ମସୁରୀରେ ଏସବୁ ସ୍ଥାନ ବୁଲିବାକୁ ଭୁଲନ୍ତୁ ନାହିଁ


ପାହାଡ଼ର ରାଣୀ ଭାବେ ଲୋକପ୍ରିୟ ମସୁରୀ ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ। ଏହି ହିଲ୍‌ଷ୍ଟେସନ୍‌ ବିଶାଳ ପର୍ବତ ହିମାଳୟର ପାଦଦେଶରେ ସମୁଦ୍ର ପତନଠାରୁ ୧୮୮୦ ମିଟର ଉଚ୍ଚରେ ଅବସ୍ଥିତ। ଏହି ସ୍ଥାନକୁ ଯମୁନେତ୍ରୀ ଓ ଗଙ୍ଗୋତ୍ରୀର ଧାର୍ମିକ କେନ୍ଦ୍ର ପାଇଁ ପ୍ରବେଶ ଦ୍ବାର ଭାବେ ମଧ୍ୟ ଗ୍ରହଣ କରାଯାଏ। ଏଥିସହିତ ମସୁରୀରେ ଆହୁରି ଅନେକ ଗୁଡ଼ିଏ ସୁନ୍ଦର ସ୍ଥାନ ରହିଛି, ଯାହା ନିଶ୍ଚିତ ଭାବେ ଦେଖିବା ଉଚିତ।

ଭଟ୍ଟା ଝରଣା

ମସୁରୀରୁ ୭ କିମି ଦୂରରେ ଅବସ୍ଥିତ ଭଟ୍ଟା ଗାଁରେ ଭଟ୍ଟା ଝରଣା ଅବସ୍ଥିତ। ସହରର ଭିଡ଼ରୁ ଦୂରରେ ଥିବା ଏହି ଝରଣା ପର୍ଯ୍ୟଟକଙ୍କ ପାଇଁ ସୁନ୍ଦର ସ୍ଥାନ ମଧ୍ୟରୁ ଅନ୍ୟତମ। ମାଉଣ୍ଟ କ୍ଲାଇମ୍ବିଂ ଏଠାରେ ବହୁତ ଲୋକପ୍ରିୟ। ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବହୁତ ଭଲ ଭାବେ କରାଯାଇଛି।

ମୁକ୍ତେଶ୍ବର
ନୈନିତାଲୀ ଉଚ୍ଚ ସ୍ଥାନରେ ଅବସ୍ଥିତ ମୁକ୍ତେଶ୍ବର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟରେ ଅନ୍ୟତମ। ଏହା ସମୁଦ୍ର ପତନଠାରୁ ୨୨୮୬ ମିଟର ଉଚ୍ଚରେ ଅବସ୍ଥିତ। ଏହି ସ୍ଥାନ ହିନ୍ଦୁ ଭଗବାନ ଶିବଙ୍କୁ ସମର୍ପିତ। ଭଗବାନ ଶିବଙ୍କ ଭକ୍ତମାନେ ମୋକ୍ଷ ପ୍ରାପ୍ତି ପାଇଁ ଏଠାକୁ ଦର୍ଶନ କରିବାକୁ ଆସନ୍ତି।

କୌସାନୀ
ସମୁଦ୍ର ପତନଠାରୁ ୬୦୭୫ ଫୁଟ୍‌ ଉଚ୍ଚରେ ଅବସ୍ଥିତ କୌସାନୀ ଏକ ସୁନ୍ଦର ପର୍ବତୀୟ ପର୍ଯ୍ୟଟନସ୍ଥଳୀ ଅଟେ। ବିଶାଳ ହିମାଳୟ ବ୍ୟତୀତ ଏଠାରୁ ନନ୍ଦାକୋଟ, ତ୍ରିଶୂଳ ଓ ନନ୍ଦା ଦେବୀ ପର୍ବତର ସୁନ୍ଦର ଓ ମନୋରମ ଦୃଶ୍ୟ ଦେଖିପାରିବେ। ଏହି ପର୍ବତୀୟ ସହର ଘଞ୍ଚ ପାଇନ୍‌ ଗଛ ମଧ୍ୟରେ ଏକ ପାହାଡ଼ ଶୃଙ୍ଗ ଉପରେ ଅବସ୍ଥିତ। ଏଠାରୁ ସୋମେଶ୍ବର, ଗରୁଡ଼ ଧ ବୈଜନାଥ କତ୍ୟୁର ଉପତ୍ୟାକାର ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥାଏ।

ସିଷ୍ଟର୍ସ ବଜାର

ମସୁରୀର ସିଷ୍ଟର ବଜାର ଏକ ଜଣାଶୁଣା ମାର୍କେଟ୍‌ ଅଟେ। ଏହି ବଜାରରେ ପୁରୁଣା କଟେଜ୍‌ ଓ ଦୋକାନ ରହିଛି। ଏଥିସହିତ ଏହି ବଜାରରେ ସୁନ୍ଦର ସୁନ୍ଦର କାର୍ପେଟ୍‌ ମଧ୍ୟ ବିକ୍ରି ହୋଇଥାଏ। ପର୍ଯ୍ୟଟକମାନେ ଏଠାକୁ ଆସି ସ୍ବାଦିଷ୍ଟ ଖାଦ୍ୟର ମଜା ନେଇଥାନ୍ତି।

ମ୍ୟୁନିସ୍‌ପାଲ ଗାର୍ଡେନ୍‌
ମ୍ୟୁନିସ୍‌ପାଲ ଗାର୍ଡେନ୍‌ ଏକ ସୁନ୍ଦର ବଗିଚା ଅଟେ, ଯାହା ମସୁରୀର ହାପୀ ଭ୍ୟାଲିରେ ଅବସ୍ଥିତ। ମସୁରୀରେ ଗାର୍ଡେନ୍‌ ୱେଲ୍‌ଫାୟାର ଆସୋସିଏସନ୍‌ ଦ୍ବାରା ଦେଖାରଖା ହେବା ପରେ ଏହି ବଗିଚା ‘କମ୍ପାନୀ ବାଗ’ ନାମରେ ମଧ୍ୟ ଜଣାଶୁଣା। ଏହି ପାର୍କ ଲାଇବ୍ରେରୀ ପଏଣ୍ଟଠାରୁ ୩ କିମି ଦୂରରେ ଅବସ୍ଥିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।