ଖାଲି କ୍ରିକେଟ୍‌ ନୁହେଁ, ଫ୍ୟାଶନ୍‌ରେ ବି ଧୁରନ୍ଧର ମାହୀ


ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର୍‌ କ୍ରିକେଟର ମହେନ୍ଦ୍ର ସିଂ ଧୋନି ୭ ଜୁଲାଇରେ ୩୮ ବର୍ଷରେ ପାଦ ଥାପିଛନ୍ତି। ତାଙ୍କୁ ସଭିଏଁ ଶ୍ରଦ୍ଧାରେ ମାହୀ ଡାକିଥାନ୍ତି। ମାହୀ କେବଳ କ୍ରିକେଟ୍‌ ପଡ଼ିଆରେ ନିଜ ଜଲୱା ଦେଖାଉ ନାହାନ୍ତି, ନିଜ ଫ୍ୟାଶନେବଲ ଲୁକ୍ସରେ ମଧ୍ୟ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଚାଲନ୍ତୁ ଜାଣିବା ମାହୀଙ୍କ କ୍ରିକେଟ୍‌ ଡେବ୍ୟୁ ସମୟର ଗୋଲ୍ଡେନ୍‌ ଲୁକ୍‌ସଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସବୁପ୍ରକାର ହେଆରଷ୍ଟାଇଲ୍‌ ସମ୍ପର୍କରେ।

ଗୋଲ୍ଡେନ୍‌ ଷ୍ଟ୍ରିକ୍‌ସ ଷ୍ଟାଇଲ୍‌
ଧୋନି କେବଳ କ୍ରିକେଟ୍‌ରେ ନୁହେଁ, ଲୁକ୍‌ସରେ ମଧ୍ୟ ଚାମ୍ପିଅନ ଅଟନ୍ତି। ୨୦୦୪ ମସିହାରେ କ୍ରିକେଟ୍‌ରେ ଡେବ୍ୟୁ କରିବା ସମୟରେ ମାହୀଙ୍କ ଲମ୍ବା ଗୋଲ୍ଡେନ୍‌ ଷ୍ଟ୍ରିକ୍‌ସଯୁକ୍ତ ହେଆରଷ୍ଟାଇଲ୍‌ ବହୁତ ଚର୍ଚ୍ଚାରେ ରହିଥିଲା। ତାଙ୍କର ଏହି ହେଆରଷ୍ଟାଇଲ୍‌କୁ ତାଙ୍କ ପ୍ରଶଂସକମାନେ ବହୁତ କପି କରିଥିଲେ।

ଲମ୍ବା କେଶ

ଟି-୨୦ ବିଶ୍ବକପ୍‌ ପୂର୍ବରୁ ୨୦୦୭ରେ ଧୋନି ନିଜ ହେଆରଷ୍ଟାଇଲ୍‌ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ। ଗୋଲ୍ଡେନ୍‌ ଷ୍ଟ୍ରିକ୍‌ସ ସ୍ଥାନରେ ଧୋନିଙ୍କୁ କଳା ଲମ୍ବା କେଶ ରଖିବାକୁ ପସନ୍ଦ କରିଥିଲେ। ଧୋନି ନିଜ କେଶକୁ ସମ୍ପୂର୍ଣ୍ଣ ଭାବେ କଳା କରିଦେଇଥିଲେ। ମାହୀଙ୍କ ଏହି ଷ୍ଟାଇଲ୍‌ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଗହଣରେ ବହୁତ ଟ୍ରେଣ୍ଡ କରିଥିଲା।

ବାଲ୍ଡ ଲୁକ୍‌

ବିଶ୍ବକପ୍‌ ଜିତିବା ପରେ ବର୍ଷ ୨୦୧୧ରେ ଧୋନିଙ୍କ ଏହି ନୂଆ ବାଲ୍ଡ ଲୁକ୍‌ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ଲମ୍ବା କଳା କେଶକୁ ବଦଳାଇ ଧୋନି ବାଲ୍ଡ ଲୁକ୍‌ ଆପଣାଇଥିଲେ। ଧୋନିଙ୍କ ଭଳି ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ହେଆରଷ୍ଟାଇଲ୍‌ ଖୁବ୍‌ ପସନ୍ଦ ଆସିଥିଲା।

ମୋହକ୍‌ ଲୁକ୍‌

ପ୍ରତ୍ୟେକ ଥର ଭଳି ୨୦୧୩ ଆଇପିଏଲ୍‌ରେ ମଧ୍ୟ ଧୋନି ଅଲଗା ପ୍ରକାରର ହେଆରଷ୍ଟାଇଲ୍‌ କରିଥିବା ଦେଖିବାକୁ ମିଳିଥିଲା। ଏହି ଆଇପିଏଲ୍‌ ମ୍ୟାଚ୍‌ ପୂର୍ବରୁ ଧୋନି ମୋହକ୍‌ ଲୁକ୍‌ ଆପଣାଇଥିଲେ। ଏହି ହେଆରଷ୍ଟାଇଲ୍‌ ଧୋନିଙ୍କୁ ଏକ ନୂଆ ଲୁକ୍‌ ଦେଇଥିଲା।

ସଲ୍ଟ ଏଣ୍ଡ ପିପର ଲୁକ୍‌

ନିଜ କେଶ ସହିତ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ କରିବା ପରେ ଧୋନି ଯେତେବେଳେ ସଲ୍ଟ ଏଣ୍ଡ ପିପର ଲୁକ୍‌ ଆପଣାଇଥିଲେ, ପ୍ରତ୍ୟେକ ଥର ଭଳି ଏଥର ତାଙ୍କ ପ୍ରଶଂସକମାନେ ଚକିତ ହୋଇଯାଇଥିଲେ। ତେବେ ସମୟ ସହିତ ମାହୀଙ୍କ ଏହି ନୂଆ ଅନ୍ଦାଜ ମଧ୍ୟ ଲୋକଙ୍କ ହୃଦୟରେ ସ୍ଥାନ ନେବାରେ ସଫଳ ହୋଇଥିଲା। ଏବେ ବି ମାହୀଙ୍କ ଏହି ହେଆରଷ୍ଟାଇଲ୍‌ ଲୋକଙ୍କୁ ବହୁତ ଇମ୍ପ୍ରେସ୍‌ କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।