ଏଚ୍‌ଆଇଭି ସଂକ୍ରମଣ ବଢ଼ାଏ ହାର୍ଟ ଫେଲ୍ୟୁଅର ଓ ଷ୍ଟ୍ରୋକ୍‌ ଆଶଙ୍କା


ଏଚ୍‌ଆଇଭି ସଂକ୍ରମଣରେ ପୀଡ଼ିତ ରୋଗୀଙ୍କଠାରେ କାର୍ଡିଓଭାସ୍କୁଲାର ରୋଗ ଅର୍ଥାତ୍‌ ହୃଦ୍‌ରୋଗ ସହିତ ଜଡ଼ିତ ବିଶେଷକରି ହାର୍ଟ ଫେଲ୍ୟୁଅର ଓ ଷ୍ଟ୍ରୋକ୍‌ ହେବା ଆଶଙ୍କା ଅନେକ ଗୁଣା ବଢ଼ିଯାଏ। ଗବେଷକମାନେ ଏ ସମ୍ପର୍କରେ ଚେତାବନୀ ଜାରି କରି ଏହା କହିଛନ୍ତି। ଆମେରିକାନ ହାର୍ଟ ଆସୋସିଏସନ୍‌ ନାମକ ଜର୍ଣ୍ଣାଲରେ ଏହି ଗବେଷଣାର ଫଳାଫଳ ପ୍ରକାଶିତ କରାଯାଇଛି। ଏହି ଗବେଷଣାରେ ହେଲ୍‌ଥ ଇନ୍‌ସୁରାନ୍ସ ଡାଟାବେସ୍‌ର ତଥ୍ୟକୁ ପରୀକ୍ଷଣ କରାଯାଇଥିଲା।

ଧୂମପାନଠାରୁ ଦୂରେଇ ରହନ୍ତୁ

ଆମେରିକାର ଇମୋରି ୟୁନିଭର୍ସିଟିର ପ୍ରଫେସର ତଥା ଏହି ଗବେଷଣାର ମୁଖ୍ୟ ଗବେଷକ ଅଲ୍‌ବାରା ଅଲାନ୍ସୋ କହିଛନ୍ତି ଯେ ଗବେଷଣାର ଫଳାଫଳ ଅନୁସାରେ ଯେଉଁ ଲୋକେ ଏଚ୍‌ଆଇଭି ସଂକ୍ରମଣରେ ପୀଡ଼ିତ, ସେମାନେ ଧୁମପାନଠାରୁ ଦୂରେଇ ରହିବା ଉଚିତ। ଏଥିସହିତ ଉଚ୍ଚରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ ରଖିବା ଉଚିତ। ଯାହାଫଳରେ ହୃଦ୍‌ ଜନିତ ରୋଗ ଆଶଙ୍କାକୁ କମ୍‌ କରାଯାଇପାରିବ ବୋଲି ଅଲ୍‌ବାରୋ କହିଛନ୍ତି। 

ଅଣସଂକ୍ରମିତଙ୍କ ତୁଳନାରେ ହୃଦରୋଗ ଆଶଙ୍କା ଅଧିକ
ଏହି ଗବେଷଣାରେ ଗବେଷକମାନେ ଏଚ୍‌ଆଇଭି ପୀଡ଼ିତ ୧୯,୭୯୮ ରୋଗୀଙ୍କ ତଥ୍ୟ ପରୀକ୍ଷଣ କରି ଏହାକୁ ସମାନ ଲିଙ୍ଗର ୫୯,୩୦୨ ଜଣ ଅଣସଂକ୍ରମିତ ଲୋକଙ୍କ ସହ ତୁଳନା କରିଥିଲେ। ପାଖାପାଖି ୨୦ ମାସ ଯାଏ ଏମାନଙ୍କ ଉପରେ ନଜର ରଖାଯାଇଥିଲା। ଗବେଷକଙ୍କ ଅନୁସାରେ ଅଣସଂକ୍ରମିତ ଲୋକଙ୍କ ତୁଳନାରେ ଏଚ୍‌ଆଇଭିରେ ପୀଡ଼ିତ ରୋଗୀଙ୍କଠାରେ ହାର୍ଟ ଫେଲ୍ୟୁଅର ଆଶଙ୍କା ୩.୨ ଗୁଣା ଅଧିକ ଓ ଷ୍ଟ୍ରୋକ୍‌ ଆଶଙ୍କା ୨.୭ ଗୁଣା ବଢ଼ିଯାଏ ବୋଲି କୁହାଯାଇଛି।

କମିଯାଏ ହାର୍ଟ ଆଟାକ୍‌ ଆଶଙ୍କା
ଏଚ୍‌ଆଇଭି ସଂକ୍ରମିତ ଓ ହୃଦ୍‌ଜନିତ ରୋଗ ଆଶଙ୍କା ୫୦ ବର୍ଷରୁ କମ୍‌ ବୟସର ଲୋକଙ୍କଠାରେ ଅଧିକ ଥିଲା। ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତିଙ୍କଠାରେ ଗୋଟିଏ ପଟେ ହାର୍ଟ ଫେଲ୍ୟୁଅର ଓ ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ଥିବାବେଳେ ଅପରପକ୍ଷେ ହାର୍ଟ ଆଟାକ୍‌ ଓ ପେରିଫେରାଲ ଆର୍ଟେରୀ ଡିଜିଜ୍‌ ଆଶଙ୍କା କମ୍‌ ହୋଇଯାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ