ସିଲ୍‌ ହେଲା ବେଦାନ୍ତର ଜିଏପି ପ୍ଲାଣ୍ଟ୍‌: ତଦନ୍ତ ପାଇଁ ନିର୍ଦେଶ


ଭୁବନେଶ୍ବର: ଝାରସୁଗୁଡ଼ା ବେଦାନ୍ତ ଜିଏପି ପ୍ଲାଣ୍ଟ୍‌ରେ ନିଆଁ ଲାଗିବା ଘଟଣା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ଲାଣ୍ଟ୍‌କୁ ସିଲ୍‌ କରି ଦିଆଯାଇଛି। ଜିଲ୍ଲା ଫ୍ୟାକ୍ଟ୍ରି ଓ ବଏଲର୍‌ ବିଭାଗ ସହ ନିର୍ଦେଶକ ପ୍ଲାଣ୍ଟ୍‌କୁ ସିଲ୍‌ କରିଦେବା ସହ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଏହାସହ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଗ୍ରିନ୍‌ ଆନୋଡ୍‌ ପ୍ଲାଣ୍ଟ୍‌ ଅପରେସନ୍‌ ମଧ୍ୟ ବନ୍ଦ ରହିବ।

ସୂଚନାଯୋଗ୍ୟ, ଦେଶର ଅନ୍ୟତମ ଆଲୁମିନିୟମ୍‌ ଉତ୍ପାଦ କାରଖାନା ବେଦାନ୍ତରେ ନିଆଁ ଲାଗିଥିଲା। ଗତ ଜୁଲାଇ ୬ ତାରିଖରେ ବେଦାନ୍ତ ଜିଏପି ପ୍ଲାଣ୍ଟ୍‌ରେ ନିଆଁ ଲାଗି ୭ ଜଣ ଶ୍ରମିକ ଗୁରୁତର ହୋଇଥିଲେ। ନିଆଁ ଲାଗିବାର କାରଣ ଏ ଯାଏ ସ୍ପଷ୍ଟ ହୋଇନାହିଁ। ନିଆଁରେ ପ୍ଲାଣ୍ଟ୍‌ର ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ଏନେଇ ନେଇ କମ୍ପାନୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଏହାପରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ସମଗ୍ର କମ୍ପାନୀର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦେଶ ଦିଆଯିବା ସହ ନିଆଁ ଲାଗିଥିବା ପ୍ଲାଣ୍ଟ୍‌କୁ ସିଲ୍‌ କରିଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।