ସକାଳୁ ବିଛଣା ଛାଡ଼ିବା ଲାଗି ଆପଣାନ୍ତୁ ଏହି ଟିପ୍ସ


ପ୍ରତ୍ୟେକ ଦିନ ଆଲାର୍ମ ବାଜିବା ପରେ ଏହାକୁ ସ୍ନୁଜ୍‌ କରିବା ଅଭ୍ୟାସ ଆପଣଙ୍କର ମଧ୍ୟ ରହିଛି କି? ଯଦି ହଁ, ତେବେ ଆପଣ ଏକୁଟିଆ ଏପରି କରୁ ନାହାନ୍ତି। ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକ ସକାଳୁ ଉଠିବା ଲାଗି ବହୁତ କିଛି ଉପାୟ ଆପଣାଉଛନ୍ତି। ଏପରିସ୍ଥଳେ ଆଖି ଖୋଲିବା ଓ ନିଜକୁ ବିଛଣାରୁ ଉଠାଇବା ଲାଗି ସକାଳୁ ସକାଳୁ ଖାଲି ପେଟରେ କଫି ପିଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏଠାରେ ଏପରି କେତେକ ଟିପ୍ସ ଦିଆଯାଇଛି, ଯାହା ଆପଣାଇଲା ପରେ ଆପଣଙ୍କୁ ତାଜା ଅନୁଭବ ହୋଇପାରେ।

ମା’ଙ୍କ ସହିତ କଥା ହୁଅନ୍ତୁ

ଏହା ଶୁଣିବାକୁ ହୁଏତ କିଛି ମାତ୍ରାରେ ଅଜବ ଲାଗିପାରେ, କିନ୍ତୁ ଏହା ସତ ଯେ ଆପଣ ସକାଳୁ ଉଠିବା ପରେ ନିଜ ମା’ଙ୍କୁ ଫୋନ୍‌ ଲଗାନ୍ତୁ। ଏହାଫଳରେ ଆପଣଙ୍କ ଆଖି ଖୋଲିବା ଓ ନିଦରୁ ଉଠିବାରେ ଅନେକ ସାହାଯ୍ୟ ମିଳିପାରେ। ଏହାର କାରଣ ଆପଣଙ୍କ ମା’ଙ୍କ ପାଖରେ ଆପଣଙ୍କୁ କହିବା ପାଇଁ ଏତେ କଥା ରହିଥାଏ, ଯାହା ଶୁଣିବା ପରେ ନ ଚାହିଲେ ବି ଆପଣଙ୍କ ନିଦ ଛାଡ଼ିଯାଏ। ମା’ଙ୍କ ସ୍ବରରେ ଦିନର ଆରମ୍ଭ ହେବାଠାରୁ ଆଉ ଭଲ କ’ଣ ଥାଇପାରେ?

ବିଛଣା ସଜାଡ଼ନ୍ତୁ

ନିଜ ବିଛଣା ସଜାଡ଼ିବା ଯଦି ଆପଣଙ୍କୁ ବୋର୍‌ ଲାଗୁଛି, ତେବେ ନିଦ ଛଡ଼ାଇବା ଲାଗି ଏହା ସବୁଠାରୁ ଉତ୍ତମ ଉପାୟ। ସକାଳୁ ନିଦରୁ ଉଠିବା ପରେ ସର୍ବପ୍ରଥମେ ବିଛଣା ସଜାଡ଼ନ୍ତୁ। ଚାଦର କିମ୍ବା କମ୍ବଳକୁ ଭାଙ୍ଗି ରଖନ୍ତୁ। ବେଡ୍‌ଶିଟ୍‌ ଠିକ୍‌ କରନ୍ତୁ ଓ ବିଛଣା ଝାଡ଼ନ୍ତୁ। ଏହିସବୁ ଜିନିଷ ଶୁଣିବାକୁ ଯେତିକି ସରଳ, ଏହା କରିବା ଭିତରେ କେତେବେଳେ ନିଦ ଛାଡ଼ିଯାଏ, ଆପଣଙ୍କୁ ଜଣା ବି ପଡ଼ିବ ନାହିଁ।

ଥଣ୍ଡା ପାଣି ପିଅନ୍ତୁ

ସକାଳୁ ସକାଳୁ ଖାଲି ପେଟରେ କଫି ପିଇ ନିଦ ଛଡ଼ାଇବା ବଦଳରେ ଏହା ସ୍ଥାନରେ ଏକ ଗ୍ଲାସ୍‌ ଥଣ୍ଡା ପାଣି ପିଇ ନିଅନ୍ତୁ। ଯଦି ସକାଳୁ ଉଠିବା ପରେ ମଧ୍ୟ ନିଦରେ ଆଖି ଖୋଲୁନି, ତେବେ ୧ ଗ୍ଲାସ୍‌ ଥଣ୍ଡା ପାଣି ପିଅନ୍ତୁ। ଥଣ୍ଡା ପାଣି ମସ୍ତିଷ୍କରେ ରକ୍ତ ଯୋଗାଣକୁ ଉତ୍ତମ କରିଥାଏ, ଯାହାଫଳରେ ଆପଣଙ୍କ ନିଦ ଛାଡ଼ିଯାଏ। ଆପଣ ଚାହିଲେ ଚେହେରାରେ ଥଣ୍ଡା ପାଣି ଛିଟା ମାରିପାରିବେ।

ବାହାରେ ଥଣ୍ଡା ପବନରେ ବୁଲନ୍ତୁ

ଯଦି ଆପଣ ମଧ୍ୟ ସକାଳୁ ଉଠି କାମରେ ଲାଗି ପଡ଼ନ୍ତି, ତେବେ ରହିଯାଆନ୍ତୁ। କେବଳ ୧ରୁ ୨ ମିନିଟ୍‌ ଯାଏ ଘରୁ ବାହାରି ବାଲ୍‌କୋନୀରେ କିମ୍ବା ଛାତ ଉପରେ ବୁଲନ୍ତୁ। ସକାଳର ତାଜା ପବନରେ କିଛି ସମୟ ବୁଲନ୍ତୁ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ସକାଳର ତାଜା ପବନ ଗ୍ରହଣ କରିବା ଫଳରେ ଚାପ ଓ ଥକାପଣ ଦୂର ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ