ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ୪୧ ଅଫିସରଙ୍କୁ ନୂଆ ପଦବି


ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ଏବଂ ଉପଜିଲ୍ଲାପାଳ ସ୍ତରରେ ମୋଟ ୪୧ ଜଣ ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍‌ ଶୁଭେନ୍ଦୁ କାନୁନଗୋଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବା ବେଳେ ସୁଶାନ୍ତ କୁମାର ବାରିକଙ୍କୁ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ, ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଟେକ୍ସଟ ବୁକ୍‌ ପ୍ରକଡକ୍ସନ୍‌ ଆଣ୍ଡ୍‌ ମାର୍କେଟିଂ ନିର୍ଦେଶକ, ଭାସ୍କର ଚନ୍ଦ୍ର ଟୁରୁକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ, ରୁଦ୍ର ପ୍ରସନ୍ନ ସାହୁଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ, ଉଦୟ ନାରାୟଣ ଦାସଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ, ବ୍ରତତୀ ହରିଚନ୍ଦନଙ୍କୁ ଓସ୍‌ଡମା ଜେନେରାଲ ମ୍ୟାନେଜର୍‌, ଗଙ୍ଗାଧର ସାହୁଙ୍କୁ ଏସ୍‌ସିଇଆର୍‌ଟି ନିର୍ଦେଶକ, ଆଲୋକ କୁମାର କରଙ୍କୁ ବିଭାଗୀୟ ତଦନ୍ତ କମିଶନର(ସିଡିଆଇ), ସରୋଜ କୁମାର ମିଶ୍ରଙ୍କୁ ଗୃହ ବିଭାଗର(ପ୍ରୋଟୋକଲ୍‌) ଅତିରିକ୍ତ ସଚିବ, ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ଓଏସ୍‌ଆର୍‌ଟିସି ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି।

ସେହିପରି ସତ୍ୟନାରାୟଣ ଦାସଙ୍କୁ ଲିଗାଲ୍‌ ମେଟ୍ରୋଲୋଜି ନିୟନ୍ତ୍ରକ, ମଧୁସୂଦନ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେହିପରି ସରୋଜକାନ୍ତ ମହାନ୍ତିଙ୍କୁ ଜଗତ୍‌ସିଂହପୁର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ସୁବ୍ରତ କୁମାର ପଣ୍ଡାଙ୍କୁ ଯୁକ୍ତ ୨ ଶିକ୍ଷା ପରିଷଦ ସଚିବ, ରଘୁରାମ ଆୟରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦେଶକ ଏବଂ ଓପେପା ଅତିରିକ୍ତ ନିର୍ଦେଶକ, ନୃସିଂହ ଚରଣ ସାହୁଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ, ଦେବବ୍ରତ ଜେନାଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ଯୁଗ୍ମ ସଚିବ, ସୁଦର୍ଶନ ସେଠୀଙ୍କୁ ସମବାୟ ବିଭାଗ ଯୁଗ୍ମ ସଚିବ, ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଇଡ୍‌କୋ ଲ୍ୟାଣ୍ଡ ଅଫିସର, ବୀରେନ୍ଦ୍ର କୋରକୋରାଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ଦିଗନ୍ତ ରାଉତରାୟଙ୍କୁ ଖୋର୍ଦ୍ଧା ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ତାପିରାମ ମାଝିଙ୍କୁ ଝାରସୁଗୁଡ଼ା ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ, ଭୈରବ ସିଂ ପଟେଲଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ, ଜ୍ଞାନରଞ୍ଜନ ଭଞ୍ଜଦେଓଙ୍କୁ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିର୍ଦେଶକ, ପ୍ରଦୀପ କୁମାର ସାହୁଙ୍କୁ ଝାରସୁଗଡ଼ା ଅତିରିକ୍ତ ଜିଲ୍ଲାପାଳ, ଅବିନାଶ ରାଉତଙ୍କୁ ପୁରୀ ପୌର ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ହରିଶ ଚନ୍ଦ୍ର ଜେନାଙ୍କୁ ନୀଳଗିରି ଉପଜିଲ୍ଲାପାଳ, ସରୋଜ କୁମାର ମିଶ୍ରଙ୍କୁ ସମ୍ବଲପୁର ସ୍ପେଶାଲ୍‌ ଲ୍ୟାଣ୍ଡ୍‌ ଅଫିସର, ବାଦଲ କୁମାର ମହାନ୍ତିଙ୍କୁ ଓର୍‌ମାସ ଡେପୁଟି ସିଇଓ, ଶୁଭ୍ରାଂଶୁ ମିଶ୍ରଙ୍କୁ କଟକ ଉପଜିଲ୍ଲାପାଳ, ସଞ୍ଜୀବିତା ରାୟଙ୍କୁ କଟକ ମହାନଗର ନିଗମ ଡେପୁଟି କମିଶନର, ସୁସ୍ମିତା ବେହେରାଙ୍କୁ ଓସ୍‌ଡମା ଡେପୁଟି ଜେନେରାଲ ମ୍ୟାନେଜର, ରବୀନ୍ଦ୍ର କୁମାର ସେଠୀଙ୍କୁ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ଦେବବ୍ରତ ସାହୁଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଶୁଭେନ୍ଦ୍ର କୁମାର ସାମଲଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ରଜନୀକାନ୍ତ ସ୍ବାଇଁଙ୍କୁ ଅନୁଗୁଳ ଜିଲ୍ଲା ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ, ଦୀନକୃଷ୍ଣ କରଙ୍କୁ କଟକ ଜିଲ୍ଲା ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ସବ୍ୟସାଚୀ ହୋତାଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର, ଶୁଭେନ୍ଦୁ କୁମାର ସାହୁଙ୍କୁ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ