କର୍ଣ୍ଣାଟକ ସଙ୍କଟ ଜାରି: ମନ୍ତ୍ରୀ ପଦ ଛାଡ଼ିଲେ ୨ ସ୍ବାଧୀନ ବିଧାୟକ, ବିଜେପିକୁ ସମର୍ଥନ


ବେଙ୍ଗାଳୁରୁ: କର୍ଣ୍ଣାଟକରେ ମିଳିତ ସରକାରକୁ ବଞ୍ଚାଇବା ପାଇଁ ଉଭୟ କଂଗ୍ରେସ ଓ ଜେଡି(ଏସ୍‌) ଉଦ୍ୟମ ଜାରି ରଖିଥିଲା ବେଳେ ଏଡା ସୋମବାର ଅଧିକ ଜଟିଳ ହୋଇଛି। ମିଳିତ ସରକାରକୁ ସମର୍ଥନ କରି ମନ୍ତ୍ରୀ ପଦ ପାଇଥିବା ୨ ସ୍ବାଧୀନ ବିଧାୟକ ସୋମବାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏଥିସହ ରାଜ୍ୟପାଳଙ୍କୁ ଭେଟି ସେମାନେ ମିଳିତ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଛନ୍ତି ବୋଲି ଜଣାଇଛନ୍ତି। ସେମାନେ ବିଜେପିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଫଳରେ ୨୨୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୦୫ ବିଧାୟକ ଓ ୨ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଯୋଗୁ ସଦସ୍ୟ ସଂଖ୍ୟା ୧୦୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ଯଦି ବାଚସ୍ପତି ୧୨ ଜଣ କଂଗ୍ରେସ ଓ ଜେଡି(ଏସ୍‌) ବିଧାୟକଙ୍କ ଇସ୍ତଫା ଗ୍ରହଣ କରି ନିଅନ୍ତି ତାହାଲେ ମିଳିତ ସରକାରର ସଦସ୍ୟ ସଂଖ୍ୟା ୧୦୩କୁ ଖସି ଆସିବ ଓ ରାଜ୍ୟ ଚାଲିଥିବା ମିଳିତ ସରକାର ସଂଖ୍ୟାଲଘୁରେ ପରିଣତ ହେବ।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ ଚାଲିଥିବା ମିଳିତ ସରକାରରେ ଉଭୟ କଂଗ୍ରେସ ଓ ଜେଡି(ଏସ୍‌)ର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସଙ୍କଟ ଟାଳିବା ପାଇଁ ବିଧାୟକ ପଦରୁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ମନ୍ତ୍ରୀ କରିବା ପାଇଁ ଉଭୟ ଦଳ ଭିତିରିଆ ଉଦ୍ୟମ ଜାରି ରଖିଥିଲା ବେଳେ ସରକାର ବଞ୍ଚାଇବା ସମ୍ଭାବନା ବେଳକୁ ବେଳ କ୍ଷୀଣ ହେବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ