି ଖାଆନ୍ତୁ। ଯାହାଫଳରେ କୀଟପତଙ୍ଗ ଯେପରି ପେଟ ଭିତରକୁ ଯାଇ ନ ପାରେ।

ଷ୍ଟ୍ରୀଟ୍‌ ଫୁଡ୍‌ରୁ ଦୂରେଇ ରହନ୍ତୁ
ବର୍ଷା ଦିନେ ଖୁବ୍‌ କମ୍‌ ସମୟ ବ୍ୟବଧାନରେ ବ୍ୟାକ୍ଟେରିଆ ସୃଷ୍ଟି ହେବାରେ ଲାଗିଥାନ୍ତି। ଏପରିସ୍ଥଳେ ବର୍ଷାଦିନେ ସଡ଼କ କଡ଼ରେ ମିଳୁଥିବା ଷ୍ଟ୍ରୀଟ୍‌ ଫୁଡ୍‌ ଖାଇବାଠାରୁ ଦୂରେଇ ରହନ୍ତୁ। ରାସ୍ତା କଡ଼ରେ ବିକ୍ରି ହେଉଥିବା ଚାଟ୍‌, ଗୁପ୍‌ଚୁପ୍‌, ଜୁସ୍‌, ଚିକେନ୍‌ ପକୋଡ଼ା, ତେଲଛଣା ଖାଦ୍ୟ ଆଦିଠାରୁ ଦୂରେଇ ରହନ୍ତୁ। ଏହି ଦୂଷିତ ଖାଦ୍ୟ ଖାଇବା ଦ୍ବାରା ଫୁଡ୍‌ ପଏଜନିଂ, ଡାଇରିଆ ଭଳି ରୋଗ ହେବାର ଆଶଙ୍କା ବଢ଼ିଯାଏ।

ତେଲ ଛଣା ଖାଦ୍ୟ
ବର୍ଷା ଦିନେ ପକୁଡ଼ିଠାରୁ ଦୂରେଇ ରହିବା କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ। କିନ୍ତୁ ଆପଣ ଏହି ଋତୁରେ ଯଥାସମ୍ଭବ ପକୁଡ଼ିଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ବର୍ଷାଦିନେ ଆମ ଶରୀରର ହଜମ ଶକ୍ତି କମ୍‌ ହୋଇଯାଏ। ଯେଉଁ କାରଣରୁ ତେଲ ଛଣା ଖାଦ୍ୟକୁ ହଜମ କରି ହୁଏ ନାହିଁ, ଫଳରେ ପେଟ ଖରାପ ହୋଇଯାଏ।

କଟା ଫଳ
ବର୍ଷା ଦିନେ ବ୍ୟାକ୍ଟେରିଆ ଅଧିକ ସୃଷ୍ଟି ହେଉଥିବାରୁ ପୂର୍ବରୁ କଟା ହୋଇ ରହିଥିବା ଫଳ ସେବନ କରିବା ଉଚିତ ନୁହେଁ। ବିଶେଷକରି ସଡ଼କ କଡ଼ରେ ବିକ୍ରି ହେଉଥିବା କଟା ଫଳ ବିଲ୍‌କୁଲ୍‌ ଖାଆନ୍ତୁ ନାହିଁ। ପୂର୍ବରୁ କଟା ହୋଇରହିଥିବା ଫଳରେ ମାଛି, ମଶା, କୀଟପତଙ୍ଗ ବସି ଯାଆନ୍ତି। ଯାହା ଫଳକୁ ଦୂଷିତ କରିଦିଏ, ଏହି ଫଳ ସେବନ କରିବା ଦ୍ବାରା ଆପଣ ରୋଗରେ ପଡ଼ିପାରନ୍ତି।

ଖଟା ଖାଦ୍ୟ ପଦାର୍ଥ
ତେନ୍ତୁଳି, ଚଟଣୀ କିମ୍ବା ଆଚାର ଭଳି ଖଟା ଖାଦ୍ୟ ପଦାର୍ଥ ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ୱାଟର ରିଟେନ୍‌ସନ୍‌ ସସମ୍ୟା ସୃଷ୍ଟି ହୁଏ। ବର୍ଷା ଦିନେ ଏହା ଖାଇବା ଫଳରେ ଆପଣ ରୋଗରେ ପଡ଼ିପାରନ୍ତି। ତେଣୁ ଏହି ଦିନେ ନିଜକୁ ସୁସ୍ଥ ରଖିବା ଲାଗି ଅଧିକ ଖଟା ଖାଦ୍ୟ ଖାଇବାଠାରୁ ଦୂରେଇ ରହନ୍ତୁ।

ସି’ ଫୁଡ୍‌ଠାରୁ ଦୂରେଇ ରହନ୍ତୁ

ବର୍ଷା ଦିନେ ମାଛ ଓ ଚିଙ୍ଗୁଡ଼ିଙ୍କ ପ୍ରଜନନ ଋତୁ ହୋଇଥାଏ। ତେଣୁ ବର୍ଷା ଦିନେ ମାଛ ଓ ଚିଙ୍ଗୁଡ଼ି ଭଳି ଖାଦ୍ୟ ଖାଇବା ଉଚିତ ନୁହେଁ। ଏମିତିରେ ବର୍ଷା ଦିନେ ଅଧିକ ମାତ୍ରାରେ ଆମିଷ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ। କିନ୍ତୁ ଯଦି ଆପଣଙ୍କୁ କେବଳ ଆମିଷ ପସନ୍ଦ, ତେବେ ଚିକେନ୍‌ କିମ୍ବା ମଟନ ସେବନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।