ପାକିସ୍ତାନରେ ଆର୍ଥିକ ସଙ୍କଟ: ଆମେରିକା ଗସ୍ତବେଳେ ହୋଟେଲରେ ରହିବେନି ଇମ୍ରାନ


ଇସଲାମାବାଦ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ କରି ନ ପାରିବା ଫଳରେ ଏବେ ପରିସ୍ଥିତି ଆହୁରି ଜଟିଳ ଆକାର ଧାରଣ କରିବାକୁ ଲାଗିଲାଣି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସନ୍ତା ୨୧ ତାରିଖରୁ ୩ ଦିନ ପାଇଁ ଆମେରିକା ଗସ୍ତରେ ଯିବେ। ଏହି ସମୟରେ ତାଙ୍କୁ ହୋଟେଲରେ ରହିବାକୁ ପଡିଥାନ୍ତା। ତେବେ ବର୍ତ୍ତମାନ ଦେଶର ରାଜକୋଷ ଦେବାଳିଆ ଥିବା କାରଣରୁ ଏହି ହୋଟେଲ ଖର୍ଚ୍ଚକୁ ହ୍ରାସ କରିବା ନିମନ୍ତେ ଇମ୍ରାନ ଆମେରିକାରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଘରେ ରହିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଇମ୍ରାନ ଖାନ ଆମେରିକା ଗସ୍ତବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ