ଦକ୍ଷିଣ ଆଫିକ୍ରା ଠାରୁ ହାରି ଅଷ୍ଟ୍ରେଲିଆ ନମ୍ବର ୨କୁ ଖସିଲା


ଚଳିତ ବିଶ୍ବକପ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୦ ରନ୍‌ରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହୋଇ ପଏଣ୍ଟ ଟେବଲର ଦ୍ବିତୀୟ ସ୍ଥାନକୁ ଖସିଛି। ଫଳରେ ଭାରତ ଶ୍ରୀର୍ଷ ଦଳ ଭାବେ ସେମିକୁ ଉନ୍ନୀତ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ ପାଇଁ ଯୋଗ୍ୟତା ପାଇଛି। ପୂର୍ବରୁ ଇଂଲଣ୍ଡ ତୃତୀୟ ଓ ନ୍ୟୁଜିଲାଣ୍ଡ ୪ର୍ଥ ଦଳ ଭାବେ ସେମିକୁ ଉନ୍ନୀତ ହୋଇ ସାରିଛନ୍ତି। ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କ ଶତକ ବଳରେ ୬ ୱିକେଟ୍‌ ହରାଇ ୩୨୫ ରନ୍‌ କରିପାରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ଡେଭିଡ ୱାର୍ଣ୍ଣରଙ୍କ ଶତକ ବଳରେ ୩୧୫ ପର୍ଯ୍ୟନ୍ତ ଯାଇ ୧୦ ରନ୍‌ ପଛରେ ପଡ଼ି ଯାଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ମାରକ୍ରାମ ଓ ଡି’କକ୍‌ ଓପନିଂ ଯୋଡ଼ିରେ ୭୯ ରନ୍‌ ସଂଗ୍ରହ କରି ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କୁ ପ୍ରଥମ ସ୍ପେଲ୍‌ରେ କୌଣସି ସଫଳତା ମିଳି ନ ଥିଲା। ମାରକ୍ରମ୍‌ ୩୪ ଓ ଡି’କକ୍‌ ୫୨ ରନ୍‌ କରି ଆଉଟ୍‌ ହୋଇଥିଲେ। ମାତ୍ର ଏହାପରେ ଅଧିନାକୟ ଡୁ’ପ୍ଲେସିସ୍‌ ଓ ଭାନ୍‌ ଡେର୍‌ ଡୁସେନ ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରି ରନ୍‌ ବର୍ଷା କରିଥିଲେ। ଅଧିନାୟକ ଡୁ’ପ୍ଲେସିସ୍‌ ୯୪ଟି ବଲ୍‌ରୁ ୧୦୦ ରନ୍‌ କରିଥିଲା ବେଳେ ଭାନ୍‌ ଡେର ଡୁସେନ ୯୫ ରନ୍‌ କରି ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୩୨୫ ରନ୍‌ ପର୍ଯ୍ୟନ୍ତ ଯାଇପାରିଥିଲା।

୩୨୬ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଅଧିନାୟକ ଆରୋନ ଫିଞ୍ଚ୍‌ଙ୍କ ୱିକେଟ୍‌ ହରାଇ ଥିଲା। ବୋଲିଂ ଓପନ କରି୍‌ଥିବା ସ୍ପିନର ଇମ୍ରାନ ତାହିର ଅଷ୍ଟ୍ରେଲୀୟ ଅଧିନାୟକ ଫିଞ୍ଚ୍‌ଙ୍କୁ ଆଉଟ କରି ଦଳ ପାଇଁ ବଡ଼ ସଫଳତା ଆଣିଥିଲେ। ଅନ୍ୟପକ୍ଷରେ ଡେଭି ୱାର୍ଣ୍ଣର ଗୋଟିଏ ପଟେ ବ୍ୟାଟିଂ ଜାରି ରଖିଥିଲା ବେଳେ ଅନ୍ୟପଟେ ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ ପ୍ୟାଭିଲିଅନ୍‌ ଫେରିଥିଲେ। ରିଟାଏର୍ଡ ହର୍ଟ ଖୱାଜା ୧୮ ରନ, ସ୍ମିଥ୍‌ ୭, ଷ୍ଟୋଇନିସ୍‌ ୨୨, ମ୍ୟାକ୍ସୱେଲ ୧୨ ରନ୍‌ କରି ଆଉଟ୍‌ ହେବା ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ମଧ୍ୟ ଭାଗରେ ଓ୍ତିକେଟ କିପର କ୍ୟାରି ୬୯ଟି ବଲ୍‌ରୁ ଦ୍ରୁତ ୮୫ ରନ୍‌ କରିବା ଦଳ ପାଇଁ ବିଜୟ ଆଶା ସୃଷ୍ଟି କରିଥିଲା। ମାତ୍ର ୱାର୍ଣ୍ଣର ୧୨୨ ରନ୍‌ ଓ କ୍ୟାରି ୪୬ତମ ଓଭରରେ ୮୫ ରନ୍‌ରେ ଆଉଟ ହେବାରୁ ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୧୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।