ନୋମୋଫୋବିଆ କବଳରେ ଯୁବପିଢ଼ି: ଡ଼ିଜିଟାଲ କର୍ଫ୍ୟୁ ଜରୁରୀ


ଭାରତରେ ପ୍ରଯୁକ୍ତି ଓ କୌଶଳର ବିପଜ୍ଜନକ ବ୍ୟବହାର ବଢ଼ିବାରେ ଲାଗିଛି। ମୋବାଇଲ, ଲ୍ୟାପଟପ, କମ୍ପ୍ୟୁଟର, ଟ୍ୟାବ ଆଦି ବ୍ୟବହାରର ନିଶା ଏବେ ଯୁବପିଢ଼ିଙ୍କୁ ଆକ୍ରାନ୍ତ କରିଛି। ଏହି କାରଣରୁ ଯୁବବର୍ଗ ଅତି ସହଜରେ ନୋମୋଫୋବିଆର ଶିକାର ହେବାରେ ଲାଗିଛନ୍ତି। ଅଧିକାଂଶ ଯୁବକ ଏବେ ମୋବାଇଲ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଗୁଡ଼ିକର ମାତ୍ରାଧିକ ବ୍ୟବହାରରେ ଲାଗିଥିବା ଦେଖାଯାଉଛି। ଅନେକ ନିଜର ୯୦ ପ୍ରତିଶତ କାର୍ଯ୍ୟଦିବସ ଉପକରଣ ସହିତ ବିତାଇଥାନ୍ତି। ଦେଶରେ ପ୍ରତି ଦଶ ଜଣରେ ଜଣେ ଯୁବକ ମୋବାଇଲ ଓ କମ୍ପ୍ୟୁଟର ଆଦି ଏକାଧିକ ଉପକରଣ ଏକ ସମୟରେ ବ୍ୟବହାର କରୁଥିବାର ଦୃଶ୍ୟ ଦେଖାଯାଉଛି ବୋଲି ଏକ ଗବେଷଣା ସଂସ୍ଥା ମତ ଦେଇଛି।

ଏଡୋବିର ଏକ ଗବେଷଣାରୁ ଏପରି ତଥ୍ୟ ସାମନାକୁ ଆସିଛି। ଅଧ୍ୟୟନର ନିଷ୍କର୍ଷରୁ ଜଣାଯାଇଛି ଯେ ୫୦ ପ୍ରତିଶତ ଉପଭୋକ୍ତା ମୋବାଇଲରେ କାମ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ପୁଣି କମ୍ପ୍ୟୁଟର ଖୋଲି କାମରେ ଲାଗିଯାଆନ୍ତି। ଭାରତରେ ଏପରି ସ୍କ୍ରିନ ସୁଇଚ କରିବା ସାଧାରଣ କଥା ହୋଇଯାଇଛି। ମୋବାଇଲ ଫୋନର ଦୀର୍ଘ ସମୟ ବ୍ୟବହାର ବେକ ମୂଳରେ ଯନ୍ତ୍ରଣା, ଆଖିରେ ଶୁଷ୍କତା, କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ ଏବଂ ଅନିଦ୍ରାର କାରଣ ହୋଇଥାଏ। ୨୦ରୁ ୩୦ ବର୍ଷ ବୟସର ପ୍ରାୟ ୬୦ ପ୍ରତିଶତ ଯୁବାଙ୍କ ମନରେ ନିଜ ମୋବାଇଲ ଫୋନ ହଜିଯିବାର ଆଶଙ୍କା ରହିଥାଏ। ଯାହାକୁ ନୋମୋଫୋବିଆ କୁହାଯାଏ। ହାର୍ଟ କେୟାର ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ପଦ୍ମଶ୍ରୀ ଡା. କେ କେ ଅଗ୍ରୱାଲ କହନ୍ତି, ଆମର ଫୋନ ଏବଂ କମ୍ପ୍ୟୁଟରରେ ଆସୁଥିବା ବିଞପ୍ତି , କମ୍ପନ ଓ ଅନ୍ୟାନ୍ୟ ଆଲର୍ଟ ଆମକୁ ସେସବୁ ନିରବଛିନ୍ନ ଭାବେ ଦେଖିବା ପାଇଁ ବିବଶ କରାଇଥାଏ। ସେ ଏପରି ଆମର ତନ୍ତ୍ରିକା ମାର୍ଗକୁ ଟ୍ରିଗର କରିବା ଭଳି ହୋଇଥାଏ। ଯେପରିକି ଶିକାରୀ ଦ୍ୱାରା ଗୋଟିଏ ଆସନ୍ନ ଆକ୍ରମଣ ସମୟରେ କିମ୍ବା କିଛି ଗୋଟାଏ ବିପଦକୁ ସାମ୍ନା କରିବାବେଳେ ହୋଇଥାଏ। ମସ୍ତିସ୍କ ଏଭଳି ଭାବେ ଅନାବଶ୍ୟକ କାରଣ ପାଇଁ ସକ୍ରିୟ ଓ ସତର୍କ ରହିଥାଏ। ସେ ସୂଚାଇଥିଲେ ଯେ ଆମେ ଲଗାତର ଏଭଳି ଆଚରଣର ଅନ୍ୱେଷଣ କରୁ ଏବଂ ଏହାର ଅଭାବରେ ବ୍ୟସ୍ତ, ଉତ୍ତେଜିତ ଏବଂ ଏକାକୀପଣ ଅନୁଭବ କରିଥାଉ। କେବେ କେବେ ଦୀର୍ଘ ସମୟ ଧରି ଶୋଇଥିବା ଅବସ୍ଥାରେ କିମ୍ବା ଖାଦ୍ୟ ଖାଉଥିବା ଅବସ୍ଥାରେ ମୋବାଇଲ ଦେଖି କିମ୍ବା ଲ୍ୟାପଟପ ବ୍ୟବହାର କରିବା ଦ୍ୱାରା ଆମ ଅଣ୍ଟା, ବେକ ଓ ଅନ୍ୟ ଭାଗରେ ଯନ୍ତ୍ରଣା ହୋଇଥାଏ। ଆମେ ପ୍ରତିଦିନ ବିଭିନ୍ନ ଉପକରଣ ଗୁଡ଼ିକ ଜରିଆରେ ଯେଭଳି ଭାବେ ଘଣ୍ଟା ଘଣ୍ଟା ବିତାଉ, ଏହା ଆମ ବେକ, କାନ୍ଧ, ପିଠି, କହୁଣୀର ପୁରୁଣା ଯନ୍ତ୍ରଣାକୁ ବହୁଗୁଣିତ କରାଇଦେବା ସହିତ ଆଉ କେତେକ ସମସ୍ୟାକୁ ବଢ଼ାଇ ଦେଇଥାଏ।

ଗ୍ୟାଜେଟ୍‌ସ ମାଧ୍ୟମରେ ସୂଚନାକ୍ରାନ୍ତିର ଏହି ଡିଜିଟାଲ ଯୁଗରେ ପ୍ରଯୁକ୍ତିକୁ ଦେଖିଚାହିଁ ଉପଯୋଗ କରିବା ଦରକାର। କିନ୍ତୁ ଆମେ ଅଧିକାଂଶ ଏହାର ଗୋଲାମ ହୋଇଯାଇଛୁ ବୋଲି ଡା ଅଗ୍ରୱାଲ କହନ୍ତି। ୩୦ ପ୍ରତିଶତରୁ ଅଧିକ ମାମଲାରେ ସ୍ମାର୍ଟଫୋନ ହିଁ ଅଭିଭାବକ-ସନ୍ତାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟିର କାରଣ ହୋଇଛି। ଯଦି ପିଲା ଡେରିରେ ଶଯ୍ୟାତ୍ୟାଗ କରିବ ତେବେ ସେ ସ୍କୁଲ ଯିବାକୁ ପସନ୍ଦ କରିବ ନାହିଁ। ଏଭଳି କେତେକ ପିଲା ଅଛନ୍ତି ଯେଉଁମାନେ ଶେଯରେ ଶୋଇରହି ମୋବାଇଲ ଦେଖନ୍ତି। ଶଯ୍ୟରୁ ଉଠିବା ମାତ୍ରେ ମୋବାଇଲ ଖୋଲି ଦେଖିଥାନ୍ତି। ସ୍ମାର୍ଟଫୋନକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଅନେକ ବିଚାର କରିଥାନ୍ତି। ସ୍ମାର୍ଟ ଫୋନ ନିଶାରୁ ଯୁବବର୍ଗଙ୍କୁ ରକ୍ଷା କରିବା ପାଇଁ ଡା ଅଗ୍ରୱାଲ କେତେକ ଟିପ୍‌ସ ଦେଇଛନ୍ତି। ଶୋଇବାର ୩୦ ମିନିଟ ପୂର୍ବରୁ କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ବା ଗ୍ୟାଜେଟ୍‌ସ ବ୍ୟବହାର ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରତି ତିନି ମାସରେ ଥରେ ୭ ଦିନ ପାଇଁ ଫେସବୁକ ବ୍ୟବହାର ନ କରିବା ଉଚିତ। ସପ୍ତାହରେ ଥରେ ଗୋଟିଏ ଦିନ ପାଇଁ ସୋସାଲ ମିଡ଼ିଆ ଠାରୁ ଦୁରେଇ ରହିବା ଉଚିତ। କେବଳ ଘରଠାରୁ ବାହାରେ ଥିବା ବେଳେ ମୋବାଇଲର ବ୍ୟବହାର କରନ୍ତୁ। ଦିନକୁ ତିନି ଘଣ୍ଟାରୁ ଅଧିକ କମ୍ପ୍ୟୁଟରର ବ୍ୟବହାର ନ କରନ୍ତୁ।

ନିଜର ମୋବାଇଲ ଟକ୍‌ଟାଇମକୁ ଦିନରେ ଦୁଇଘଣ୍ଟାରୁ କମ୍‌ ସମୟ ମଧ୍ୟରେ ସୀମିତ ରଖନ୍ତୁ। ନିଜର ମୋବାଇଲ ବ୍ୟାଟେରୀକୁ ଦିନକୁ ଥରେ ମାତ୍ର ଚାର୍ଜ କରନ୍ତୁ। ଏଭଳି ସତର୍କତାର ସହ ଚାଲି ପାରିଲେ ଏହି ନୋମୋଫୋବିଆରୁ ମୁକ୍ତି ମିଳିବ। ଏବେ ଆମର ଜୀବିକା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସବୁ କମ୍ପୁଟର ଓ ମୋବାଇଲ ଆଧାରିତ ହୋଇଯାଇଛି। ଡିଜିଟାଲ ବ୍ୟବହାର କରିବା ପାଇଁ ସରକାର ପ୍ରଲୁବ୍ଧ କରୁଥିବା ବେଳେ ଆମେ ଏହାକୁ ଯେ ଏଡ଼ାଇଦେବା, ସେକଥା କୁହାଯାଉ ନାହିଁ। ସୀମିତ ଓ ବିଞ ବ୍ୟବହାର ସବୁବେଳେ ଭଲ, ଏହା କେବଳ ସୂଚାଇ ଦିଆଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।