କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ବିଜେପି


ବେଙ୍ଗାଳୁରୁ: କର୍ଣ୍ଣାଟକରେ ରାଜନୈତିକ ହଟଚମଟ ଜାରି ରହିଥିଲା ବେଳେ ବିଜେପି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଇସ୍ତଫା ଦାବି କରିଛି। ରାଜ୍ୟରେ କୁମାରସ୍ବାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ତେଣୁ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ବାଟ ଫିଟିବ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ବିଜେପି ସାଂସଦ ଶୋଭା କରନ୍ଦଲଜେ କହିଛନ୍ତି ଯେ ରାଜ୍ୟରେ ସରକାର ଆଉ ନାହିଁ। ରାଜ୍ୟରେ ଏକ ରାଜନୈତିକ ସଂକଟ ଚାଲିଥିଲା ବେଳେ ମୁଖ୍ୟମନ୍ତ୍ରୀ ଛୁଟି କଟାଇବା ପାଇଁ ଆମେରିକା ଯିବା ନିହାତି ହାସ୍ୟାସ୍ପଦ। ତାଙ୍କର ମୁଖ୍ୟମନ୍ତ୍ରୀ ଭାବେ ମୁହୂର୍ତ୍ତେ ବି ରହିବାର ଅଧିକାର ନାହିଁ। ତେଣୁ ସେ ତୁରନ୍ତ ଇସ୍ତଫା ଦେଇ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ସୁଯୋଗ ସୃଷ୍ଟି କରିବା ଦରକାର ବୋଲି ସାଂସଦ ଶୋଭା କରନ୍ଦଲଜେ କହିଛନ୍ତି।

ଅନ୍ୟପକ୍ଷରେ କୁମାରସ୍ବାମୀ କହିଛନ୍ତି ଯେ ଯାହା ଯାହା ଘଟୁଛି, ତାହାକୁ ଦେଇ ସେ ଆଦୌ ଭୟଭୀତ ନାହାନ୍ତି। ସେ ତାଙ୍କର ଦାୟିତ୍ବ ଓ ଲୋକଙ୍କ ପାଇଁ କର୍ତ୍ତବ୍ୟ ଜାରି ରଖିଛନ୍ତି। ୧୨ ଜଣ ବିଧାୟକ ପଦ ଛାଡ଼ିବା ନେଇ ପ୍ରଶ୍ନର ଉତ୍ତରରେ କୁମାରସ୍ବାମୀ କିଛି କହି ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।