ବର୍ଷାଦିନେ ନିଅନ୍ତୁ ପାଦର ଯତ୍ନ


ବର୍ଷା କାହାକୁ ଭଲ ଲାଗେ ନାହିଁ! କିନ୍ତୁ ବର୍ଷା ଦିନେ ସଂକ୍ରମଣ ଓ ବିଭିନ୍ନ ପ୍ରକାରର ରୋଗ ବ୍ୟାପିବା କଥା ଭାବିଲେ ମନ ଖରାପ ହୋଇଯାଏ। ଏହି ଦିନେ ସ୍ବାସ୍ଥ୍ୟର ଯତ୍ନ ନେବା ସହିତ ସଫାସୁତୁରା ପ୍ରତି ମଧ୍ୟ ସାବଧାନତା ଅବଲମ୍ବନ କରିବା ଓ ଅଧିକ ସତର୍କ ରହିବା ଆବଶ୍ୟକ। ବର୍ଷାଦିନେ କେବଳ ଚର୍ମ ନୁହେଁ, ପାଦର ମଧ୍ୟ ଯତ୍ନ ନେବା ଉଚିତ। ତେଣୁ ବର୍ଷାଦିନେ ପାଦକୁ ଅଧିକ ସଫାସୁତୁରା ରଖିବା ଉଚିତ। ପାଦ ପ୍ରଥମେ ବର୍ଷା ପାଣି ଓ କାଦୁଅ ସଂସ୍ପର୍ଶରେ ଆସିଥାଏ। ଏହାକୁ ସଫା ନ କରିବା ଫଳରେ ଫଙ୍ଗାଲ ଇନ୍‌ଫେକ୍ସନ୍‌ ଓ ଅନ୍ୟାନ୍ୟ ରୋଗ ହୋଇପାରେ। ଏଠାରେ ଏପରି କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଅନୁସରଣ କରି ଆପଣ ପାଦକୁ ହେଲ୍‌ଦି ରଖିପାରିବେ।

  • ବର୍ଷାଦିନେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ହୋଇଥିବାରୁ ଏହାକୁ ଶୁଷ୍କ ରଖିବାକୁ ଚେଷ୍ଟା କରନ୍ତୁ। ଘରେ ଥିବାବେଳେ ପାଦକୁ ଶୁଷ୍କ ରଖିବା ସହ ମଏଶ୍ଚରାଇଜର ଲଗାନ୍ତୁ।
  • ବର୍ଷାଦିନରେ ପାଦ ଓଦା ହେବା ସହ କାଦୁଅ ମଧ୍ୟ ଲାଗିଯାଏ। ଏପରିସ୍ଥଳେ ପାଦକୁ ସଫା ପାଣିରେ ଧୋଇ ଆଣ୍ଟିବାୟୋଟିକ୍‌ ସୋପ କିମ୍ବା ଜେଲ୍‌ ଲଗାଇ ସଫା କରନ୍ତୁ। ପରେ ଟେଲିକମ୍‌ ପାଉଡର ଲଗାନ୍ତୁ। ଏହା ଆପଣଙ୍କ ପାଦକୁ ଶୁଷ୍କ ରଖିବାରେ ସାହାଯ୍ୟ କରେ।
  • ବର୍ଷାଦିନେ ଆଥଲେଟ୍‌ମାନଙ୍କ ମଧ୍ୟ ପାଦ ସମସ୍ୟା ହୋଇଯାଏ। ଯଦି ଏହାକୁ ଅଣଦେଖା କରୁଛନ୍ତି, ଗମ୍ଭୀର ରୂପ ଧାରଣ କରିପାରେ। ପାଦ ଦୀର୍ଘ ସମୟ ଯାଏ ଓଦା ରହିଲେ, ଏହି ସମସ୍ୟା ଦେଖାଯାଇଥାଏ। ଏଥିରୁ ରକ୍ଷା ପାଇବା ଲାଗି ପାଦ ଶୁଖିଲା ରଖନ୍ତୁ। ଏଥିସହିତ ଫୁଟ୍‌ ପାଉଡର ମଧ୍ୟ ଲଗାନ୍ତୁ।
  • ହାଲୁକା ଉଷୁମ ପାଣିରେ ଆଣ୍ଟି ବ୍ୟାକ୍ଟେରିଆଲ ଲୋସନ୍‌ କିମ୍ବା ଲିକ୍ୟୁଡ ପକାଇ ଏଥିରେ ପାଦ ବୁଡ଼ାଇ ରଖନ୍ତୁ। ପରେ ପ୍ୟୁମିକ୍‌ ଷ୍ଟୋନ୍‌ରେ ରଗଡ଼ି ସଫା କରନ୍ତୁ। ଏହାପରେ ଶୁଖିଲା ଟାୱେଲରେ ପାଦ ପୋଛନ୍ତୁ। କିଛି ସମୟ ପାଦକୁ ପବନ ବାଜିବାକୁ ଦିଅନ୍ତୁ ଓ ମଏଶ୍ଚରାଇଜର ଲୋସନ ଲଗାନ୍ତୁ।
  • ପାଦକୁ ମୁଲାୟମ ରଖିବା ଲାଗି ଲ୍ୟାକ୍ଟିକ୍‌ ଏସିଡ୍‌ ଓ ଗ୍ଲାଇକୋଲିକ୍‌ ଏସିଡ୍‌ ଯୁକ୍ତ ମଏଶ୍ଚରାଇଜର ବ୍ୟବହାର କରନ୍ତୁ। ଏହାବ୍ୟତୀତ ଓପନ୍‌ ଜୋତା ପିନ୍ଧନ୍ତୁ ଓ ଓଦା ମୋଜା ପିନ୍ଧିବାଠାରୁ ଦୂରେଇ ରହନ୍ତୁ।
  • ସପ୍ତାହରେ ଅତିକମ୍‌ରେ ଗୋଟିଏ ଦିନ ଗରମ ପାଣିରେ ଲୁଣ ପକାଇ ଅଧ ଘଣ୍ଟାଯାଏ ପାଦ ବୁଡ଼ାଇ ସଫା କରନ୍ତୁ। ଏହାଫଳରେ ପାଦରୁ ସବୁପ୍ରକାର ଅପରିଷ୍କାର ଜିନିଷ ଓ ବ୍ୟାକ୍ଟେରିଆ ବାହାରିଯିବ।
  • ପାଦରୁ ଦୁର୍ଗନ୍ଧ ବାହାରୁଥିଲେ ହାଲୁକା ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପାଦକୁ ବୁଡ଼ାଇ ରଖନ୍ତୁ। ସପ୍ତାହରେ ଅତିକମ୍‌ରେ ୨ ଦିନ ଏପରି କରନ୍ତୁ। ଏହାବ୍ୟତୀତ ପାଦର ନଖ ଏକଦମ ଛୋଟ ରଖନ୍ତୁ। ନିୟମିତ ଭାବେ ନଖ ସଫା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ