ଜାଣନ୍ତୁ ୨୦୧୯ ବଜେଟ୍‌ରେ ମହିଳାଙ୍କ ପାଇଁ କ’ଣ ରହିଛି


ସଂସଦରେ ଉପସ୍ଥାପିତ କରାଯାଇଥିବା ୨୦୧୯ ବଜେଟ୍‌ କେବଳ ମହିଳାଙ୍କ ପାଇଁ ନୁହେଁ, ଦେଶର ଇତିହାସ ପାଇଁ ମଧ୍ୟ ବହୁତ ଖାସ୍‌ ହୋଇଛି। ୫ ଜୁଲାଇରେ ସଂସଦରେ ୪୯ ବର୍ଷ ପରେ ଦ୍ବିତୀୟ ଥର ଜଣେ ମହିଳା ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଏହାପୂର୍ବରୁ ୨୮ ଫେବ୍ରୁଆରୀ ୧୯୭୦ରେ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଇନ୍ଦିରା ଗାନ୍ଧି ସଂସଦରେ ବଜେଟ୍‌ ଉପସ୍ଥାପନା କରିଥିଲେ। ଚଳିତ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ବଜେଟ୍‌ ଏଥର ବ୍ରିଫ୍‌କେସ୍‌ରେ ନୁହେଁ, ବରଂ ଲାଲ୍‌ ରଙ୍ଗର ଭେଲ୍‌ଭେଟ୍‌ କପଡ଼ାରେ ଗୁଡ଼ା ହୋଇଆସିବ। ଯାହାର ନାମ ‘ବହି ଖାତା’ ଦିଆଯାଇଛି।

ତେବେ ମହିଳାଙ୍କୁ ଏହି ବଜେଟ୍‌ରେ ଯେତିକି ଆଶା ଥିଲା, ସେତିକି ଗୁରୁତ୍ବ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ସମୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନରେ ମହିଳାମାନେ ରେକର୍ଡ ସଂଖ୍ୟକ ମତଦାନ କରିଛନ୍ତି। ଏଥର ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି, ଯାହାକି ଏକ ରେକର୍ଡ। ଅର୍ଥାତ୍‌ ଚଳିତ ନିର୍ବାଚନରେ ସର୍ବାଧିକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି।

ମହିଳା ନେତୃତ୍ବକୁ ମିଳିବ ପ୍ରେରଣା
ନିର୍ମଳା ସୀତାରମଣ କହିଛନ୍ତି ଯେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ମହିଳାଙ୍କ ଭାଗିଦାରୀ ବହୁତ ରହିଛି। ମହିଳାଙ୍କ ଭୂମିକାକୁ ପ୍ରୋତ୍ସାହିତ କରାଯିବା ଉଚିତ। ତେଣୁ ମହିଳା କେନ୍ଦ୍ରିତ ପଲିସି ଅଧୀନରେ ମହିଳାଙ୍କ ନେତୃତ୍ବକୁ ଆଗକୁ ନିଆଯିବ ବୋଲି ନିର୍ମଳା କହିଛନ୍ତି।

ଲଞ୍ଚ ହେବ ନାରୀ ଯୋଜନା

ବାଜେଟ୍‌ରେ ଘୋଷଣା କରାଯାଇଛି ଯେ ମହିଳାଙ୍କ ପାଇଁ ‘ନାରୀ ତୁ ନାରାୟଣୀ’ ଯୋଜନା ଲଞ୍ଚ କରାଯିବ। ଯାହା ଅଧୀନରେ ଏକ କମିଟି ତିଆରି କରାଯିବ। ଏହି କମିଟି ଦେଶର ବିକାଶ ଓ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ମହିଳାଙ୍କ ଭାଗିଦାରୀକୁ ବଢ଼ାଇବା ଲାଗି ପରାମର୍ଶ ଦେବେ।

ଋଣ ନେବା ହେବା ସହଜ
ମୁଦ୍ରା ଯୋଜନା ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ୍‌ କରାଯାଇ ପ୍ରତ୍ୟେକ ମହିଳାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଏଥିସହିତ ଜନଧନ ଖାତାରେ ମହିଳାଙ୍କୁ ୫୦୦୦ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରିବାକୁ ଅନୁମତି ଦିଆଯିବ।

ଷ୍ଟାଣ୍ଡଅପ୍‌ ଇଣ୍ଡିଆରେ ମହିଳାଙ୍କୁ ମିଳିବ ଫାଇଦା

ସରକାରଙ୍କ ଷ୍ଟାଣ୍ଡଅପ୍‌ ଇଣ୍ଡିଆ ସ୍କିମ୍‌ରେ ଅନୁସୂଚିତ ଜାତି ଓ ଜନଜାତି ସହିତ ମହିଳାଙ୍କୁ ମଧ୍ୟ ଲାଭ ମିଳିବ। ମହିଳା ଏଣ୍ଟ୍ରପ୍ରିନରଶିପ୍‌କୁ ପ୍ରୋତ୍ସାହିତ କରିବା ଲାଗି ଷ୍ଟାର୍ଟଅପ୍‌ ସ୍କିମ୍‌କୁ ମଧ୍ୟ ଗୁରୁତ୍ବ ଦିଆଯିବ। କେବଳ ସେତିକି ନୁହେଁ, ଷ୍ଟାର୍ଟଅପ୍‌ ପାଇଁ ଟିଭି ଚ୍ୟାନେଲ୍‌ ମଧ୍ୟ ଆରମ୍ଭ କରାଯିବ। ୧୫ତମ ଆର୍ଥିକ ଆୟୋଗ ଅଧୀନରେ ମହିଳାଙ୍କ ପାଇଁ ଅଲଗା ସ୍କିମ୍‌ ବାହାର କରାଯିବ।

ସୁନା ହେଲା ମହଙ୍ଗା
ଗୋଟିଏ ପଟେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ପ୍ରକାରର ଘୋଷଣା କରାଯାଇଥିବାବେଳେ ସୁନା ଉପରେ ଶୁକ୍ଳ ୧୦ ପ୍ରତିଶତରୁ ବଢ଼ି ୧୨.୫ ହୋଇଯାଇଛି। ଏହା ମହିଳାଙ୍କୁ କିଛି ମାତ୍ରାରେ ସମସ୍ୟାରେ ପକାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ