ଜମ୍ମୁ-କଶ୍ମୀର ସଂକ୍ରାନ୍ତ ଜାତିସଂଘ ରିପୋର୍ଟକୁ ଭାରତର ବିରୋଧ


ନୂଆଦିଲ୍ଲୀ: ଗତ ବର୍ଷ ଜାତିସଂଘର ହାଇ କମିଶନର୍‌ ଫର୍‌ ହ୍ୟୁମାନ୍‌ ରାଇଟ୍‌ସ (ଓଏଚ୍‌ସିଏଚ୍‌ଆର୍‌) ତା’ର ପ୍ରଥମ ରିପୋର୍ଟରେ କଶ୍ମୀର ସଂକ୍ରାନ୍ତରେ କେତେକ ତଥ୍ୟ ଉପସ୍ଥାପନ କରିଥିଲା। ସୋମବାର ଏହି ରିପୋର୍ଟର ସମ୍ପ୍ରସାରିତ ଅଂଶ ପ୍ରକାଶ ପାଇଥିବା ବେଳେ ଏଥିରେ ଯାହାସବୁ ଉଲ୍ଲେଖ ରହିଛି, ତାହାକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। କଶ୍ମୀରରେ ଏକାଧିକ ସମସ୍ୟା ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ ଭାରତ କି ପାକିସ୍ତାନ କେହି ବି କୌଣସି ପ୍ରକାର ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। କିନ୍ତୁ ଏହାକୁ ବିରୋଧ କରି ଭାରତର ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ରବୀଶ କୁମାର କହିଛନ୍ତି, ପୂର୍ବରୁ ଯେଉଁ ଓଏଚ୍‌ସିଏଚ୍‌ଆର୍‌ ରିପୋର୍ଟ ଆସିଥିଲା, ସଦ୍ୟ ରିପୋର୍ଟ କେବଳ ତା’ର ଏକ ସମ୍ପ୍ରସାରିତ ଅଂଶ। ଏଥିରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କୌଣସି ବିଶେଷ ଦୃଷ୍ଟି ଦିଆଯାଇନାହିଁ। ବରଂ ଅନେକ କିଛି ମନଗଢ଼ା କାହାଣୀ ଉପସ୍ଥାପନ କରାଯାଇଛି ବୋଲି ରବୀଶ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ରିପୋର୍ଟରେ ଯାହା ସବୁ ପ୍ରକାଶ ପାଇଛି, ତାହାଦ୍ବାରା ଭାରତର ସାର୍ବଭୌମତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନ କରାଯାଇଛି। ବିଶେଷକରି ଏଥିରେ ସୀମାପାର୍‌ ଆତଙ୍କବାଦ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସ୍ଥାନ ଦିଆଯାଇନାହିଁ। ପାକିସ୍ତାନ ନିୟମିତ ଭାବେ ନିୟନ୍ତ୍ରଣ ରେଖାରେ ଯୁଦ୍ଧବିରତି ଉଲ୍ଲଙ୍ଘନ କରି ଭାରତର ନିରୀହ ସାଧାରଣ ଲୋକ ଓ ଯବାନଙ୍କୁ ହତ୍ୟା କରୁଛି। ପାକିସ୍ତାନ ମାଟିରେ ପ୍ରତିପୋଷିତ ଆତଙ୍କବାଦୀମାନେ ଭାରତ ସୀମାରେ ପ୍ରବେଶ କରି ବଡ଼ ବଡ଼ ଅଘଟଣ ଘଟାଉଛନ୍ତି। ଏହିସବୁ ଘଟଣା ସମ୍ପର୍କରେ ରିପୋର୍ଟରେ ଆଲୋଚନା ହୋଇଥିଲେ ମଧ୍ୟ ମୃତାହତଙ୍କ ସମ୍ପର୍କରେ କିଛି ବି ସୂଚନା ଦିଆଯାଇନାହିଁ। ତେଣୁ ପ୍ରକାଶିତ ରିପୋର୍ଟ ବିଶ୍ବର ଗୋଟିଏ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଗୋଟିଏ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ମଧ୍ୟରେ କୃତ୍ରିମ ସମାନତା ସୃଷ୍ଟି କରାଯିବା ସକାଶେ ଉଦ୍ୟମ ହୋଇଛି ବୋଲି କୁମାର ଅଭିଯୋଗ କରିଛନ୍ତି। ଏନେଇ ମାନବାଧିକାର ହାଇ କମିଶନର୍‌ଙ୍କୁ ଭାରତ ତା’ର ବିରୋଧଭାବ ସମ୍ପର୍କରେ ଅବଗତ କରାଇଥିବା କୁମାର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।