ପାଟକୁରା ପାଇଁ ବିଜେଡି ଓ ବିଜେପିର ଷ୍ଟାର୍‌ ପ୍ରଚାରକ ତାଲିକା ଜାରି


ଭୁବନେଶ୍ବର: ଜୁଲାଇ ୨୦ରେ ପାଟକୁରା ନିର୍ବାଚନ। ଏଥିପାଇଁ ପାଟକୁରାରେ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଜମିବାକୁ ଲାଗିଥିବା ବେଳେ ପ୍ରଚାର ମଧ୍ୟ ଜୋର୍‌ଦାର ହେଉଛି। ପ୍ରଚାରରେ ବିଜେଡି ଓ ବିଜେପି ଆଗରେ ଥିବା ବେଳେ ବାହୁଡ଼ା ପରଠାରୁ କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ଏହି କ୍ରମରେ ଗୁରୁବାର ପାଟକୁରା ଲଢେଇ ପାଇଁ ବିଜେଡି ଓ ବିଜେପି ସେମାନଙ୍କର  ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ଦଳର ବହୁ ହେଭିୱେଟ୍‌ ନେତା ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ୍‌ ମାଗିବାକୁ ପାଟକୁରା ଗସ୍ତ କରିବେ ବୋଲି ଜଣାପଡ଼ିଛି। ସେହିପରି ବିଜେପି ମଧ୍ୟ ବହୁ ହେଭିୱେଟ୍‌ ନେତାଙ୍କୁ ବିଜୟ ମହାପାତ୍ରଙ୍କ ପାଇଁ ମଇଦାନକୁ ପଠାଉଥିବା ଜଣାପଡ଼ିଛି।

ବିଜେଡି ପକ୍ଷରୁ ଜାରି ହୋଇଥିବା ଷ୍ଟାର୍‌ ପ୍ରଚାରକ ତାଲିକାରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରମିଳା ମଲ୍ଲିକ, ପ୍ରଫୁଲ କୁମାର ମଲ୍ଲିକ, ଶଶିଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେଓ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ସଞ୍ଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସମୀର ରଞ୍ଜନ ଦାସ, ସୁଶାନ୍ତ ସିଂ,  କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ପ୍ରସାଦ ନାୟକ, ଚନ୍ଦ୍ର ସାରଥୀ ବେହେରା, ପ୍ରଣବ କୁମାର ବଳବନ୍ତରାୟ, ଅରବିନ୍ଦ ଢାଲି, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ବ୍ୟୋମକେଶ ରାୟ, ବ୍ରଜ କିଶୋର ପ୍ରଧାନ, ଅଶୋକ କୁମାର ବଳ, ଦେବୀ ରଞ୍ଜନ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର କୁମାର ସାମଲ, ଲତିକା ପ୍ରଧାନ, ସୌଭିକ୍ ବିଶ୍ୱାଳ, ଆୟୁବ ଖାଁ, ମୁଜିବୁଲ୍ଲା ଖାଁ, ସୁବାଷ ସିଂ, ମୀନତି ବେହେରା, ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କ ନାଁ ପ୍ରଚାର ତାଲିକାରେ ରହିଛି। ସେହିଭଳି ସେଲିବ୍ରେଟି ଭାବେ  ସାଂସଦ ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଅରିନ୍ଦମ ରାୟଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି।

ସେହିପରି ପାଟକୁରା ନିର୍ବାଚନ ପାଇଁ ବିଜେପି ମଧ୍ୟ ତା’ର ଷ୍ଟାର ପ୍ରଚାରକ ତାଲିକା  ପ୍ରକାଶ କରିଛି। ଏହି ତାଲିକାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଅରୁଣ ସିଂ,  ଜୁଏଲ ଓରାମ, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେ. ଭି. ସିଂହଦେଓ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଂଗୀତା ସିଂହଦେଓ, ପ୍ରଦୀପ୍ତ ନାୟକ, ବିଷ୍ଣୁ ସେଠୀ, ମୋହନ ମାଝୀ, ସମୀର ଦେ, ଦାମ ରାଉତ, ସୁରମା ପାଢୀ, ସମୀର ମହାନ୍ତି, ଅଭିନେତ୍ରୀ ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଓ ହରି ମହାପାତ୍ର ପ୍ରମୁଖ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ