ଖଲିସ୍ତାନ ସମର୍ଥକଙ୍କୁ ପାଣ୍ଠି ଯୋଗାଉଛନ୍ତି ବ୍ରିଟେନ ଏବଂ କାନାଡ଼ାର ପାକିସ୍ତାନୀ


ଖଲିସ୍ତାନ ସମର୍ଥକଙ୍କୁ ବ୍ରିଟେନ ଏବଂ କାନାଡ଼ାରେ ଥିବା ପାକିସ୍ତାନୀମାନେ ପାଣ୍ଠି ଯୋଗାଉଛନ୍ତି। ଏ ନେଇ ଭାରତୀୟ ସେନାର ପୂର୍ବତନ ମେଜର ଜେନେରାଲ ଧ୍ରୁବ.ସି. କଟୋଚ ସୂଚନା ଦେଇଛନ୍ତି। ଏହି ପାକିସ୍ତାନୀ ତଥା ଖଲିସ୍ତାନ ସମର୍ଥକମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସମ୍ପର୍କରେ ରହିଛନ୍ତି। ଇଂଲଣ୍ଡରେ ହେଉଥିବା ବିଶ୍ୱକପ କ୍ରିକେଟ ମ୍ୟାଚରେ ମଧ୍ୟ କେତେକ ସମର୍ଥକ ଏଭଳି ବ୍ୟାନର ଧରିଥିବା ଦେଖାଯାଇଛି ବୋଲି କଟୋଚ କହିଛନ୍ତି। ଆଇଏସ୍‌ଆଇ ଦୀର୍ଘଦିନ ଧରି ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛି। ଖଲିସ୍ତାନ କାର୍ଯ୍ୟକ୍ରମ ୧୯୯୦ରେ ଭାରତୀୟ ସେନା ଦ୍ୱାରା ନିର୍ମୂଳ ହୋଇଥିଲା। ତେବେ ଆଇଏସ୍‌ଆଇ ଏହାକୁ ପୁଣି ଥରେ ସକ୍ରିୟ କରିବାର ଉଦ୍ଅମ କରୁଥିବା କଟୋଚ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ