ହ୍ବାଟସ୍‌ଆପ୍‌ ବ୍ୟବହାର କରୁଥିବା ବ୍ୟକ୍ତି ଅଧିକ ଫିଟ୍‌!


ସୋସାଲ ମିଡିଆରେ ଅଧିକ ସମୟ ବିତାଉଥିବା ଲୋକଙ୍କ ପାଇଁ ଖୁସି ଖବର। ଗବେଷକଙ୍କ କହିବାନୁସାରେ ହ୍ବାଟସ୍‌ଆପ୍‌ ଭଳି ଡିଜିଟାଲ ପ୍ଲାଟଫର୍ମରେ ସମୟ ବିତାଇବା ଆମ ପାଇଁ ଲାଭଦାୟକ ହୋଇପାରେ। ଏହାକୁ ବ୍ୟବହାର କରୁଥିବା ଲୋକେ ମାନସିକ ଭାବେ ସୁସ୍ଥ ରହିଥାନ୍ତି। ହ୍ୟୁମାନ୍‌ କମ୍ପ୍ୟୁଟର ଷ୍ଟଡି ସମ୍ପର୍କିତ ଅନ୍ତରାଷ୍ଟ୍ରୀୟ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁସାରେ ଟେକ୍ସଟ୍‌ ଆଧାରିତ ମେସେଜିଂ ଆପ୍ଲିକେସନ୍‌, ଯାହା ୟୁଜର୍ସଙ୍କୁ ଗ୍ରୁପ୍‌ ଚାଟ୍‌ କରିବା ସୁବିଧା ପ୍ରଦାନ କରୁଛି, ତାହା ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ।

ଗବେଷଣାରୁ ଜଣାପଡ଼ିଛି ଯେ ଲୋକେ ଯେତେ ଅଧିକ ସମୟ ହ୍ବାଟସ୍‌ଆପ୍‌ରେ ବିତାନ୍ତି, ସେତିକି ଅଧିକ ସେମାନଙ୍କର ଏକୁଟିଆପଣ ଦୂର ହୋଇଥାଏ। ସେମାନଙ୍କର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ହୋଇଥାଏ। ଫଳରେ ସେମାନେ ସମ୍ପର୍କୀୟ ଓ ବନ୍ଧୁଙ୍କ ଅଧିକ ନିକଟରେ ଥିବା ଭଳି ଅନୁଭବ କରନ୍ତି। ଏଜ୍‌ ହିଲ୍‌ ୟୁନିଭର୍ସିଟିର ପ୍ରଫେସର ଲିଣ୍ଡା କାୟେ କହିଛନ୍ତି ଯେ ଏ ସମ୍ପର୍କରେ ଅନେକ ସମୟରେ ଆଲୋଚନା ହୋଇସାରିଛି। ସୋସାଲ ମିଡିଆରେ ସମୟ ବିତାଇବା ବ୍ୟକ୍ତି ପାଇଁ ଖରାପ ବୋଲି ଅନେକ ସମୟରେ କୁହାଯାଏ। କିନ୍ତୁ ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ସୋସାଲ ମିଡିଆ ଏତେ ବି ଖରାପ ନୁହେଁ, ଯେତିକି ଲୋକେ ଭାବୁଛନ୍ତି ବୋଲି କାୟେ କହିଛନ୍ତି। ହ୍ବାଟ୍‌ସଆପରେ ଅଧିକ ସମୟ ବିତାଉଥିବା ଲୋକେ ସେମାନେ ସମ୍ପର୍କକୁ ଆହୁରି ଦୃଢ଼ କରିପାରନ୍ତି ବୋଲି କାୟେ କହିଛନ୍ତି। 

ଗବେଷଣା ପାଇଁ ଗବେଷକମାନେ ୨୦୦ ଜଣଙ୍କୁ ଚୟନ କରିଥିଲେ। ଯେଉଁଥିରେ ୧୫୮ ଜଣ ମହିଳା ଓ ୪୨ ଜଣ ପୁରୁଷ ସାମିଲ୍‌ ଥିଲେ। ସମସ୍ତଙ୍କ ବୟସ ହାରାହାରି ୨୪ ବର୍ଷ ଥିଲା। ଗବେଷଣାରୁ ଜଣାପଡ଼ିଛି ଯେ ଏହାର ଲୋକପ୍ରିୟତା ଓ ଗ୍ରୁପ୍‌ ଚାଟ୍‌ କାରଣରୁ ପ୍ରତ୍ୟେକ ଦିନ ଲୋକେ ହାରାହାରି ୫୫ ମିନିଟ୍‌ ହ୍ବାଟ୍‌ସଆପ୍‌ ବ୍ୟବହାର କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ