ଅଧିକ ସଫାସୁତୁରା ପିଲାଙ୍କଠାରେ ବଢ଼ିଥାଏ କ୍ୟାନ୍ସରର ଆଶଙ୍କା


ପିଲା ରୋଗରେ ନ ପଡ଼ନ୍ତୁ, ସେଥିଲାଗି ମା’ ବାପାମାନେ କ’ଣ ନ କରନ୍ତି! ଟେକ୍ନୋଲୋଜି ଓ ସଚେତନତା ବଢ଼ିବା ସହିତ ଲୋକେ ପିଲାଙ୍କୁ କୀଟାଣୁଠାରୁ ଦୂରେଇ ରଖିବା ଲାଗି ପ୍ରତ୍ୟେକ ପ୍ରକାରର ଚେଷ୍ଟା କରିଥାନ୍ତି। ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନଙ୍କୁ ପିଲାଦିନେ କୀଟାଣୁ ଓ ସଂକ୍ରମଣରୁ ରକ୍ଷା କରିବା ଲାଗି ଅଧିକ ଚେଷ୍ଟା କରାଯାଇଥାଏ, ସେମାନଙ୍କଠାରେ ଭବିଷ୍ୟତରେ ଲ୍ୟୁକେମିୟା ସମସ୍ୟା ବଢ଼ିଯାଏ।

ଏହା ପଛର କାରଣ ହେଉଛି ଜନ୍ମ ହେବାର ପ୍ରଥମ ବର୍ଷରେ ଯେଉଁ ପିଲା ସଂକ୍ରମଣର ସାମ୍ନା କରନ୍ତି, ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ମଜ୍‌ବୁତ ହୋଇଥାଏ। ନେଚର ରିଭ୍ୟୁଜ୍‌ କ୍ୟାନ୍ସର ନାମକ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ଫଳାଫଳ ଅନୁସାରେ ପିଲାଙ୍କଠାରେ ଦେଖାଯାଉଥିବା ବହୁତ କମନ୍‌ କ୍ୟାନ୍ସର ରୂପେ ଜଣାଶୁଣା ଆକ୍ୟୁଟ୍‌ ଲିମ୍ଫୋବ୍ଲାଷ୍ଟିକ୍‌ ଲ୍ୟୁକେମିୟାର ଦୁଇଟି ପ୍ରମୁଖ କାରଣ ରହିଥାଏ।

ପ୍ରଥମ କାରଣଟି ହେଉଛି  ହେଉଛି ଜନ୍ମ ହେବା ପୂର୍ବରୁ ଜେନେଟିକ୍‌ ମ୍ୟୁଟେସନ ଓ ଦ୍ବିତୀୟ କାରଣଟି ହେଉଛି ପିଲାଦିନେ ଅଧିକ ସଫାସୁତୁରା ରହିବା।  କାରଣ ପିଲାଦିନେ ଏଥିପାଇଁ ରୋଗପ୍ରତିରୋଧକ ଶକ୍ତି ଡେଭଲପ୍‌ ହୋଇପାରେ ନାହିଁ। ସରଳ ଶବ୍ଦରେ ଗବେଷଣାର ଫଳଫଳ ଏହା କହୁଛି ଯେ ଯେଉଁ ପିଲା ଜନ୍ମ ହେବାର ପ୍ରଥମ ବର୍ଷରେ ଅଧିକ ସଫାସୁତୁରା ରହିଥାନ୍ତି ଓ କୀଟାଣୁଠାରୁ ସେମାନଙ୍କୁ ଦୂରେଇ ରଖିବା ଲାଗି ଅଧିକ ଚେଷ୍ଟା କରାଯାଏ, ସେମାନଙ୍କଠାରେ ଲିମ୍ଫୋବ୍ଲାଷ୍ଟିକ୍‌ ଲ୍ୟୁକେମିୟା ହେବାର ଆଶଙ୍କା ଅଧିକ ବଢ଼ିଯାଏ। ଏହା ଏପରି ଏକ କ୍ୟାନ୍ସର, ଯାହା ଜନ୍ମରୁ ୪ ବର୍ଷର ପିଲାଙ୍କଠାରେ ଦେଖିବାକୁ ମିଳିଥାଏ। ଏହା ଦ୍ରୁତ ବେଗରେ ବଢ଼ିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ