ଚମକିଲେ ଦୂତୀ: ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ


ବର୍ଲିନ: ଇଟାଲୀର ନାପୋଲିରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ ସମ୍ମାନଜନକ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏପରି ସୌଭାଗ୍ୟ ଲାଭ କରିବାରେ ଦୂତୀ ପ୍ରଥମ ଭାରତୀୟ ବୋଲି ଜଣାପଡ଼ିଛି। ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୂତୀଙ୍କୁ ସଫଳତା ପାଇଁ ବଧାଇ ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ତୁମ ସଫଳତା ପାଇଁ ସାରା ଦେଶ ଗର୍ବିତ।

ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୂତୀ ସ୍ବର୍ଣ୍ଣ ପଦକ ଜିତିଲା ପରେ ଟ୍ବିଟ୍‌ କରି ଜଣାଇଛନ୍ତି ଯେ ମୋତେ ଯେତେ ଥର ତଳେ ଫିଙ୍ଗି ଦିଆଯିବ, ମୁଁ ସେତେ ଶକ୍ତିଶାଳୀ ହୋଇ ଆଗକୁ ଆସିବି। ଦୂତୀ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ ୧୧.୨୪ ସେକେଣ୍ଡ ଏବେ ବି ଦୂତୀଙ୍କ ନାଁରେ ଅତୁଟ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ